/odishatv-khabar/media/post_attachments/uploadimage/library/16_9/16_9_0/BJP_1741420166.jpg)
BJP
ବିଜୁ ବାବୁଙ୍କ ଶେଷ ସମୟରେ ବିଜେଡି ମୁଖିଆ କେଉଁଠି ଥିଲେ ? ରୋଗଗ୍ରସ୍ତ ହୋଇ ବିଜୁ ବାବୁ ଯନ୍ତ୍ରଣା ଭୋଗୁଥିବା ସମୟରେ ବିଜେଡି ମୁଖିଆ ତାଙ୍କର କେତେ ଦିନ ସେବା କରିଥିଲେ ? ବିଜେଡି ମୁଖିଆ ବିଜୁଙ୍କ ନାଁରେ ସଂକୀର୍ଣ୍ଣ ରାଜନୀତି କରି ତାଙ୍କୁ ଅପମାନ କରିଛନ୍ତି । ବିଜୁଙ୍କୁ ସମ୍ମାନ ଦେବା କଥା କହୁଛନ୍ତି , ତାଙ୍କ ଶେଷ ସମୟରେ ପୁଅ ପାଖରେ ନରହି ଅନ୍ୟ କାହା ପାଖରେ ରହିବା ବିଜେଡି ମୁଖିଆଙ୍କ ବିଜୁଙ୍କ ପ୍ରତି କେତେ ଦରଦ ଥିଲା ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ସିଧା ପ୍ରଶ୍ନ କରିଛନ୍ତି ।
ଅଧିକ ପଢ଼ନ୍ତୁ: ବିଜୁ ଜୟନ୍ତୀରେ ଯୋଗଦେଲେନି ନବୀନ...ଯୋଗଦେଲେ ପ୍ରଫୁଲ୍ଲ ଓ ପ୍ରସନ୍ନ, କିଏ କରୁଛି ରାଜନୀତି ?
ନିଜର ରାଜନୈତିକ ସ୍ବାର୍ଥ ପାଇଁ ବିଜେଡି ବିଜୁଙ୍କୁ ବ୍ୟବହାର କରୁଛି। କେବଳ ସେତିକି ନୁହେଁ ଗୁମାସ୍ତାଙ୍କ କଥାରେ ପଡି ନିର୍ବାଚନ ସମୟରେ ବିଜୁ ବାବୁଙ୍କ ଫଟୋ ଉଡାଇଦେଲେ। ଗୁମାସ୍ତାଙ୍କ ଫଟୋ ସହ ନିଜେ ମୁଖିଆଙ୍କ ଫଟୋ ରଖି ବିଜେଡି ପ୍ରଚାରରେ ମାତିଥିଲା। ସେତେବେଳେ ବିଜୁ ବାବୁଙ୍କ ପ୍ରତି ସମ୍ମାନ କୁଆଡେ ଯାଇଥିଲା ବୋଲି ବିଜେପି ବିଧାୟକ ଟଙ୍କଧର ଯୁକ୍ତି ବାଢିଛନ୍ତି। ବିଜୁ ବାବୁଙ୍କୁ ପେଟେଣ୍ଟ କରିବାକୁ ଚାହୁଁଛି ବିଜେଡି। କିନ୍ତୁ ବିଜୁ ବାବୁ ତା’ଠାରୁ ବହୁ ଊର୍ଦ୍ଧ୍ୱରେ ବୋଲି ମନ୍ତ୍ରୀ ରବି ନାଏକ କହିଛନ୍ତି। ବିଜୁ ଜୟନ୍ତୀ ପାଳନ ସମୟରେ ନବୀନ ନ ଆସି ବିଜୁଙ୍କ ପ୍ରତି ଅସମ୍ମାନ କରିଛନ୍ତି ବୋଲି ବିଜେପି କହିଛି।
ଗତକାଲି ଗୃହ ଆରମ୍ଭରୁ ବିଜେଡି ବିଜୁଙ୍କୁ ନେଇ ସରକାରଙ୍କ ବିରୁଦ୍ଧରେ ହଙ୍ଗାମା କରିଥିଲା। ବିଜୁଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସକୁ ବନ୍ଦ କରି ତାଙ୍କ ପ୍ରତି ବିଜେପି ଅପମାନ କରିଛି ବୋଲି କହିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲା ବିଜେଡି। ବିଜେଡି ବିଧାୟକମାନେ ସିଧା ବାଚସ୍ପତିଙ୍କ ଟେବୁଲ ପାଖକୁ ଯାଇ ମାଇକ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ବାଚସ୍ପତି ଗୃହକୁ ମୁଲତବୀ କରିବା ପରେ ବିଜେଡି ବିଧାୟକ ଏକାଠି ହୋଇ ମାହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ। ବିଜୁ ବାବୁଙ୍କୁ ସମ୍ମାନ ଦେବା କହି ବିଜେପି ଦୋ ମୁହାଁ ନୀତି ଆପଣେଉଛି ବୋଲି ବିଜେଡି ବିଧାୟକମାନେ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)