Advertisment

ଯଥା ରାବଣସ୍ୟ ମନ୍ଦୋଦରୀ..ବିଜେଡି ସହ ବିଜେପିକୁ ବାହା କରାଇଲା କଂଗ୍ରେସ

ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ କରି ଏପରି ଢଙ୍ଗରେ କଟାକ୍ଷ କରିଛି କଂଗ୍ରେସ ଏବଂ ବିଜେଡି ସହିତ ବିଜେପିର ବାହାଘର କରାଯାଉଛି।

author-image
Manoranjan Behera
ଅଦ୍ୟତନ ହୋଇଛି
BJP BJD Marriage

BJP Weds BJD

ରାଜଧାନୀରେ ପଲିଟିକାଲ ବିବାହ। ମାନେ ବିଜେପିବିଜେଡିର ବାହାଘର। ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ କରି ଏପରି ଢଙ୍ଗରେ କଟାକ୍ଷ କରିଛି କଂଗ୍ରେସ ଏବଂ ବିଜେଡି ସହିତ ବିଜେପିର ବାହାଘର କରାଯାଉଛି।

Advertisment

ଏଥିପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ବଣ୍ଟା ଯାଇଛି, ବାହାଘରର ତାରିଖ, ଲଗ୍ନ ମଧ୍ୟ ଏହି କାର୍ଡରେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବେଦୀ କରାଯାଇଥିବା ବେଳେ ଆଜି ହିଁ ବରାନୁଗମନ ହେଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ କହିଛି, ୨୫ ବର୍ଷ ହେଲା ଏକାଠି ରହୁଛନ୍ତି ବିଜେପି ଓ ବିଜେଡି। ତେଣୁ ଏବେ ବାହାଘରର ସମୟ ଆସିଛି। ତେଣୁ ଉଭୟଙ୍କ ବାହାଘର କରାଯାଉଛି।

ପୂର୍ବରୁ ମଧ୍ୟ ଅନେକ ଥର କଂଗ୍ରେସ ନେତାମାନେ କେନ୍ଦ୍ରରେ ବିଜେଡି-ବିଜେପିର ମଧୁର ସମ୍ପର୍କ ନେଇ ଅଭିଯୋଗ କରିଛନ୍ତି। ନିକଟରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର  କେନ୍ଦ୍ରରେ କୋଳାକୋଳି ସ୍ଥିତି ନେଇ କଟାକ୍ଷ କରିଥିଲେ। କିନ୍ତୁ ଆଜି କଂଗ୍ରେସ ଏକ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି । ବେଦୀରେ ବ୍ରାହ୍ମଣ ବିବାହ ମନ୍ତ୍ର ପାଠ କରୁଛନ୍ତି ଆଉ ଅନ୍ୟପଟେ ବାଜା ବାଜୁଛି । ବିବାହ କାର୍ଡରେ ଲେଖାଯାଇଛି ବିଜେଡି ୱେଡ୍ସ ବିଡେପି ।

Advertisment

ସେପଟେ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜଡ଼ା । ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଲା ଦଳ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଛି କଂଗ୍ରେସ । ନିଲମ୍ବନ ହଟିବା ନେଇ ପ୍ରେସମିଟ୍‌ରେ ସୂଚନା ଦେଇଥିଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ସେହିପରି କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ୨୦୧୯ରେ ଦଳରୁ ବହିଷ୍କୃତ ହୋଇଥିଲେ ସଗରିଆ ।

BJD BJP Congress Marriage Odisha Politics
Advertisment
Advertisment