Advertisment

ବିଜେପି ଆନ୍ଦୋଳନକୁ ବିଜେଡି ଧାରଣା ! ଚକା ଜାମ୍‌ କଲା ବିଜେପି

​​​​​​​ବିଜେପି ମାଗିଲା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା । କେନ୍ଦ୍ର ବିରୋଧୀ ନାରାବାଜି କରି ବିଜେଡିର ଧାରଣା ।

ଅଦ୍ୟତନ ହୋଇଛି
undefined

BJD- BJP

Advertisment

ହରତାଳ, ବିକ୍ଷୋଭ, ଧାରଣା, ଚକାଜାମ୍ । ପ୍ରାୟ ଦୁଇ ଘଣ୍ଟା ଧରି ଭୁବନେଶ୍ୱର ର ପ୍ରମୁଖ ଛକ ଠପ୍ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଜେପି ର ହଲ୍ଲାବୋଲ । ଏଜି ଛକ, ଜୟଦେବ ବିହାର, ସାମନ୍ତରାପୁର, ପଳାଶୁଣି, ଖଣ୍ଡଗିରି ସବୁଠି ବିଜେପି ନେତା ଓ କର୍ମୀଙ୍କ ଜୋରଦାର ଆନ୍ଦୋଳନ । ଜୟଦେବ ଭବନଠାରୁ ଏକ ରାଲିରେ ଦଳୀୟ ନେତା ଓ କର୍ମୀ ଆସି ଏଜି ଛକରେ ପହଞ୍ଚିଥିଲେ । ଛକକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଦେଇଥିଲେ ଧାରଣା ।

Advertisment

ରାଜ୍ୟ ସରକାର ଙ୍କ ବିରୋଧରେ ସ୍ଲୋଗାନ ଓ ନାରାବାଜିରେ କଂପିଥିଲା ପରିବେଶ । କେବଳ ଆମ୍ବୁଲାନସକୁ ଛାଡ଼ି ଅନ୍ୟ ସବୁ ଗାଡ଼ିକୁ ଅଟକାଇଥିଲେ । ଉଚ୍ଚଶିକ୍ଷା ବିଭାଗର ଗାଡିକୁ ଆନ୍ଦୋଳନକାରୀ ଘେରିଯାଇ ପ୍ରତିବାଦ କରିବା ବେଳେ ମୋ ବସ୍‌କୁ ବି ଅଟକାଇ ଥିଲେ । ସାମନ୍ତରାପୁର ଛକରେ ମଧ୍ୟ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ । ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥ ମଧ୍ୟ କିଛି ସମୟ ପାଇଁ ଜାମ୍ ହୋଇଥିଲା । ନବ ଦାସ ହତ୍ୟା ଘଟଣା ଓ ଆଇନ ଶୃଙ୍ଖଳା ସ୍ଥିତିର ଅଧୋଗତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଦଳୀୟ ନେତା । ମୁଖ୍ୟମନ୍ତ୍ରୀ ନିଜେ ଗୃହ ମନ୍ତ୍ରୀ ଭାବେ ୨୩ ବର୍ଷ ହେଲା ରହିଛନ୍ତି । ଆଇନ ଶୃଙ୍ଖଳା ସ୍ଥିତି ବିଗୁଡୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି।

ବିଜେପିର ଆନ୍ଦୋଳନକୁ କାଉଣ୍ଟର କରିବାକୁ ବିଜେଡି ଆଜି ରାଜଭବନ ଆଗରେ ଧାରଣା ଦେଇଥିଲା । ଦଳର ବିଧାୟକ ଓ ନେତାମାନେ ଶୋଭଯାତ୍ରା କରି ଧାରଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ହିତାଧିକାରୀଙ୍କ ୫ କିଲୋ ଲେଖାଏଁ ଚାଉଳ କାଟିବା, ଧାନ କିଣା କ୍ଷେତ୍ରରେ କେନ୍ଦ୍ର ବଜେଟ୍‌ରେ ୨୦ ହଜାର କୋଟି ଟଙ୍କା କମ୍ ବ୍ୟୟବରାଦ ହେବା, ଉଷୁନା ଚାଉଳ ଉଠାଣ କୋଟା କମାଇବା, ଧାନ ସଂଗ୍ରହ ବାବଦକୁ ବାକି ଥିବା ୧୪ଶହ କୋଟି ସବ୍ ସିଡି କେନ୍ଦ୍ର ଦେଉନଥିବା ପ୍ରତିବାଦ କରି ବିଜେଡି ରାସ୍ତାକୁ ଓହ୍ଲାଇଥିଲା । ପରେ ରାଜ ଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ
ଦାବିପତ୍ର ଦେଇଥିଲା ବିଜେଡି ।

Advertisment

ଆଜି ରାଜଧାନୀରେ ପଦ୍ମ ଓ ଶଙ୍ଖ ଦଳର ହାଇଭୋଲଟେଜ୍ ସୋ ଦେଖିବାକୁ ମିଳିଥିବାବେଳେ ଆସନ୍ତାକାଲି ପଂଚାୟତ, ତା ପରିଦିନ ବ୍ଲକ୍ ଓ ଜିଲ୍ଲାପାଳ ଅଫିସ୍
ଆଗରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୪ ନିର୍ବାଚନକୁ ଆଖି ଆଗରେ ରଖି ଦୁଇ ଦଳ ମଧ୍ୟରେ ଏହା ରାଜନୈତିକ ପ୍ରତିଯୋଗିତା ବୋଲି କୁହାଯାଉଛି ।

BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ