/odishatv-khabar/media/post_attachments/uploadimage/library/16_9/16_9_0/BJD__1664465550.jpg)
BJD
ବିଜେଡି ପ୍ରତିନିଧି ସମ୍ମିଳନୀରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । କାନ ଧରି ଉଠ୍ବସ୍ ହେଲେ ବିଜେଡି ନେତା ଓ କର୍ମୀ । ବିଜେଡି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ମୋଟିଭେସନାଲ ସ୍ପିକର ଉଜ୍ଜଳ ପଟନିଙ୍କ ସେସନ୍ରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ଆଳସ୍ୟ ଭାଙ୍ଗିବାକୁ ପଟ୍ନୀ ପରାମର୍ଶ ଦେବା ସହ ସମସ୍ତଙ୍କୁ ଛିଡ଼ା ହେବାକୁ କହିଥିଲେ । ପରେ ସମସ୍ତଙ୍କୁ କାନ ଧରି ଉଠ୍ବସ୍ ହେବାକୁ କହିଥିଲେ । ତାଙ୍କ ପରାମର୍ଶ ମାନି ସମସ୍ତ ବିଜେଡି ନେତା ଓ କର୍ମୀ କାନ ଧରି ଉଠ୍ବସ୍ ହୋଇଥିଲେ କିଛି ସମୟ ଯାଏଁ । ବିଜେଡି କର୍ମୀଙ୍କୁ ଲିଡରସିପ୍ ଜ୍ଞାନ ଦେବାବେଳେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ତେବେ ରାଜ୍ୟରେ ଏବେ ରାଜନୀତି ସରଗରମ ହୋଇଛି । ରାଜଧାନୀ ରେ ଘମାସାନ ହେଉଛି ଲଢ଼େଇ । ଆଜି ଗୋଟିଏ ପଟେ ବିଜେପି ର ବିରାଟ ସମାବେଶ ଚାଲିଥିବା ବେଳେ ଅନ୍ୟପଟେ ବିଜେଡି ଯୁବ ଛାତ୍ର ସଂଗଠନକୁ ନେଇ ଚାଲିଥିଲା ମିଟିଂ । ଦଳୀୟ କର୍ମୀଙ୍କ କବଳରେ ଥିଲା ପୁରା ରାଜଧାନୀ ରାଜରାସ୍ତା । ଯୁଆଡ଼େ ଦେଖିବ ଖାଲି ଭିଡ଼ ଆଉ ଭିଡ଼ । ଯୁଆଡ଼େ ଦେଖିବ ଖାଲି ନେତା ମାଳ ମାଳ । ଆଉ ରାସ୍ତାକଡ଼ରେ ଛିଡ଼ା ହୋଇଥିଲା ହଜାର ହଜାର ଗାଡ଼ି ।
ଗୋଟିଏ ପଟେ ବିଜେଡି ନିଜ ଯୁବ ଛାତ୍ର କର୍ମୀଙ୍କୁ ଏକାଠି କରି ୨୦୨୪ ନିର୍ବାଚନ ପାଇଁ ଆକ୍ଟିଭ୍ କରୁଥିବା ବେଳେ ଏପଟେ ବିଜେପିର କେନ୍ଦ୍ରୀୟ ନେତା ଜେପି ନଡ୍ଡା ବିଜେପି କର୍ମୀଙ୍କୁ ଦେଉଥିଲେ ଗୁରୁମନ୍ତ୍ର । ଏହି ଅବସରରେ ସବୁ ବିଜେପି ନେତା ରାଜ୍ୟ ସରକାରକୁ ଟାର୍ଗେଟ କରିଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ସିଧା ଟାର୍ଗେଟ୍ କରିଥିଲେ, ତରବରିଆ ଭାବେ ବିଜେଡି ଆୟୋଜନ କରିଥିବା ମିଟିଂକୁ । ସେ କହିଥିଲେ ବିଜେପି କାର୍ଯ୍ୟକ୍ରମକୁ ଡରୁଛି ବିଜେଡି । ତେଣୁ ଜିଦିବାଦରେ ବିଜେଡି ପକ୍ଷରୁ ଯୁବ ଛାତ୍ରଙ୍କୁ ନେଇ ଆୟୋଜନ କରାଯାଇଛି ମିଟଂ । ଏମିତିକି ବିଜେଡି ସଭାପତି ଓଡ଼ିଶାରେ ନାହାନ୍ତି । ସେ ଭିଡିଓ କନ୍ଫରେନ୍ସିଂରେ ଏହି କାର୍ଯ୍ୟକ୍ରମ ଦେଖିବେ । ଏଭଳି କହି ତାତ୍ସଲ୍ୟ କରିଥିଲେ ଅପରାଜିତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)