Advertisment

Delay in Drain Construction: ସରିପାରୁନି କାମ...ମୁକୁଳା ନାଳ ଆଣିବ ହଇଜା...ଲୋକେ ଆତଙ୍କିତ

ରାସ୍ତା ବାହାରେ ପଡିରହିଥିବା ନାଳ ମାଟିସବୁ ବର୍ଷା ପାଣି ରେ କାଦ ପଚ ପଚ ହେବାରୁ ଛୋଟମୋଟ ଦୁର୍ଘଟଣା ଘଟୁଛି। ବ୍ୟବସାୟ ଅନୁଷ୍ଠାନ କୁ ଗ୍ରାହକ ଯିବାରେ ଅସୁବିଧା ଯୋଗୁଁ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି।

author-image
Prasan Subudhi
ଅଦ୍ୟତନ ହୋଇଛି
ମୁକୁଳା ଡ୍ରେନ୍

ମୁକୁଳା ଡ୍ରେନ୍

ଆସିକା ବସଷ୍ଟାଣ୍ଡ ଉଭୟ ପାର୍ଶ୍ୱରେ ଚାଲିଥିବା ନାଳ କାର୍ଯ୍ୟ ବିଳମ୍ବ ଏବଂ ନାଳରେ ପଡିଥିବା ପ୍ଲେଟ ଉପର ଦେଇ ଯାତ୍ରୀବାହୀ ବସ ଯିବା ଫଳରେ ଭାଙ୍ଗିଯାଇଥିଲା। ସୌଭାଗ୍ୟବଶତଃ କୌଣସି ଧନଜୀବନ କ୍ଷତି ହୋଇନାହିଁ। ତରବର ହୋଇ ଠିକାଦାର ଘଟଣାକୁ ଚପେଇ ଦେବାକୁ ପ୍ରୟାସ କରିଛନ୍ତି। ଅନ୍ୟପଟେ ଗତ ତିନି ମାସ ହେଲା ଏହି କାର୍ଯ୍ୟପାଇଁ ନାଳ ଖୋଳା ହୋଇ ଅଦ୍ୟାବଧି ତାହା ସମ୍ପୂର୍ଣ୍ଣ ନହୋଇ ମୁକୁଳା ପଡିଛି। ଯଦ୍ୱାରା ନାଳରେ ବର୍ଷା ପାଣି ,ଅଳିଆ ଆବର୍ଜନା ଓ ନର୍ଦମା ପାଣି ଜମି ଯିବା ଯୋଗୁଁ ମଶା, ମାଛି ଜମି ସଂକ୍ରାମକ ରୋଗ ବ୍ୟାପିବା ସହ ହଇଜା ହେବା ଆଶଙ୍କା କରାଯାଉଛି। ତେଣୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ଗତ ତିନି ମାସ ହେଲା ନାଳ ପାଇଁ ଖୋଳା ହୋଇଥିବା ସ୍ଥାନରେ ବର୍ଷା ପାଣି ଜମିବା ଏବଂ ଅଳିଆ ଆବର୍ଜନା ଭର୍ତ୍ତି କାରଣରୁ ଏଥିରେ ମଶା ଓ ମାଛି ବଂଶ ବୃଦ୍ଧି ପାଇବା ଏବଂ ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହେବାରୁ ରୋଗ ବ୍ୟାପିବାର ଅଧିକ ଆଶଙ୍କା କରାଯାଉଛି। ବର୍ଷା ଆରମ୍ଭ ହେଲାଣି ତଥାପି କାର୍ଯ୍ୟ ସମାପନ ହେଉନଥିବା ଫଳରେ ଯାତ୍ରୀ ଯିବା ଆସିବାରେ ଘୋର ବ୍ୟାଘାତ ଘଟୁଛି। ରାସ୍ତା ବାହାରେ ପଡିରହିଥିବା ନାଳ ମାଟିସବୁ ବର୍ଷା ପାଣି ରେ କାଦ ପଚ ପଚ ହେବାରୁ ଛୋଟମୋଟ ଦୁର୍ଘଟଣା ଘଟୁଛି।

ବ୍ୟବସାୟ ଅନୁଷ୍ଠାନକୁ ଗ୍ରାହକ ଯିବାରେ ଅସୁବିଧା ଯୋଗୁଁ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି। ତେଣୁ ବ୍ୟବସାୟୀ ମାନେ ନିଜ ଖର୍ଚରେ ନାଳ ଉପରେ ପ୍ଲେଟ ପକାଇବାରୁ ଠିକାଦାରକୁ ଖର୍ଚ୍ଚାନ୍ତ ହେବାକୁ ପଡୁନି। ଏଣୁ ନାଳ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଠିକାଦାର ଜାଣିଶୁଣି ଅବହେଳା କରୁଥିବା କୁହାଯାଉଛି। କାମରେ ବିଳମ୍ବ ଯୋଗୁ ଲୋକେ ନିଜ ଘର କିମ୍ବା ବ୍ୟବସାୟ ଅନୁଷ୍ଠାନ ପାଇଁ ନାଳ ଉପରେ ପ୍ଲେଟ ପକାଇବାକୁ ବାଧ୍ୟ ହେଉଛନ୍ତି। ଠିକାଦାରଙ୍କୁ ଯଦି କିଏ କାମ ସମ୍ପର୍କରେ ପଚାରିଲେ ଗୁଣ୍ଡାଗର୍ଦ୍ଦି କରିବାକୁ ପଛାଉ ନଥିବା ଅଭିଯୋଗ ହେଉଛି।

Advertisment

ନାଳ ପାର୍ଶ୍ୱରେ ମାଟି ପକାଇବା ନତୁବା ନାଳ ଉପରେ ପ୍ଲେଟ ପକାଇବାକୁ ଠିକାଦାରଙ୍କ ପକ୍ଷରୁ ଟଙ୍କା ମଗାଯିବା କିମ୍ବା ସରକାରୀ ଦଳର ନାମ ନେଇ ଧମକ ଦେଉଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ହେଉଛି। ଉକ୍ତ କାର୍ଯ୍ୟ ବର୍ଷା ଆସିବା ପୂର୍ବରୁ ସମ୍ପୁର୍ଣ୍ଣ ହେବା ବଦଳରେ ଜାଣିଶୁଣି ଅବହେଳା କରାଯାଉଛି। ଏପରିକି ନିମ୍ନ ମାନର କାର୍ଯ୍ୟ ଯଥା ଦୁର୍ବଳ ଲୁହା ରଡ଼ ଉକ୍ତ କାର୍ଯ୍ୟରେ ବ୍ୟବହାର ହେଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଓ ବେସରକାରୀ ବସଷ୍ଟାଣ୍ଡକୁ ବଡ ବଡ ବସ୍ ଯିବା ବିପଦଜନକ ମନେ ହେଉଛି।

ଏହି ନାଳ ଉପର ପ୍ଲେଟ ବସର ଭାରସାମ୍ୟରେ ଦବି ଯିବାର ସମ୍ଭାବନା ଅଧିକ। ସେଭଳି ନାଳର ଉଭୟ ପାର୍ଶ୍ୱରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ, ସମବାୟ ବ୍ୟାଙ୍କ,ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ,ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ରହିଥିବା ବେଳେ ସେଠାକୁ ବୁଢ଼ା,ବୁଢ଼ୀ,ଗର୍ଭବତୀ,ଦିବ୍ୟାଙ୍ଗମାନେ ଭତ୍ତା ପାଇଁ ଯିବାରେ ଘୋର ବ୍ୟାଘାତ ହେଉଛି । ଏପରିକି କିଛି ଵୃଦ୍ଧ ନାଳରେ ଗଳି ପଡ଼ି ଖଣ୍ଡିଆ ଖାଵରା ହେଲେଣି। ସେମିତି ରୋଡର ଉଭୟ ପାର୍ଶ୍ୱରେ ଥିବା ପେଟ୍ରୋଲ ପମ୍ପ କୁ ମଧ୍ୟ ଲୋକେ ପେଟ୍ରୋଲ ପକାଇବାକୁ ନାଳ ଡେଇଁ ଯିବାରେ ଅସୁବିଧା ହେଉଛି ।ଏତେ ଅସୁବିଧା ଲାଗି ରହିଥିଲେ ମଧ୍ୟ ପ୍ରଶାସନର ଏଥି ପ୍ରତି ନିଘା ନାହିଁ। ଏମିତିକି ଉକ୍ତ ଠିକା କାର୍ଯ୍ୟକୁ ଶାସକ ଦଳର ଲୋକେ କରୁଥିବାରୁ ପ୍ରଶାସନ ଦେଖି ଅଣଦେଖା ସାଜିଛନ୍ତି। ଏସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଅନେକବାର ସାକ୍ଷାତ କିମ୍ବା ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ବି ସଂଭବ ହୋଇପାରିନି।

Ganjam Open Drain Contractor Cholera Outbreak
Advertisment
Advertisment