Congress leader Ashok Kumar Mishra
ଜମୁଛି ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାର। ମଇଦାନରେ ଥିବା ତିନି ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଜୋରଦାର କ୍ୟାମ୍ପେନିଂ। ଘରକୁ ଘର ଯାଇ ପ୍ରଚାର କରୁଛନ୍ତି ବିଜେପି, କଂଗ୍ରେସ ଏବଂ ବିଜେଡିର ପ୍ରାର୍ଥୀ। ହାତରେ ମାତ୍ର ଅଳ୍ପ ଦିନ ଥିବାରୁ ଏବେ ପ୍ରଚାରକୁ ଅଧିକ ଜୋରଦାର କରାଯାଇଛିା ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ କଡ଼ା ଲଢ଼େଇ ହେଉଛି। ସବୁ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ତିଆରି କରି ପ୍ରଚାର କାମରେ ଲାଗିପଡ଼ିଛନ୍ତି।
ଅଧିକ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ବୈଜୟନ୍ତ ପଣ୍ଡା
ହେଲେ ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ, ତାପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ କୁମାର ମିଶ୍ର । ପିସିସି ସଭାପତିଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସଭାପତି ପଦ ଛାଡ଼ିଥିଲେ ବି ଦଳର ପ୍ରାଥମିକ ସଦସ୍ୟ ଥିବା ସେ ସ୍ପଷ୍ଟ କରିଛନ୍ତି। ନେତୃତ୍ୱଙ୍କ କାର୍ଯ୍ୟକଳାପ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଅଶୋକ। ଅଣନିଶ୍ୱାସୀ ଲାଗିବାରୁ ସଭାପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି।
ଏଭଳି ପରିସ୍ଥିତିରେ କଂଗ୍ରେସ କେମିତି ତା’ର ପ୍ରଚାର କାର୍ଯ୍ୟକୁ ଜାରି ରଖିବ, ତାକୁ ନେଇ ଉଠିଛି ପ୍ରଶ୍ନ। ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ସେମାନଙ୍କ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ବେଳେ କଂଗ୍ରେସ ଜିଳ୍ଲା ସଭାପତିଙ୍କ ଇସ୍ତଫା ତଳ ସ୍ତରରେ କାମ କରୁଥିବା କଂଗ୍ରେସ କର୍ମୀଙ୍କୁ ଅଡୁଆରେ ପକାଇଛି।
ସୂଚନେଯୋଗ୍ୟଯେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତରୁଣ ପାଣ୍ଡେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି। ତରୁଣ ହେଉଛନ୍ତି ପୂର୍ବତନ ବିଧାୟକ ବିରେନ୍ ପାଣ୍ଡେଙ୍କ ପୁଅ। ୧୯ ସାଧାରଣ ନିର୍ବାଚନ ପରେ ପରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ତିନି ତିନିଟି ଉପନିର୍ବାଚନ ସରିଛି। ବିଜେପୁର, ବ୍ରଜରାଜନଗର ଓ ପଦମପୁର ପାଇଁ ଉପନିର୍ବାଚନ ହୋଇଥିବାବେଳେ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ପାଳି ପଡ଼ିଛି। ବିଜେପି, ବିଜେଡିର ରେସ୍ ଭିତରେ କଂଗ୍ରେସ କି ଷ୍ଟ୍ରାଟେଜି ଆପଣେଇବ, ତା‘ଉପରେ ଏବେ ସମସ୍ତଙ୍କ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682928836.jpg)