Advertisment

Chandrababu Naidu: ନାଇଡୁଙ୍କ ପ୍ରସ୍ତାବ, ଦୁଇରୁ କମ୍ ସନ୍ତାନ ଥିଲେ ଲଢ଼ି ପାରିବେନି ନିର୍ବାଚନ

ଗୋଟିଏ ପଟେ ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରିରୁ ବରଖାସ୍ତ କରାଯାଉଛି। କିନ୍ତୁ ନାଇଡୁଙ୍କ ପ୍ରସ୍ତାବ ହେଉଛି କି ଯାହାର ଦୁଇରୁ କମ ସନ୍ତାନ ଥିବେ ସେମାନଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ମିଳିବ ନାହିଁ।

ଅଦ୍ୟତନ ହୋଇଛି
N Chandra Babu Naidu

N Chandra Babu Naidu

Advertisment

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏମିତି ଏକ ପ୍ରସ୍ତାବ ରଖିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଭାରତ ବର୍ତ୍ତମାନ ବିଶ୍ବର ସବୁଠାରୁ ଜନବହୁଳ ରାଷ୍ଟ୍ର ହୋଇ ସାରିଥିବା ବେଳେ ନାଇଡୁଙ୍କ ପ୍ରସ୍ତାବ ସମସ୍ତଙ୍କୁ ଟେରା କରି ଦେଇଛି। ଗୋଟିଏ ପଟେ ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରିରୁ ବରଖାସ୍ତ କରାଯାଉଛି। କିନ୍ତୁ ନାଇଡୁଙ୍କ ପ୍ରସ୍ତାବ ହେଉଛି କି ଯାହାର ଦୁଇରୁ କମ ସନ୍ତାନ ଥିବେ ସେମାନଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ମିଳିବ ନାହିଁ।

Advertisment

ଆନ୍ଧ୍ରପ୍ରଦେଶରେ ଆଗାମୀ ଦିନରେ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ଏହି ନିୟମ ଲାଗୁ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ନାଇଡୁ। କିଛି ମାସ ପୂର୍ବରୁ ଆନ୍ଧ୍ରପ୍ରଦେଶ ବିଧାନସଭାରେ ତିନି ଦଶନ୍ଧି ପୂର୍ବ ନିୟମରେ ପରବର୍ତ୍ତନ ଅଣା ଯାଇଥିଲା। ଦୁଇରୁ ଅଧିକ ସନ୍ତାନ ଥିଲେ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳୁ ନ ଥିବା ବେଳେ ଏହାକୁ ପ୍ରତ୍ୟାହାର କରିଥିଲେ ନାଇଡୁ। ଏପରିକି ବିଗତ କିଛି ବର୍ଷ ହେବ ନାଇଡୁ ତେଲୁଗୁ ଲୋକଙ୍କ ଜନସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବାରୋପ କରୁଛନ୍ତି।

ଅଧିକ ପଢ଼ନ୍ତୁ: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

ବାର୍ଦ୍ଧକ୍ୟ ସମସ୍ୟାର ମୁକାବିଲା କରିବା ନିମନ୍ତେ ତେଲୁଗୁ ବାସୀ ଅଧିକ ସନ୍ତାନ ଜନ୍ମ କରିବା ଉଚିତ ବୋଲି ନାଇଡୁ ସର୍ବଦା ଯୁକ୍ତି କରିଥାନ୍ତି। ଏପରିକି ଗତବର୍ଷ ଦୁଇରୁ ଅଧିକ ସନ୍ତାନ ଥିବା ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନେଇ ନାଇଡୁ ଯୁକ୍ତି କରିଥିଲେ। କେବଳ ନାଇଡୁ ନୁହନ୍ତି ବରଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ମଧ୍ୟ ସମାନ ମତପୋଷଣ କରିଛନ୍ତି। ତାମିଲ ବାସୀ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବା ଉଚିତ ବୋଲି ଷ୍ଟାଲିନ ମତ ଦେଇଛନ୍ତି।

Advertisment

ସଂକାନ୍ତି ପାଳନ ପାଇଁ ନିଜ ଗ୍ରାମ ନରଭରିପଲ୍ଲେରେ ଥିବା ସମୟରେ ନାଇଡୁ ଏଭଳି ବୟାନ ଦେଇଛନ୍ତି। ଆଗାମୀ ଦିନରେ ଯଦି କେହି ସରପଞ୍ଚ ବା ମେୟର ହେବାକୁ ଚାହୁଁଛନ୍ତି ତେବେ ଦୁଇଟି ସନ୍ତାନ ଜନ୍ମ କରନ୍ତୁ। ଆଗାମୀ ଦିନରେ ଦୁଇ ସନ୍ତାନ ନ ଥିଲେ ନର୍ବାଚନ ଲଢି ନ ପାରିବାର ନିୟମ ମୁଁ ଆଣିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡିକରେ ହାରାହାରି ସନ୍ତାନ ସଂଖ୍ୟା ୧.୭୩ ରହୁଛି। ଜାତୀୟ ଆଭରେଜ ୨.୧ ରହିଥିବା ବେଳେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଝାଡଖଣ୍ଡରେ ଏହି ହାରାହାରି ୨.୪ ରହିଛି।

ଅଧିକ ପଢ଼ନ୍ତୁ: ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ହଟଚମଟ, ଭାଇ ସହ ନିଜେ ଫସିଗଲେ କି ଦୀପାଳି ?

Advertisment
Chandrababu Naidu N. Chandrababu Naidu AndhraPradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ