/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709123006.jpg)
Core committee meeting
ଦିଲ୍ଲୀରେ BJPର କୋର୍ କମିଟି ବୈଠକ । ଦିଲ୍ଲୀ BJP ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଦଳର ବରିଷ୍ଠ ପଦାଧିକାରୀ, ୧୪ଟି ରାଜ୍ୟର ବିଜେପି ସଭାପତି, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କିଛି ବରିଷ୍ଠ ନେତା ସାମିଲ ହୋଇଛନ୍ତି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ଅନୁଯାୟୀ, ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସଟ୍ ଲିଷ୍ଟ୍ ହୋଇଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା ହୋଇପାରେ । ଏହାପରେ ଆସନ୍ତାକାଲି ଦଳର ସେଣ୍ଟ୍ରାଲ୍ ଇଲେକସନ୍ କମିଟି-CEC ବୈଠକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଏଥିରେ ସାମିଲ ହେବେ ।
ଅଧିକ ପଢ଼ନ୍ତୁ: ତାମିଲନାଡ଼ୁରେ ଶକ୍ତି ଦେଖାଇଲା BJP; ୬ ମାସରେ ୨୩୪ ଆସନରେ କଲା ପଦଯାତ୍ରା
କୁହାଯାଉଛି ଖୁବଶୀଘ୍ର BJP ନିଜର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ଶାହ, ରାଜନାଥଙ୍କ ଭଳି କିଛି ହେଭିୱେଟଙ୍କ ନାଁ ଘୋଷଣା ହୋଇପାରେ । ଏଥିରେ ଓଡ଼ିଶାରୁ ୨ କି ୩ଟି ନାଁ ରହିପାରେ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ନିକଟରେ ଓଡିଶା ଗସ୍ତରେ ଆସିଥିବାବେଳେ ସୂଚନା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)