Advertisment

Naveen Patnaik: ନବୀନଙ୍କୁ ଖୋଲା ଚାଲେଞ୍ଜ୍, ସନ୍ଦିହାନ ବିଜେଡି ନେତା

ଗୋଟିଏ ପଟେ ବନ୍ଦୀ ଓ ଅନ୍ୟପଟେ ଗୃହବନ୍ଦୀ। ନବୀନ ବାବୁ ସଂଖ୍ୟାଲଘୁ ସଂପ୍ରଦାୟକୁ ଓ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି। ବିଜେଡିର ବିବେକବାନ ନେତାମାନେ ଏବେ ନବୀନଙ୍କୁ ପଚାରିବା ଆରମ୍ଭ କଲେଣି। ଏବେ ନବୀନ ତା’ର ଉତ୍ତର ରଖିବେ। ନବୀନ ଏବେ ପଲଟି ଯାଇଛନ୍ତି ଓ ଓଲଟି ଯାଇଛନ୍ତି ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ବିଜେଡିରେ ଆଗରୁ ଯାହା କେବେ ଘଟିନଥିଲା, ତାହା ଘଟିଲା। ଦଳ ପ୍ରତିଷ୍ଠା ହେବା ଦିନଠାରୁ ବିଜେଡିର ସଭାପତି ଅଛନ୍ତି ନବୀନ ପଟ୍ଟନାୟକ। କେବେ ଦଳ ଭିତରେ କେହି ନବୀନଙ୍କ କୌଣସି ନିଷ୍ପତ୍ତିକୁ ଆଜି ପର୍ଯ୍ୟନ୍ତ ଚାଲେଞ୍ଜ୍ କରିବାର ନଜିର ନାହିଁ। କିନ୍ତୁ ଏବେ ପ୍ରଥମ ଥର ପାଇଁ ନବୀନଙ୍କୁ ଚାଲେଞ୍ଜ କରିବାକୁ ବାହାରି ଆସିଲେଣି ନେତା। ରାଜନୈତିକ ସମୀକ୍ଷକମାନେ ଏହି ମତ ଦେଇଛନ୍ତି। ନବୀନ ଯେତେବେଳେ ଯାହାକୁ ଚାହିଁଛନ୍ତି, ଦଳରୁ ବିଦା କରିଛନ୍ତି। କିନ୍ତୁ ତାଙ୍କୁ ଦଳର କେହି ନେତା ପ୍ରତିବାଦ କରିନାହାନ୍ତି। ଭୟରେ ହେଉ ବା ଆନୁଗତ୍ୟ କାରଣରୁ ହେଉ, ଆଜ୍ଞାଧୀନ ଛାତ୍ର ଭଳି ସବୁ ନେତା ତାଙ୍କୁ ମାନୁଥିଲେ। ଏପରିକି ଗତ ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନ୍ ହେଲିକପ୍ଟରରେ ବୁଲିବା ବେଳେ ବି କେହି ମୁହଁ ଖୋଲିନଥିଲେ। କିନ୍ତୁ ଆଜି ପ୍ରଥମଥର ପାଇଁ ଶଙ୍ଖ ଭବନରେ ବିଜେଡିର କିଛି ବରିଷ୍ଠ ନେତା ଏକାଠି ହୋଇ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ପଚାରିବାକୁ ନିଷ୍ପତ୍ତି ନେଲେ। ଗଲେ ମଧ୍ୟ। ସିଧାସଳଖ ଯାଇ ଆଲୋଚନା କଲେ, କେଉଁ ପରିସ୍ଥିତିରେ ୱାକଫ୍ ବିଲକୁ ନେଇ ସଂସଦରେ ବଦଳିଗଲା ବିଜେଡିର ଅଭିମୁଖ୍ୟ?

Advertisment

ବିଧାନସଭାରେ ବିଜେଡିର ଉପନେତା ଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡି ରାଜ୍ୟସଭାରେ ସରକାରଙ୍କୁ ବିରୋଧ କରିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ କେଉଁ ପରିସ୍ଥିତିରେ ଦଳ ନିଷ୍ପତ୍ତି ବଦଳାଇ ସଦସ୍ୟମାନଙ୍କୁ ବିବେକାନୁମୋଦିତ ଭୋଟ ଦେବା ପାଇଁ କହିଲା, ତାହା ଜଣାପଡୁନାହିଁ। ନବୀନ ନିବାସ ଯାଇ ଏସଂପର୍କରେ ସଭାପତିଙ୍କ ସହ ଆଲୋଚନା କରିବେ ବୋଲି ସେ କହିଥିଲେ। ସନ୍ଧ୍ୟାରେ ନବୀନ ନିବାସ ଯାଇଛନ୍ତି ବିଜେଡର ବରିଷ୍ଠ ନେତାମାନଙ୍କର ଏକ ଟିମ୍। ଶଙ୍ଖ ଭବନରେ ଆଜିର ବୈଠକରେ ଉପଦେଷ୍ଟା କମିଟି ସଦସ୍ୟ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଚନ୍ଦ୍ରଶେଖର ସାହୁ, ଭୁପିନ୍ଦର ସିଂ, ଶଶିଭୂଷଣ ବେହେରା, ନୃସିଂହ ସାହୁ ଓ ବଦ୍ରିନାରାୟଣ ପାତ୍ର ପ୍ରମୁଖ ଯୋଗଦେଇଥିଲେ।

ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା, ୱାକଫ୍ ବିଲ୍ ଆଲୋଚନାରେ କାହିଁକି ବଦଳିଲା ଆଭିମୁଖ୍ୟ। ସାଂସଦ ମୁନା ଖାନ୍ ଓ ସସ୍ମିତ ପାତ୍ର ପୂର୍ବରୁ କହିଥିଲେ ଯେ, ୱାକଫ୍ ବିଲ୍ ଆଲୋଚନାରେ ବିଜେଡି ବିରୋଧ କରିବ। କିନ୍ତୁ ସସ୍ମିତ ପାତ୍ର ସୋସିଆଲ୍ ମିଡିଆରେ ଲେଖିଥିଲେ, ବିଜେଡି ପକ୍ଷରୁ ହ୍ୱିପ୍ ଜାରି କରାଯାଇନାହିଁ। ସଦସ୍ୟମାନେ ବିବେକାନୁମୋଦିତ ଭୋଟ ଦେବେ। ଏହି ବିଲ୍ ସପକ୍ଷରେ ସସ୍ମିତ ଭୋଟ ଦେଇଥିବାର ଗଣମାଧ୍ୟମକୁ କହିଥିଲେ। ଏହାକୁ ନେଇ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ଦଳର ଏଭଳି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଁ ଭୋଟ ଦେଇନାହିଁ। ତାଙ୍କର ଏହି କଥାରୁ ଜଣାପଡୁଛି ଦଳରେ କିଛି ଠିକଠାକ୍ ଚାଲିନାହିଁ।

Advertisment

ଅଧିକ ପଢ଼ନ୍ତୁ: ବଦ୍ରି କହିଲେ, ଖେଳ ହୋଇଛି...! କଂଗ୍ରେସ କହିଲା ଏବେ ବି ବଳବତ୍ତର ବିଜେପି-ବିଜେଡି ମେଣ୍ଟ

ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ପୁଣି କହିଛନ୍ତି, ବିଜେଡିର ଜନ୍ମ ଓଡ଼ିଶାର ଓ ଓଡ଼ିଶା ଲୋକଙ୍କ ସେବା କରିବା ପାଇଁ। ଆଜିର ବୈଠକ ଏକ ରୁଟିନ୍ ବୈଠକ ଥିଲା ବୋଲି ସେ କହିଛନ୍ତି। କିନ୍ତୁ ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, କିଛି ଖେଳ ହୋଇଛି। ଦଳର ନିଷ୍ପତ୍ତି ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ପୂର୍ବତନ ମନ୍ତ୍ରୀ ଭୁପିନ୍ଦର ସିଂହ କହିଛନ୍ତି, ଏହାକୁ ନେଇ ଆମେ ବରିଷ୍ଠ ନେତାମାନେ ଚିନ୍ତିତ ଅଛୁ। ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଦ୍ୱନ୍ଦ୍ୱ ବିଷୟରେ ଆମେ ବହୁତ କଥା ଶୁଣୁଛୁ। ସଭାପତିଙ୍କ ସହ ଆଲୋଚନା ପରେ ଦ୍ୱନ୍ଦ୍ୱ ଦୂର ହେବ।

Advertisment

କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି, ନବୀନ ବାବୁ ଡରି ଯାଇଛନ୍ତି। ଜେଲ୍ ଯିବାର ଡର ତାଙ୍କୁ ଘାରିଛି। ଗୋଟିଏ ପଟେ ବନ୍ଦୀ ଓ ଅନ୍ୟପଟେ ଗୃହବନ୍ଦୀ। ନବୀନ ବାବୁ ସଂଖ୍ୟାଲଘୁ ସଂପ୍ରଦାୟକୁ ଓ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି। ବିଜେଡିର ବିବେକବାନ ନେତାମାନେ ଏବେ ନବୀନଙ୍କୁ ପଚାରିବା ଆରମ୍ଭ କଲେଣି। ଏବେ ନବୀନ ତା’ର ଉତ୍ତର ରଖିବେ। ନବୀନ ଏବେ ପଲଟି ଯାଇଛନ୍ତି ଓ ଓଲଟି ଯାଇଛନ୍ତି ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ। ଏ ସଂପର୍କରେ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ୟୁଟର୍ଣ୍ଣ ନେଲା ବିଜେଡି ! ରାଜ୍ୟସଭାରେ ୱାକଫ୍ ବିଲ୍‌କୁ ସମର୍ଥନ କଲେ ସସ୍ମିତ ପାତ୍ର

Naveen Patnaik BJD Prasanna Acharya WAQF Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ