Parvesh Verma: ପରଭେଶ ଭାଙ୍ଗିଲେ କେଜ୍ରିୱାଲଙ୍କ ଗର୍ବ, ଛଡ଼ାଇନେଲେ ସବୁ କ୍ଷମତା

ପୂର୍ବରୁ ଦୁଇ ଦୁଇଥର ସାଂସଦ ହୋଇସାରିଥିବା ପରଭେଶଙ୍କୁ ଏଥର ଲୋକସଭା ଟିକେଟ୍‌ ଦେଇନଥିଲା ବିଜେପି । ହେଲେ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ଲଢ଼ିବାକୁ ପଠାଇଥିଲା । ଆଉ ବିଜେପିର ଏହି ରଣନୀତି ଏବେ ସଫଳ ହୋଇଛି ।

ଜ୍ୟାଣ୍ଟ କିଲର୍‌ ପରଭେଶ ।

ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଲଢେଇରେ ପରାସ୍ତ କରିବା ପରେ ପରଭେଶ ବର୍ମାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ଜଣେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ । ଆଉ ଜଣେ ବହୁମତ ପାଇ ପୂର୍ବରୁ ସାଂସଦ ହୋଇସାରିଛନ୍ତି । କିନ୍ତୁ ଏବେ ବିଜେପି ନେତା ପରଭେଶ ଭର୍ମା କେଜ୍ରିୱାଲଙ୍କୁ ହରାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ନୂଆଦିଲ୍ଲୀ ବିଧାନସଭା ଆସନରୁ ପରଭେଶ ଓ କେଜ୍ରିୱାଲ ନିର୍ବାଚନ ଲଢ଼ିଥିଲେ । ହେଲେ ବିଜେପି ପ୍ରାର୍ଥୀ ପରବେଶ୍ କେଜ୍ରିୱାଲଙ୍କୁ ୩,୧୮୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ପରଭେଶଙ୍କୁ ୩୦ ହଜାର ୮୮ ଖଣ୍ଡ ଭୋଟ୍‌ ମିଳିଥିବାବେଳେ କେଜ୍ରିୱାଲଙ୍କୁ ମିଳିଛି ୨୫ ହଜାର ୯୯୯ ଖଣ୍ଡ ଭୋଟ୍‌ । ଫଳରେ ଦିଲ୍ଲୀ ଜନାଦେଶ ବିଜେପି ସପକ୍ଷରେ ଯାଇଛି । କେଜ୍ରିୱାଲଙ୍କୁ ପ୍ରତ୍ୟାକ୍ଷାନ କରି ପରଭେଶଙ୍କୁ ବାଛିଛନ୍ତି ଦିଲ୍ଲୀ ଜନତା । କେଜ୍ରିୱାଲ ୨୦୧୩ରୁ ଦିଲ୍ଲୀରେ ଜିତି ଆସୁଥିଲେ । ପ୍ରଥମଥର ପାଇଁ ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି । ବିଜେପିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପରଭେଶ ବର୍ମା କେଜ୍ରିୱାଲଙ୍କୁ ହରାଇ ବିଜୟୀ ହୋଇଛନ୍ତି ।

ପୂର୍ବରୁ ଦୁଇ ଦୁଇଥର ସାଂସଦ ହୋଇସାରିଥିବା ପରଭେଶଙ୍କୁ ଏଥର ଲୋକସଭା ଟିକେଟ୍‌ ଦେଇନଥିଲା ବିଜେପି । ହେଲେ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ଲଢ଼ିବାକୁ ପଠାଇଥିଲା । ଆଉ ବିଜେପିର ଏହି ରଣନୀତି ଏବେ ସଫଳ ହୋଇଛି । ଫଳରେ ରାଜଧାନୀରେ ବିଜୟର ବାନା ଉଡ଼ାଇ ସରକାର ଗଢ଼ିବାକୁ ଯାଉଛି ଗେରୁଆ ଦଳ । ତେବେ ଦିଲ୍ଲୀର ବିଜେପି ସରକାରରେ ପରଭେଶ ଭର୍ମା ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଚର୍ଚ୍ଚା ହେଉଛି । ଆଉ ପ୍ରଥମ ଦାବିଦାର ଭାବେ ତାଲିକାରେ ରହିଛି ପରଭେଶଙ୍କ ନାଁ ।

ଅଧିକ ପଢନ୍ତୁ : କିଏ ହେବେ ଦିଲ୍ଲୀ CM ? ସନ୍ଧ୍ୟାରେ ବିଜେପି ବିଧାୟକଙ୍କ ବୈଠକ

ସେପଟେ ଆପ୍‌ର ପରାଜୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରେସମିଟ୍‌ କରି ଜନାଦେଶକୁ ସ୍ୱୀକାର କରିଛନ୍ତି । ଆଉ ବିରୋଧୀ ଭୂମିକା ନିଭାଇବାକୁ କହିଛନ୍ତି । ପରଭେଶ ଭର୍ମା ହେଉଛନ୍ତି ସାହିବ ସିଂ ବର୍ମାଙ୍କ ପୁଅ । ପ୍ରଥମଥର ପାଇଁ ସେ ୨୦୧୪ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହାରେ ମଧ୍ୟ ରେକର୍ଡ ସଂଖ୍ୟକ ୫.୭୮ ଲକ୍ଷ ଭୋଟ ପାଇଥିଲେ ପରଭେଶ । ଏହା ବ୍ୟତୀତ ସେ ଦୁଇଟି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ସଦସ୍ୟ ରହିଛନ୍ତି ।

ଭର୍ମା ନୂଆଦିଲ୍ଲୀ ଆସନରୁ ବିଜୟ ହେବା ପରେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୦୨୫ ନିର୍ବାଚନରେ ଦିଲ୍ଲୀବାସୀ ବିଜେପି ଉପରେ ଭରସା କରିଛନ୍ତି । ଫଳରେ ପରାଜୟର ସ୍ୱାଦ ଚାଖିଛି ଆପ୍‌ । ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ର ଆଗରେ ଆମ ଆଦମୀ ପାର୍ଟିର ସବୁ ପ୍ରତିଶ୍ରୁତିକୁ ପ୍ରତ୍ୟାଖାନ କରିଛନ୍ତି ରାଜଧଶନୀ ଦିଲ୍ଲୀର ଜନତା ।

ଅଧିକ ପଢନ୍ତୁ : ଆପ୍ ହାରିବା ପରେ ଇସ୍ତଫା ଦେଲେ ଆତିଶୀ