Advertisment

PM Modi Gifts to Croatia President: ବିଶ୍ୱନେତାଙ୍କୁ ଓଡ଼ିଶାର କଳାକୃତି ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ'ଣ

ବିଶ୍ୱ ଦରବାରରେ ପ୍ରମୁଖ ନେତାଙ୍କୁ ଓଡିଶାର କଳାକୃତି ଉପହାର ଭାବେ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି କଳାକୃତିରେ ସ୍ଥାନ ପାଇଛି ପଟ୍ଟଚିତ୍ର, ତାରକସୀ ଏବଂ ସ୍ୟାଣ୍ଡଷ୍ଟୋନ ପ୍ରତିକୃତି । କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ଏକ ପଟ୍ଟଚିତ୍ର ଉପହାର ଦେଇଛନ୍ତି ମୋଦି ।

author-image
Namita Biswal
ଅଦ୍ୟତନ ହୋଇଛି
PM Modi Gifts

PM Modi Gifts

ବିଶ୍ୱ ଦରବାରରେ ଓଡ଼ିଶାର କଳାକୃତି ପହଞ୍ଚାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ପ୍ରମୁଖ ନେତାଙ୍କୁ ଓଡ଼ିଶାର ବିଭିନ୍ନ ହସ୍ତଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ଆକର୍ଷଣୀୟ କଳାକୃତିକୁ ଉପହାର ସ୍ୱରୁପ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି କଳାକୃତିରେ ସ୍ଥାନ ପାଇଛି ଶ୍ରୀକୃଷ୍ଣଙ୍କ ଜୀବନୀ ବର୍ଣ୍ଣିତ ପଟ୍ଟଚିତ୍ର, ତାରକସୀ ପର୍ସ ଏବଂ କୋଣାର୍କ ଚକ୍ରର ସ୍ୟାଣ୍ଡଷ୍ଟୋନ ପ୍ରତିକୃତି । କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ଏକ ପଟ୍ଟଚିତ୍ର ଉପହାରରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

Advertisment

ପୁରୀର ପ୍ରସିଦ୍ଧ ଏହି ପଟ୍ଟଚିତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀର ବିଭିନ୍ନ ଅବସ୍ଥାକୁ ବର୍ଣ୍ଣନା କରାଯାଇଛି । କୃଷ୍ଣଙ୍କ ବାଲ୍ୟଲୀଳା, ଗୋପୀଙ୍କ ସହ ରାସଲୀଳା, ଗୋବର୍ଦ୍ଧନ ପର୍ବତ ଧାରଣ ଆଦି ବିଭିନ୍ନ ପୌରାଣିକ ବିଷୟବସ୍ତୁ ଏଥିରେ ସ୍ଥାନ ପାଇଛି। କପଡା ଉପରେ ପ୍ରାକୃତିକ ରଙ୍ଗ ଓ ତୁଳୀର ବ୍ୟବହାର କରି ବେଶ ସୂକ୍ଷ୍ମ କଳାକୃତିର ପ୍ରଦର୍ଶନ କରିଛନ୍ତି କାରିଗର । 

Advertisment


ଅଧିକ ପଢନ୍ତୁ: ପାଣିରେ ଜନ୍ମ ପାଣିରେ ମୃତ୍ୟୁ, ଏକ ବିଚିତ୍ର ଜନଜାତିର ଜୀବନ କାହାଣୀ

ପଟ୍ଟଚିତ୍ର ଆମ ଓଡ଼ିଶାର ଏକ ସୁନ୍ଦର ପାରମ୍ପରିକ କଳା, ଯାହା ଭାରତୀୟ ପୌରାଣିକ ମହାତ୍ମ୍ୟକୁ ଦର୍ଶାଇଥାଏ । ପୁରୀ ଜିଲ୍ଲାର ରଘୁରାଜପୁରରେ ପଟ୍ଟଚିତ୍ର ବହୁଳ ମାତ୍ରାରେ ପ୍ରସ୍ତୁତ କରାଯାଇଥାଏ । ସେହିଭଳି ଆମ ରାଜ୍ୟର ଅନ୍ୟତମ ପାରମ୍ପରିକ କଳାକୃତି, କଟକର ତାରକସିକୁ ମୋଦି ବିଶ୍ବକୁ ଦେଇଥିବା ତାଙ୍କ ଉପହାରରେ ସ୍ଥାନ ଦେଇଛନ୍ତି । 
G-7 ସମ୍ମିଳନୀରେ ମୋଦି କାନାଡାର ଗଭର୍ଣ୍ଣର ଜେନେରାଲ ମ୍ୟାରୀ ସିମନଙ୍କୁ ଏକ ଫିଲିଗ୍ରୀ କ୍ଲଚ୍ ପର୍ସ ଉପହାର ଦେଇଛନ୍ତି । ପାରମ୍ପରିକ ଭାବେ ତାରକସି କାମ ଲାଗି ରୂପାକୁ ଅତି ପତଳା କରି ସରୁ ତାର ତିଆରି କରାଯାଇଥାଏ। ଏହି ତାରରେ ହିଁ ସୂକ୍ଷ୍ମ କାରୁକାର୍ଯ୍ୟ କରି ବିଭିନ୍ନ କଳାକୃତିକୁ ସୃଜନର ରୂପ ଦିଆଯାଇଥାଏ । ସାରା ଦେଶରେ କଟକର ରୂପା ତାରକସୀର ଏକ ସ୍ବତନ୍ତ୍ର ପରିଚୟ ରହିଛି ।

ସେହିଭଳି G-7 ସମ୍ମିଳନୀରେ ମୋଦି ଜର୍ମାନ ଚାନସେଲର ଫ୍ରେଡରିଚ ମର୍ଜଙ୍କୁ ଏକ କୋଣାର୍କ ଚକ୍ର ଭେଟି ଦେଇଛନ୍ତି । ସ୍ୟାଣ୍ଡଷ୍ଟୋନରେ ନିର୍ମିତ ଏହି ସ୍ଥାପତ୍ୟ କଳା ସୂର୍ଯ୍ୟମନ୍ଦିରର କୋଣାର୍କ ଚକର ଏକ ଛୋଟ ପ୍ରତିକୃତି । ଏଥିରେ ଭିନ୍ନ ଭିନ୍ନ ଅଙ୍ଗୀଭଙ୍ଗୀରେ ବିଭିନ୍ନ ସ୍ଥାପତ୍ୟ କଳାକୁ ମଧ୍ୟ କୋଣାର୍କ ଚକର ପୃଷ୍ଠଭୂମିରେ ସଂଲଗ୍ନ କରାଯାଇଛି । 

ଅଧିକ ପଢନ୍ତୁ: ନ୍ୟୁକ୍ଲିୟର୍ ଡିଲ୍ ସାଇନ୍ ନକରି, ବଡ଼ ଭୁଲ କରିଛି ଇରାନ: ଟ୍ରମ୍ପ

PM Modi Pattachitra Croatia
Advertisment
Advertisment