Advertisment

ପଦ୍ମପୁର ପ୍ରଚାରରେ ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା

ପଦ୍ମପୁରରେ ଜମିଲାଣି ନିର୍ବାଚନୀ ପ୍ରଚାର। ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା। ବିଜେଡିରୁ ବାଦ୍ ପଡିଲେ କୋଟେରୀ ଗ୍ରୁପ୍ ଅର୍ଜୁନ ମୁଣ୍ଡାଙ୍କ ସହ ୪ କେନ୍ଦ୍ରମନ୍ତ୍ରୀ କରିବେ କ୍ୟାମ୍ପେନ୍।

author-image
Pramod Behera
ଅଦ୍ୟତନ ହୋଇଛି
Padampur Bypoll Campning

Controversial leaders will take up the demand of BJJ in Padmapur campaign

ଶାସକ ଦଳର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକାରେ ରହିଛି ଅନେକ ବିବାଦୀୟ ନେତାଙ୍କ ନାଁ। ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ ବର୍ଷାଙ୍କ ପାଇଁ ଭୋଟ ମାଗିବେ। ଅନ୍ୟପଟେ ୪ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବିଜେପି। ଏହା ସହ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ମଧ୍ୟ ପ୍ରଚାର ପାଇଁ ପ୍ଲାନ କରୁଛି ଦଳ। ତେବେ କଂଗ୍ରେସ ମଧ୍ୟ ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ କରିଛି। ଅନ୍ୟପଟେ ପଦ୍ମପୁରରେ କଂପୁଛି ପ୍ରଚାର ମଇଦାନ। ଆଜି ବିଜେପି ଓ ବିଜେଡି ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବା ବେଳେ କଂଗ୍ରେସ ରଣନୀତି ପ୍ରସ୍ତୁତ କରି ଖୁବଶୀଘ୍ର ମଇଦାନକୁ ଓହ୍ଲାଇବ।

Advertisment

ଧାମନଗରରେ ପରାଜୟ ପରେ ବିଜେଡି ଷ୍ଟ୍ରାଟେଜିରେ ଏହି ବଡ ପରିବର୍ତ୍ତନ ଦେଖେଇଛି। ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତାପ ଜେନା ଭଳି ବିବାଦୀୟ ନେତା ବିଜେଡି ଷ୍ଟାର୍‌ ପ୍ରଚାରକ ତାଲିକାରେ ଇନ୍‌ କରିଛନ୍ତି। ମମିତା ମେହେର ଏବଂ ମାହାଙ୍ଗା ଦବଲ ମର୍ଡର ମାମଲାରେ ଛନ୍ଦି ହୋଇଥିଲେ ଏହି ଦୁଇ ପୂର୍ବତନ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ପଦ୍ମପୁର ଉପନିର୍ବାଚନ: କିଏ ହାତେଇବ ଆଦିବାସୀ ଭୋଟ ?

ସେହିପରି ପୁରୀ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମଧ୍ୟ ବିବାଦ ଘେରରେ ଥିବା ବର୍ତ୍ତମାନର ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଦଳ ଗୁରୁତ୍ୱ ଦେଇଛି। ବାଦ ପଡିଛନ୍ତି ଧାମନଗରରେ ମଙ୍ଗ ଧରିଥିବା କୋଟରୀ ଗ୍ରୁପ୍‌ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରୀତି ରଞ୍ଜନ ଘଡାଇ।

Advertisment

ଏହାସହ ବ୍ୟୋମକେଶ ରାୟ, ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ସଞ୍ଜୀବ ମଲ୍ଲିକଙ୍କୁ ମଧ୍ୟ ବାଦ୍ ଦେଇଛି ଦଳ। ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀଙ୍କୁ ଦାୟୀତ୍ୱ ଦେବା ସହ, ଦଳ ଏଠି ବରିଷ୍ଠ ଏବଂ ପଶ୍ଚିମ ଓଡିଶାର ନେତାମାନଙ୍କ ଉପରେ ଭରଷା କରିଛି। ପ୍ରଥମ ଥର ପାଇଁ ବିଜେଡି ତାଲିକାରେ ଇନ ହୋଇଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ।

ସେପଟେ ବିଜେପି ଷ୍ଟାର୍‌ ତାଲିକାରେ ୪ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁଙ୍କ ସହ ଅର୍ଜୁନ ମୁଣ୍ଡା ରହିଛନ୍ତି। ସେହିପରି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବି ତାଲିକାରେ ଅଛନ୍ତି।

ଧାମନଗର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ସାମିଲ କରିଛି ଦଳ। ଚାଷୀଙ୍କ ଭୋଟ ହାତେଇବା ପାଇଁ ଦଳ ଏଠି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ପ୍ଲାନ୍‌ କରୁଛି। ସେପଟେ କଂଗ୍ରେସ ବି ୪୦ ଜଣିଆ ଷ୍ଚାର୍‌ କ୍ୟାମ୍ପେନର୍ ତାଲିକା ପ୍ରକାଶ କରିଛି। କଂଗ୍ରେସ ପ୍ରଭାରୀ, ସହପ୍ରଭାରୀ, ପିସିସି ସଭାପତି ସିଡବ୍ଲୁସି ମେମ୍ବର ଭକ୍ତ ଦାସ ପ୍ରମୁଖ ପ୍ରଚାର କରିବେ। ତେବେ ବିଧାୟକ ମହମ୍ମଦ ମୋକିମ ତାଲିକାରୁ ବାଦ୍ ପଡ଼ିଛନ୍ତି

ସେପଟେ ପଦ୍ମପୁରରେ ଜୋର ଧରୋଲାଣି ପ୍ରଚାର ପାଗ। ପାଇକମାଳ ବ୍ଲକରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଡୋର ଟୁ ଡୋର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଦଳ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଛି।

ଅନ୍ୟ ପଟେ ମନ୍ତ୍ରୀ ରୀତା ସାହୁ ବରିଷ୍ଠ ନେତା ଦେବୀ ମିଶ୍ର, ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହ ରୋଡ ସୋ କରି ପ୍ରଚାର କରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ରାଣୀ ବରିହା। ସେପଟେ ଖୁବ ଶୀଘ୍ର ରଣନୀତି ପ୍ରସ୍ତୁତ କରି ପ୍ରଚାର ମଇଦାନକୁ ଓହ୍ଲାଇବ କଂଗ୍ରେସ।

ଧାମନଗରରେ ଦଳର ବିପର୍ଯ୍ୟୟ ପରେ ବିଜେଡି ପଦ୍ମପୁରକୁ ହାତେଇବା ପାଇଁ ଆପଣାଇଥିବା ନୂଆ ରଣନୀତି କେତେ ସଫଳ ହେଉଛି ଏବଂ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ଭୋଟରଙ୍କ ଉପରେ କି ପ୍ରଭାବ ପକାଉଛି ତାକୁ ଅପେକ୍ଷା।

padmapur-bypoll
Advertisment
Advertisment