• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ବିଜେପିର ସେଣ୍ଟ୍ରାଲ୍ ଇଲେକସନ୍ କମିଟି ବା CEC ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଏଥିରେ ସାମିଲ ହେବେ । ଆଜିର ବୈଠକ ପରେ ଖୁବ୍ ଶୀଘ୍ର ବିଜେପି ପ୍ରଥମ ପର୍ଯ୍ୟାୟରେ ନିଜର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଉଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ୍ ଶାହ ଓ ରାଜନାଥଙ୍କ ଭଳି କିଛି ହେଭିୱେଟ୍‌ଙ୍କ ନାଁ ଘୋଷଣା ହୋଇପାରେ । ଏଥିରେ ଓଡ଼ିଶାରୁ ୨ କି ୩ଟି ନାଁ ରହିପାରେ ।

ଗତକାଲି ଦିଲ୍ଲୀରେ BJPର କୋର୍ କମିଟି ବୈଠକ ବସିଥିଲା। ଦିଲ୍ଲୀ BJP ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଦଳର ବରିଷ୍ଠ ପଦାଧିକାରୀ, ୧୪ଟି ରାଜ୍ୟର ବିଜେପି ସଭାପତି, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କିଛି ବରିଷ୍ଠ ନେତା ସାମିଲ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ହିମାଚଳରେ ରାଜନୈତିକ ଅସ୍ଥିରତା; ସଙ୍କଟରେ ସୁଖୁ ସରକାର

ଆଜି ଦଳର ସେଣ୍ଟ୍ରାଲ୍ ଇଲେକସନ୍ କମିଟି-CEC ବୈଠକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଏଥିରେ ସାମିଲ ହେବେ ।

କୁହାଯାଉଛି ଖୁବଶୀଘ୍ର BJP ନିଜର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ଶାହ, ରାଜନାଥଙ୍କ ଭଳି କିଛି ହେଭିୱେଟଙ୍କ ନାଁ ଘୋଷଣା ହୋଇପାରେ । ଏଥିରେ ଓଡ଼ିଶାରୁ ୨ କି ୩ଟି ନାଁ ରହିପାରେ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ନିକଟରେ ଓଡିଶା ଗସ୍ତରେ ଆସିଥିବାବେଳେ ସୂଚନା ଦେଇଥିଲେ ।