• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬୦ ଜଣଙ୍କ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ବିଜେପି ୧୮୨ ବିଧାନସଭା ଆସନରୁ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏଥିର ଦଳ ଅଧିକାଂଶ ବରିଷ୍ଠ ନେତାଙ୍କୁ ଟିକେଟ ଦେଇନାହିଁ । ୩୮ ଜଣ ବିଧାୟକଙ୍କ ଟିକେଟ କଟିଯାଇଛି ।

କେନ୍ଦ୍ରମନ୍ତ୍ରୀ ମନସୁଖ ମଣ୍ଡାଭୀୟ, ଭୂପେନ୍ଦର୍ ଯାଦବ ଓ ରାଜ୍ୟ ବିଜେପି ମୁଖ୍ୟ ସି.ଆର୍.ପଟେଲ୍ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପୁଣିଥରେ ଘାଟୋଲଡିଆରୁ ନିର୍ବାଚନ ଲଢିବେ । ଗୃହମନ୍ତ୍ରୀ ହର୍ଷ ସାଙ୍ଘଭି ମଜୁରା ବିଧାନସଭା ମଣ୍ଡଳୀରୁ ନିର୍ବାଚନ ଲଢିବେ । ଅନ୍ୟପକ୍ଷରେ ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେପି ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ନୀତୀନ ପଟେଲଙ୍କ ଭଳି ବରିଷ୍ଠ ନେତାଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ଦେଇନି ।

ଅଧିକ ପଢ଼ନ୍ତୁ: ଇସୁଦାନ ଗଡୱୀ ଆପର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ସେହିପରି ୭୫ ବର୍ଷ ଅତିକ୍ରମ କରି ସାରିଥିବା ନେତା, ସାଂସଦ ଓ ବିଧାୟକଙ୍କ ସମ୍ପର୍କୀୟଙ୍କୁ ବି ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇନି । ଦୀର୍ଘ ୨୭ ବର୍ଷ ହେଲା ଗୁଜରାଟରେ କ୍ଷମତାରେ ଥିବା ବିଜେପି ଏଥର ଯୁବ ଚେହେରା, କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ଏବଂ ସେଲେବ୍ରିଟିଙ୍କୁ ଅଧିକ ଗୁରୁତ୍ୱ ଦେଇଛି ।

କେବଳ ଏତିକି ନୁହେଁ, କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ୭ ନେତାଙ୍କୁ ଟିକେଟ ମିଳିଛି । ତାମଧ୍ୟରେ ରହିଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ । ସେ ବୀରାମଗ୍ରାମରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ସେପଟେ ଝୁଲା ପୋଲ ଦୁର୍ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ମୋର୍ବି ବିଧାୟକ ବ୍ରିଜେଶ ମେରଜାଙ୍କୁ ବିଜେପି ଟିକେଟ ଦେଇନାହିଁ । ତାଙ୍କ ବଦଳରେ ମୋର୍ବିର ପୂର୍ବତନ ବିଧାୟକ କଣ୍ଟିଲାଲ ଅମୃତୟଙ୍କୁ ବିଜେପି ପ୍ରାର୍ଥୀ କରିଛି । ଅପରପକ୍ଷରେ ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଟିକେଟ୍ ଦେଇଛି ବିଜେପି ।

ଗୁଜରାଟର ଜାମନଗର ଉତ୍ତର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବେ ରିଭାବା । ୨୦୧୯ରେ ରିଭାବା ବିଜେପିରେ ମିଶିବା ପରେ ଜାମନଗର ଲୋକସଭା ଆସନରୁ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଦଳ ସହ ୩ ବର୍ଷ ରହିବା ପରେ ଏଥର ବିଧାନସଭା ର୍ନିବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି ।