Advertisment

ଇସୁଦାନ ଗଡୱୀ ଆପର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ । ଆଉ ତା’ପରେ ଇସୁଦାନଙ୍କୁ( Isudan Gadhvi) ବାଛିଛନ୍ତି ଅରବିନ୍ଦ କେଜ୍ରିୱାଲ ।

author-image
Prangyan Parimita
ଅଦ୍ୟତନ ହୋଇଛି
Isudan Gadhvi

Isudan Gadhvi

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍ । ଇସୁଦାନ ଗଡୱୀ ଆପର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଲୋକଙ୍କ ମତ ଆଧାରରେ ଇସୁଦାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିବା ଦଳର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ । ୭୩% ଲୋକ ଇସୁଦାନ ଗଡୱୀଙ୍କୁ ପସନ୍ଦ କରିଥିବାରୁ କେଜ୍ରିୱାଲ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ବାଜିଲା ଗୁଜରାଟ ବିଗୁଲ୍‌: ଡିସେମ୍ବର ୧ ଓ ୫ରେ ଭୋଟ୍‌ ଗ୍ରହଣ

କିଏ ଇସୁଦାନ ଗଡୱୀ  ?

ଇସୁଦାନ ଗଡୱୀ ଗୁଜରାଟୀ ନ୍ୟୁଜ ଚାନେଲ VTVର ଜଣେ ସାମ୍ବାଦିକ ସହ ନ୍ୟୁଜ ଏଡିଟର । ଗୁଜରାଟର ପପୁଲାର ସୋ ମହାମନ୍ଥନ ଲାଗି ସେ ଘରେ ଘରେ ପରିଚିତ । ୧୯୮୨ ମସିହା ଜାନୁଆରୀ ୧୦ ତାରିଖରେ ଜମଖମଭଲିଆର ପିପଲିଆ ଗ୍ରାମରେ ଇସୁଦାନଙ୍କ ଜନ୍ମ । ଜଣେ ଲୋକପ୍ରିୟ ଉପସ୍ଥାପକ ଭାବେ ଗୁଜରାଟର ଗ୍ରାମଞ୍ଚଳରେ ସେ ବେଶ୍ ଲୋକପ୍ରିୟ । ଲୋକଙ୍କ ବିଭନ୍ନ ସମସ୍ୟାକୁ ନିର୍ଭିକ ଭାବେ ଉପସ୍ଥାପନା କରିବା ସହ ସେ ଲୋକଙ୍କ ପ୍ରିୟ ହୋଇପାରିଛନ୍ତି । ସେ ଏକ ମଧ୍ୟବିତ ପରିବାରରୁ ଆସିଥିବା ବେଳେ ତାଙ୍କ ବାପା ଜଣେ ଚାଷୀ । ୨୦୨୧ ଜୁନ୍ ମାସରେ ଇସୁଦାନ ଆପ୍‌ରେ ଯୋଗ ଦେଇଥିଲେ । ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଦଳର ଗୁଜରାଟ ସଭାପତି ଗୋପାଳ ଇଟାଲିଆ ମଧ୍ୟ ଥିଲେ । ଇଟାଲିଆ ହିଁ ଇସୁଦାନ ଗଡୱୀଙ୍କୁ ଆପ୍‌କୁ ଆଣିଥିଲେ ।

ସୂଚନାଯୋଗ୍ୟ ଏଥର ଗୁଜରାଟରେ ୪ କୋଟି ୯୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ତା ଭିତରେ ୩ ଲକ୍ଷ ୨୪ ହଜାର ୪୨୨ ନୂଆ ଭୋଟର୍ ସାମିଲ ହୋଇଛନ୍ତି । ନିର୍ବାଚନ ପାଇଁ ମୋଟ ୫୧ ହଜାର ୭୮୨ ପୋଲିଂ ବୁଥ୍ କରାଯିବ । ୧୪୨ଟି ମଡେଲ୍ ପୋଲିଂ ଷ୍ଟେସନ୍ ହେବ । ୧୨ ଶହ ୭୪ଟି ପୋଲିଂ ବୁଥ୍‌ରେ କେବଳ ମହିଳାଙ୍କୁ ମୁତୟନ କରାଯିବ । ଗ୍ରାମାଞ୍ଚଳରେ ୩୪ ହଜାରରୁ ଅଧିକ ବୁଥ୍ କରାଯିବ।  

Advertisment

୧୮୨ ଆସନ ବିଶିଷ୍ଟ ଗୁଜରାଟରେ ୨୦୧୭ରେ ମଧ୍ୟ ୨ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ବିଜେପି ୯୯ଟି ସିଟରେ ବିଜୟୀ ହୋଇଥିଲା, ଭୋଟ୍ ହାର ଥିଲା ୫୦ ପ୍ରତିଶତ। କଂଗ୍ରେସ, ବିଜେପି କୁ କଡ଼ା ଟକ୍କର ଦେଇ ୭୭ଟି ସିଟରେ ଜିତିଥିଲା, ଭୋଟ୍ ହାର ଥିଲା ୪୨ ପ୍ରତିଶତ । କିନ୍ତୁ ଏଥର ଗୁଜରାଟରେ ବଦଳିଯାଇଛି ରାଜନୈତିକ ସମୀକରଣ । ବିଜେପି ଓ କଂଗ୍ରେସ ସହ ଆମ୍ ଆଦ୍‌ମୀ ପାର୍ଟି ମଧ୍ୟ ନିର୍ବାଚନ ମଇଦାନରେ । ତେଣୁ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । 

Arvind Kejriwal Gujarat Polls AAP
Advertisment
Advertisment