Advertisment

ଓଡ଼ିଶାରେ ଶାସନ ଚଳାଉଛି କିଏ ?

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ପୁରାପୁରି ବିଗିଡ଼ି ଯାଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।

ଅଦ୍ୟତନ ହୋଇଛି
undefined

BJP PROTEST

Advertisment

ନବ ଦାସ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି ବିଜେପିରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ପୁରାପୁରି ବିଗିଡ଼ି ଯାଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।

Advertisment

 ନବ ଦାସ ହତ୍ୟା ପଛରେ କାହାର ଆଦେଶ ରହିଛି ବୋଲି ପ୍ରଶ୍ନ କରିବା ସହିତ ଓଡ଼ିଶା ଏବେ କ୍ରାଇମ୍ କ୍ୟାପିଟାଲ୍ ହୋଇଗଲାଣି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସାଂସଦ ଅପରାଜିତା ଷଡଙ୍ଗୀ, ସୁରେଶ ପୂଜାରୀ, ଡି. ପୁରନ୍ଦେଶ୍ୱରୀଙ୍କ ସମେତ ଦଳର ତମାମ ନେତା ମଧ୍ୟ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି ।

ତିନି ଦିନିଆ ଆନ୍ଦୋଳନର ଶେଷ ଦିନରେ ବିଜେପିର ତୁଙ୍ଗ ନେତା ମାନେ ଗର୍ଜିଛନ୍ତି । ମିଳିତ ଭାବେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର୍ ଆଟାକ୍ କରିଛି ବିରୋଧୀ ଦଳ । ନବ ଦାସ ହତ୍ୟାକାଣ୍ଡ କଥା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ଅଧିକ ପଢ଼ନ୍ତୁ: ଜୟଙ୍କୁ ଆକ୍ରମଣ ପାଇଁ ସର୍କିଟ୍‌ ହାଉସରେ ପଶିଥିଲେ ବିଜେଡି କର୍ମୀ ! ପଦରୁ ହଟାଇବା ପାଇଁ ହଙ୍ଗାମା

ରାଜ୍ୟରେ ଶାସନ କିଏ ଚଳାଉଛି ବୋଲି ବୈଜୟନ୍ତ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ସରକାର ଚଳାଉନଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଅଭିଯୋଗ କରିଥିଲେ । ରାଜ୍ୟରେ ଆଇନଶୃଙ୍ଖଳା ବିଗିଡିଯାଇଛି, ଦୁଷ୍କର୍ମ ବଢିଛି । ବିଭିନ୍ନ ହିଂସାକାଣ୍ଡରେ ମନ୍ତ୍ରୀ, ବିଧାୟକମାନେ ଅଭିଯୁକ୍ତ ହୋଇଛନ୍ତି ।

Advertisment

ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ବୈଜୟନ୍ତ କହିଛନ୍ତି । ନବ ଦାସ ହତ୍ୟା ଘଟଣା ଚପାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରି, ହତ୍ୟା ପାଇଁ କିଏ ଆଦେଶ ଦେଇଥିଲା ଆଉ କିଏ ଷଡଯନ୍ତ୍ର କରିଥିଲା ତାର ସତ୍ୟ ସାମ୍ନାକୁ ଆଣିବାକୁ ପଡିବ ବୋଲି କହିଥିଲେ ବୈଜୟନ୍ତ । ସେପଟେ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ବୋଲି ପ୍ରଶ୍ନ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଏଥିସହ ରାଜ୍ୟରେ ଜନ ପ୍ରତିନିଧି ସୁରକ୍ଷିତ ନୁହଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସାଂସଦ ସୁରେଶ ପୂଜାରୀ ମଧ୍ୟ ନବ ହତ୍ୟା ପରେ ପରେ ଗୋପାଳଙ୍କୁ ପାଗଳ କହିବା ସଂଯୋଗ ନା ପ୍ରାୟୋଜିତ ବୋଲି ପ୍ରଶ୍ନ କରିଛନ୍ତି। କେବଳ ଏହି ତିନି ନେତା ନୁହଁନ୍ତି ସାଂସଦ ପ୍ରତାପ ଷଡଙ୍ଗୀ, ପ୍ରଭାରୀ ଡି . ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଥିଲେ।

ସେପଟେ ରାଜ୍ୟରେ ଅଧୋଗତି ହେଉଥିବା ଆଇନଶୃଙ୍ଖଳା, ନବ ଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଓ ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ରଙ୍କୁ ପୋଲିସର ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ରାଜଭବନକୁ ଶୋଭାଯାତ୍ରାରେ ଯାଇଥିଲେ ଦଳୀୟ ବିଧାକ, ସାଂସଦ ଓ ନେତା ।

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ସହିତ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଦଳ ପକ୍ଷରୁ କୁହଯାଇଛି । ବିଜେପିର ସବୁ ଅଭିଯୋଗ ଉପରେ ଜବାବ୍ ରଖିଛି ବିଜେଡି। ଆଗକୁ ସାଧାରଣ ନିର୍ବାଚନ, ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଏକ ବଡ ପ୍ରସଙ୍ଗ କରି ରାଜ୍ୟ ସରକାର ବିରୋଧରେ ମାହୋଲ୍ ବନାଇବାକୁ ଚେଷ୍ଟା କରୁଛି ବିଜେପି । ଏଥିରୁ ଦଳକୁ କେତେ ଫାଇଦା ମିଳିବ ତାହା ଆଗକୁ ସ୍ପଷ୍ଟ ହେବ ।

BJP BJP Protest Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ