/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675680128.jpg)
Naba Murder Case
ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ କେମିତି ହେଲା ସେନେଇ ସସ୍ପେନ୍ସ ବଢୁଥିବା ବେଳେ ନବଙ୍କୁ ପ୍ରି-ପ୍ଲାନ କରି ହତ୍ୟା କରାଯାଇଥିବା କହିଛନ୍ତି ଦେବଗଡ ବିଧାୟକ। ଆଉ ବିଧାୟକଙ୍କ ବୟାନ ପରେ ଏବେ ମନ୍ତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜନୈତିକ ମହଲରେ ହଲଚଲ ହୋଇଛି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ମନ୍ତ୍ରୀଙ୍କୁ ମାରିବାକୁ ପୂର୍ବରୁ ଷଡଯନ୍ତ୍ର କରାଯାଇଥିଲା। ନବ ଦାସ ନିଜ ଅଂଚଳରେ ନିଜ ବିଜନେସର ସାମ୍ରାଜ୍ୟ ଯେମିତି ଭାବରେ ବଢାଇଥିଲେ ତାହାକୁ ଖତମ୍ କରିବାକୁ ନବଙ୍କୁ ରାସ୍ତାରୁ ସଫା କରିଦିଆଗଲା। ନିଜ ଦଳର ନେତା ହିଁ ମନ୍ତ୍ରୀଙ୍କୁ ମାରିଥିବା କହିଛନ୍ତି ସୁବାସ। ଖାଲି ଏତିକି ନୁହେଁ ବରଂ ମନ୍ତ୍ରୀଙ୍କ ମୃତ୍ୟୁ ପଛରେ ଉପକୂଳିଆ ନେତାଙ୍କ ହାତ ଥିବା ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ମନ୍ତ୍ରୀ ନବଙ୍କ ହତ୍ୟା ପଛରେ ରହିଛି କି କୋଇଲା ସିଣ୍ଡିକେଟର ଷଡ଼ଯନ୍ତ୍ର ?
ନବଙ୍କ ମୃତ୍ୟୁ ପରେ ସୁବାସ ପାଣିଗ୍ରାହୀ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ସରଗରମ ରାଜନୀତି। ସାମ୍ବାଦିକଙ୍କ ପ୍ରଶ୍ନରେ ସିଧାସିଧା ଉପକୂଳିଆ ନେତାଙ୍କ ପାଇଁ ନବଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବିଜେପି ବିଧାୟକ। ଅବଶ୍ୟ କାହାର ନାଁ ସେ ସ୍ପଷ୍ଟ କରିନଥିଲେ ବି ଦଳର ପ୍ରଭାବଶାଳୀ ନେତା ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ବୋଲି କହିଥିଲେ। ଏବେ ପୂରା ରାଜ୍ୟ ଜାଣିଛି ଦଳରେ କେଉଁ ଉପକୂଳିଆ ନେତାଙ୍କ ପ୍ରଭାବ ଅଧିକ...।
ମନ୍ତ୍ରୀଙ୍କ ମୃତ୍ୟୁକୁ ଏହାରି ଭିତରେ ୯ ଦିନ ବିତିଥିଲେ ବି ହତ୍ୟାକାରୀଙ୍କ ଟେର୍ ପାଉନି ପୋଲିସ୍। କ୍ରାଇମବ୍ରାଂଚ ଘନଘନ ତଦନ୍ତ କରୁଥିଲେ ବି କିଛି ସୁରାଗ ପାଇନି। ଆଉ ଏହାରି ଭିତରେ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଗୋପାଳକୁ ପୁଣି ଥରେ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ। ତେବେ ମନ୍ତ୍ରୀଙ୍କୁ ଯଦି ନିଜ ଦଳର ନେତା ମାରିଥିବେ ତେବେ ତଦନ୍ତ ଦିଗହରା ହେବା କଥାକୁ ଏଡାଇ ଦିଆଯାଇନପାରେ। ବୋଧହୁଏ ସେଇଥି ପାଇଁ ପୂରା ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି ବିରୋଧୀ...।
ସେପଟେ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ବ୍ୟୋମକେଶ ରାୟ। ସେ କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟା ଘଟଣାରୁ କ୍ରାଇମବ୍ରାଂଚ ତଦନ୍ତ ଚାଲିଛି। ତଦନ୍ତ ସରିଲେ ସତ ସାମ୍ନାକୁ ଆସିବ...ସମୟ କହିବ କେବେ ଖୋଲିବ ମନ୍ତ୍ରୀଙ୍କ ହତ୍ୟା ଗୁମର...।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)