Advertisment

Prayas Kanti Quits BJD: ବିଜେଡିକୁ ଶକ୍ତ ଝଟକା, ଦଳ ଛାଡିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି

ବିଜେଡି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ । ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ବିଜେଡିରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି
undefined

Prayas Kanti

ଭଦ୍ରକରେ ବିଜେଡିକୁ ଶକ୍ତ ଧକ୍କା । ବିଜେଡି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ । ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ବିଜେଡିରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ପ୍ରୟାସକାନ୍ତି । ୨୦୦୩ରେ ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ଥିଲେ ପ୍ରୟାସକାନ୍ତି ସାମଲ । ପୂର୍ବରୁ ସେ ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । 

Advertisment

ପ୍ରୟାସକାନ୍ତି କହିଛନ୍ତି ଯେ, ମୁଁ ଅନେକ ବର୍ଷ ଧରି ବିଜେଡି ସହ ସକ୍ରିୟ ଭାବେ ସଂଶ୍ଲିଷ୍ଟ ଥିଲି । ହେଲେ ମୋର ବ୍ୟକ୍ତିଗତ କାରଣ ପାଇଁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ଆଗରୁ ଯେମିତି ସାଧାରଣ ଲୋକଙ୍କ ସହ ମିଶି କାମ କରୁଥିଲି ସେମିତି ଜାରି ରହିବ, କିନ୍ତୁ କୌଣସି ବ୍ୟାନର ତଳେ ରହିବି ନାହିଁ । ଦଳ ସହ କୌଣସି ବାଦବିବାଦ ନାହିଁ । ବର୍ତ୍ତମାନ ପାଇଁ ଅନ୍ୟ ପାର୍ଟିକୁ ଯିବା ନେଇ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସେ କହିଛନ୍ତି । 

ଅଧିକ ପଢ଼ନ୍ତୁ: ପୁଣି ବ୍ୟାପିଲାଣି କରୋନା; ରାଜ୍ୟରେ ଆଉ ୫ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

Advertisment

ବିଧାନସଭା ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହେବା ପରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ପ୍ରଫୁଲ୍ଲ ସାମଲ ଏବେ ବି ଦଳରେ ରହିଥିବାବେଳେ ତାଙ୍କ ପୁଅ ଏମିତି ହଠାତ୍ ବିଜେଡି ଛାଡିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ତଥାପି ଦଳ ଭିତରେ ଅସନ୍ତୋଷ ଏବଂ ଅନ୍ୟ ରାଜନୈତିକ ଦଳକୁ ଯିବା, ଦୁଇଟାଯାକ କଥାକୁ ପ୍ରୟାସକାନ୍ତି ମନା କରିଦେଇଛନ୍ତି । ବିଜେଡି ନିକଟରେ ସେ ସବୁବେଳେ କୃତଜ୍ଞ ବୋଲି ମଧ୍ୟ କହିଛନ୍ତି ପ୍ରୟାସକାନ୍ତି ।

BJD Odisha Politics
Advertisment
Advertisment