Advertisment

ଜିଲ୍ଲାପରିଷଦ ଆସନରେ ବିଜେପିର ବାଜିମାତ...

ଗୋପ ଜିଲ୍ଲାପରିଷଦ ଆସନ ଏବେ ବିଜେଡି ହାତରୁ ଖସି ବିଜେପି ଖାତାକୁ ଚାଲିଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Puri Gop Bypoll Won BJP

BJP Won Gop Zilla Parishad

ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନମ୍ବର ଜିଲ୍ଲାପରିଷଦ ଜୋନରେ ବାଜି ମାରିଲା ବିଜେପି। ବିଜେପିର ପ୍ରମୋଦ ରାୟ ୧୮୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଭାଗିରଥୀ ସେନାପତିଙ୍କୁ ପରାସ୍ତ କରିଛନ୍ତି। ୧୧ ହଜାର ୨୪୭ ଖଣ୍ଡ ଭୋଟ ପାଇଥିଲେ ପ୍ରମୋଦ ରାୟ। ତେବେ ବିଜେଡି ପ୍ରତିଦ୍ୱନ୍ଦ୍ୱୀ ଭାଗିରଥି ସେନାପତିଙ୍କୁ ମିଳିଥିଲା ୧୧ ହଜାର ୬୪ ଖଣ୍ଡ ଭୋଟ । ପୂର୍ବତନ ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ରହସ୍ୟଜନକ ମୃତ୍ୟୁ ପରେ ଖାଲି ପଡିଥିଲା ଆସନ। ଏହାପରେ ଉପନିର୍ବାଚନ ହୋଇଥିଲା ଏବଂ ବିଜେଡି ହାତରୁ ଏବେ ଆସନ ଖସି ବିଜେପି ଖାତାକୁ ଚାଲିଯାଇଛି ।

Advertisment

Odisha Politics Bypoll
Advertisment
Advertisment