Advertisment

ବିଜେଡିକୁ ଜିତାଇବାକୁ ତିଆରି ହୋଇଛି 5T ବିଭାଗ: ବିଜୟ ପଟ୍ଟନାୟକ

5Tର ପ୍ରଥମ ଚିନ୍ତାଧାରା ହେଉଛି ସ୍ୱଚ୍ଛତା। ଏହି ଧାରାରେ ପ୍ରଥମେ ରତ୍ନଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରନ୍ତୁ।

ଅଦ୍ୟତନ ହୋଇଛି
Congress Leader Bijay Patnaik Targets Odisha Govt

Congress Leader Bijay Patnaik

Advertisment

ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାରଙ୍କ 5T ବିଭାଗ। କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଫାଇଭ-ଟି ଦୁର୍ନୀତି ମୁକ୍ତ କରିବାକୁ ନୁହେଁ ବରଂ ବିଜେଡିକୁ ଜିତାଇବାକୁ ତିଆରି ହୋଇଛି। ସମସ୍ତ ସରକାରୀ କଳ ୫ଟି ଅଧିନରେ ଥିବାବେଳେ ସରକାରୀ କର୍ମଚାରୀଙ୍କୁ ଦଳୀୟ କାମରେ ଲଗାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

Advertisment

ଫାଇଭ-ଟିର ଭିନ୍ନ ଅର୍ଥ ବି ପ୍ରେସମିଟରେ ପ୍ରକାଶ କରିଛନ୍ତି ବିଜୟ ପଟ୍ଟନୟକ । 5Tର ପ୍ରଥମ ଚିନ୍ତାଧାରା ହେଉଛି ସ୍ୱଚ୍ଛତା। ଏହି ଧାରାରେ ପ୍ରଥମେ ରତ୍ନଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରନ୍ତୁ।  ରତ୍ନ ଭଣ୍ଡାରରେ ରତ୍ନ ଅଛି କି ନାହିଁ ସମସ୍ତେ ଜାଣିବା ଦରକାର ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲକୁ ଉଡ଼େଇ ନେଲା

ସେପଟେ ବିଜେପି ମଧ୍ୟ ଫାଇଭଟି ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲିକ କହିଛନ୍ତି, ଫାଇଭ-ଟି ଗଠନର ଉଦେଶ୍ୟ ଠାରୁ ବାସ୍ତବତା ଭିନ୍ନ। ଦୁର୍ନୀତି ଭ୍ରଷ୍ଟାଚାରକୁ ଆଇନଗତ କରିବା ପାଇଁ ଫାଇଭ-ଟି ତିଆରି ହୋଇଛି। ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା ହେଲା ଫାଇଭ-ଟି କଣ କରୁଛି ବୋଲି ପ୍ରଶ୍ନ କରିଛି ଦଳ। ତେବେ ବିରୋଧୀଙ୍କ ଅଭିଯୋଗ ନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନି।

Advertisment

BJD BJP Congress 5T Bijay Pattnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ