Advertisment

ଆମ ଛାଇ ଦେଖି ଡରୁଛନ୍ତି ରାଜ୍ୟ ସରକାର, କହିଲେ ମନମୋହନ

ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ସୁରେଶ ପୂଜାରୀଙ୍କ ଧମକ । ୪ ଦିନ ପରେ କର୍ଫ୍ୟୁ ହଟାଇବାକୁ ସାହସ ଜୁଟାଇପାରୁନି ପ୍ରଶାସନ । ଜିଲ୍ଲାପାଳ ଓ ଏସ.ପିଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ।

ଅଦ୍ୟତନ ହୋଇଛି
undefined

Odisha Politics: BJP Leader Criticize CM Naveen Patnaik And BJD Government

Advertisment

ସମୟ ଦିନ ୧୧ଟା ୪୫ । ସ୍ଥାନ- ଝାରସୁଗୁଡ଼ା-ସମ୍ବଲପୁର ସୀମାର ଶ୍ରୀପୁରା ଛକ । ଜଣକ ପରେ ଜଣେ ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ଗାଡ଼ିକୁ ମଝି ରାସ୍ତାରେ ଜୋରଜବରଦସ୍ତ ଅଟକାଇଥିଲା, ଆଗୁଆ ସଜାଗ ଥିବା ପୋଲିସ । କିଛି ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ସମ୍ବଲପୁର ଯିବାକୁ କାହିଁକି ବାରଣ ? ଏକଥା ପୋଲିସକୁ ସିଧାସଳଖ ପଚାରିଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

Advertisment

ଯେହେତୁ ସମ୍ବଲପୁର ରେ ହିଂସା ପରବର୍ତ୍ତୀ ସ୍ଥିତି ସ୍ବାଭାବିକ ହୋଇନି ତେଣୁ ସେଠାକୁ ବାହାର ଜିଲ୍ଲାର ଲୋକ ଓ ରାଜନେତାଙ୍କୁ ନଛାଡ଼ିବାକୁ ଜିଲ୍ଲାପାଳଙ୍କ ଆଦେଶ ରହିଥିବା କହିଥିଲା ପୋଲିସ୍। ଏହାପରେ କେନ୍ଦ୍ରମନ୍ତ୍ରୀ, ବିଜେପି ସାଂସଦ ଓ ବିଧାୟକମାନଙ୍କୁ ସେଠାରୁ ୨ କିଲୋମିଟର ଦୂର ଠେଲକୋଲି ଥାନାକୁ ନେଇ ପୋଲିସ୍ ଅଟକ ରଖିଥିଲା ।

ଅଧିକ ପଢ଼ନ୍ତୁ: ପ୍ରି ପ୍ଲାନ୍‌ ଥିଲା ସମ୍ବଲପୁର ହିଂସାକାଣ୍ଡ... ପୋଲିସ ସଜାଗ ରହିଲାନି କାହିଁକି ?

Advertisment

ତେଣେ ଆଜିର ଘଟଣା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସିଧା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି କହିଛନ୍ତି- ସରକାର ଆମ ଛାଇ ଦେଖି ଡରୁଛନ୍ତି। ସେହିପରି ବରଗଡ଼ ସାସଂଦ ସୁରେଶ ପୂଜାରୀଙ୍କ ଅଭିଯୋଗ, ସମ୍ବଲପୁର ଜିଲ୍ଲାପାଳ ନିଜ କ୍ଷମତା ବାହାରକୁ ଯାଇ କାର୍ଯ୍ୟ କରିଛନ୍ତି। ଦରକାର ପଡ଼ିଲେ ଲୋକସଭାରେ ସେ ଏହା ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିବେ। ଜବାବରେ ବିଜେଡି ବିଧାୟକ ଶାରଦା ନାୟକ କହିଛନ୍ତି-ସମ୍ବଲପୁରରେ ସ୍ଥିତି ସ୍ୱାଭାବିକ ହୋଇନି, ତେଣୁ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସରକାର ଓ ପ୍ରଶାସନକୁ ସମସ୍ତେ ସହଯୋଗ କରିବା ଉଚିତ୍ ।

ସେପଟେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପରଠୁ ସମ୍ବଲପୁର ସହରରେ ଜାରି ରହିଛି କର୍ଫ୍ୟୁ। ୪ଦିନ ପରେ ବି ସ୍ଥିତି ସ୍ବାଭାବିକ କରିପାରୁନି କି କର୍ଫ୍ୟୁ ହଟାଇବାକୁ ସାହସ ଜୁଟାଇ ପାରୁନି ସ୍ଥାନୀୟ ପ୍ରଶାସନ। ଏଣେ ଆଜି ଜିଲ୍ଲାପାଳ ଓ ଏସ୍‌ପିଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ବସିଥିଲା। ଯେଉଁଥିରେ ଶାନ୍ତି ବଜାୟ ରଖିବା ନେଇ ସକରାତ୍ମକ ଆଲୋଚନା ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେଣେ ସହରରେ ଆହୁରି ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ।

Advertisment

BJP Odisha BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ