Advertisment

ଆଜି ଚମ୍ପାଇ ସୋରେନଙ୍କ ଭାଗ୍ୟ ପରୀକ୍ଷା; ଝାଡ଼ଖଣ୍ଡ ବିଧାନସଭାରେ ହେବ ଫ୍ଲୋରଟେଷ୍ଟ

ଦୁର୍ନୀତି ଅଭିଯୋଗରେ ଇଡି ଦ୍ୱାରା ଗିରଫ ହୋଇ ହେମନ୍ତ ସୋରେନ ଏବେ ଜେଲରେ ଥିବା ବେଳେ, ବରିଷ୍ଠ ନେତା ତଥା ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି JMM ସମେତ ଶାସକ ଦଳ ବିଧାୟକ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Champai Sorens Jharkhand floor test today

Champai Soren

ଆଜି ଚମ୍ପାଇ ସୋରେନଙ୍କ ଭାଗ୍ୟ ପରୀକ୍ଷା । ଝାଡ଼ଖଣ୍ଡ ବିଧାନସଭାରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଫ୍ଲୋରଟେଷ୍ଟ । ଏହାପୂର୍ବରୁ JMM ଓ ମେଣ୍ଟ ଦଳର ପ୍ରାୟ ୪୦ ବିଧାୟକ ହାଇଦ୍ରାବାଦରୁ ବିମାନ ଯୋଗେ ରାଞ୍ଚି ଫେରିଛନ୍ତି । ଘୋଡ଼ା ବେପାର ଭୟରେ ସେମାନଙ୍କୁ ହାଇଦ୍ରାବାଦ ନିକଟସ୍ଥ ଏକ ରିସୋର୍ଟରେ ରଖାଯାଇଥିଲା ।

Advertisment

ଦୁର୍ନୀତି ଅଭିଯୋଗରେ ଇଡି ଦ୍ୱାରା ଗିରଫ ହୋଇ ହେମନ୍ତ ସୋରେନ ଏବେ ଜେଲରେ ଥିବା ବେଳେ, ବରିଷ୍ଠ ନେତା ତଥା ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି JMM ସମେତ ଶାସକ ଦଳ ବିଧାୟକ । ଏବେ JMMର ୨୮ ଓ କଂଗ୍ରେସର ୧୬କୁ ନେଇ ଶାସକ ମେଣ୍ଟ ପକ୍ଷରେ ୪୬ ବିଧାୟକଙ୍କ ସମର୍ଥନ ରହିଛି ।

ଅନ୍ୟପକ୍ଷରେ ବିଜେପି ଓ ସମର୍ଥିତ ଦଳ ପକ୍ଷରେ ଅଛନ୍ତି ୨୯ ବିଧାୟକ । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୧ । ତେଣୁ ଝାଡ଼ଖଣ୍ଡ ରାଜନୀତି ରାତାରାତି କୌଣସି ନାଟକୀୟ ମୋଡ଼ ନନେଲେ ଚମ୍ପାଇ ସରକାର ସହଜରେ ଆସ୍ଥାଭୋଟ୍ ପାସ୍ କରିଯାଇପାରେ ।

Advertisment

ତେବେ JMM ପାଇଁ ଏହା ପ୍ରଥମ ଫ୍ଲୋରଟେଷ୍ଟ ନୁହେଁ । ୨୦୨୨ ସେପ୍ଟେମ୍ବରରେ ମଧ୍ୟ ଦୁର୍ନୀତି ଅଭିଯୋଗ ପାଇଁ ଅଯୋଗ୍ୟ ଘୋଷିତ ହେବାର ଆଶଙ୍କାକୁ ସାମ୍ନା କରିଥିଲେ ହେମନ୍ତ ସୋରେନ ସରକାର । ତେବେ ସେତେବେଳେ ୪୮ ଭୋଟ ସହ ସେ ଆସ୍ଥା ଜିତିଥିଲେ ।

Hemant Soren
Advertisment
Advertisment