• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୋକସଭାରେ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ବିରୋଧୀ ସିଟରେ ବସିବାରୁ ଅଣନିଃଶ୍ୱାସୀ ହୋଇଛନ୍ତି । ରାହୁଲ ଗାନ୍ଧି କଣ କୁହନ୍ତି ନିଜେ ବୁଝି ପାରନ୍ତି ନାହିଁ । ହିନ୍ଦୁମାନଙ୍କ ବିନା ଭାରତ ପରିକଳ୍ପନା ଅସମ୍ଭବ ।

ରାହୁଲ ଗାନ୍ଧିଙ୍କୁ ଜଣେ ମିଥ୍ୟାବାଦୀ, ହିଂସ୍ର ଓ ଆତଙ୍କବାଦୀ କହି କଡ଼ା ଭର୍ସନା କରିଛନ୍ତି ମନମୋହନ । ଦାୟିତ୍ୱହୀନ ବ୍ୟକ୍ତି ଭାବେ ସେ ଯାହା କହିଲେ ଭାରତ ତଥା ଓଡିଶାବାସୀଙ୍କୁ ଆଘାତ ଦେଇଛି । କଂଗ୍ରେସ ନିଜ ବୁଦ୍ଧି, ବିବେକ ଆତ୍ମସମୀକ୍ଷା କରୁ । କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କୁ ବୁଝାଇବା ଦରକାର ବୋଲି ମନମୋହନ ସାମଲ କହିଛନ୍ତି।

ଅଧିକ ପଢ଼ନ୍ତୁ: ଭୁବନେଶ୍ବର BJD ରେ ଫାଟ ! 'ଦଳବଦଳ କରିପାରନ୍ତି କର୍ପୋରେଟର'

ତେବେ ତାଙ୍କ ଅଭିଯୋଗ ଉପରେ କଂଗ୍ରେସର ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ଆଜି ଲୋକସଭାରେ ନିଜକ ମତ ରଖିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ଗଣତନ୍ତ୍ର ପୁରୀରେ ହିଁ ହୋଇଛି । ଲୋକସଭାରେ ନିଜ ପ୍ରଥମ ଅଭିଭାଷଣରେ ଏପରି କିଛି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । କଳିଙ୍ଗର ରାଜା ହେଉଛନ୍ତି ସ୍ୱଂୟ ଜଗନ୍ନାଥ । ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବସି ସେ ସାରା ବିଶ୍ୱକୁ ସମ୍ଭାଳୁଛନ୍ତି ।

ଆହୁରି କହିଛନ୍ତି, ପ୍ରତିବର୍ଷ ମହାପ୍ରଭୁ ଜଗନ୍ନାଥ ରତ୍ନ ସିଂହାସନ ଛାଡ଼ି ରଥଯାତ୍ରାରେ ବାହାରକୁ ଆସନ୍ତି । ଭକ୍ତଙ୍କୁ ଆସି ଭେଟନ୍ତି, ଏହା ହିଁ ଗଣତନ୍ତ୍ରର ବଡ଼ ଉଦାହରଣ । ଗଜପତି ମହାରାଜା ଯିଏ ରାଜା ସିଏ ରଥରେ ଛାଡ଼ୁ ମାର ନ୍ତି। ସଫେଇ କର୍ମଚାରୀ ସଦୃଶ୍ୟ ଜଗନ୍ନାଥଙ୍କ ସେବା କରନ୍ତି । ସେଥିପାଇଁ ଓଡ଼ିଶାରେ ଜାତି ପ୍ରଥା ନାହିଁ ବୋଲି କହିଛନ୍ତି ସମ୍ବିତ।

ଅଧିକ ପଢ଼ନ୍ତୁ: ରାହୁଲଙ୍କ ହିନ୍ଦୁ ବୟାନ, ଲୋକସଭାରେ ହଙ୍ଗାମା; ଦେଶବାସୀଙ୍କୁ କ୍ଷମା ମାଗିବାକୁ ଗୃହମନ୍ତ୍ରୀଙ୍କ ଦାବି

ସେପଟେ ଆଜି ଲୋକସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଆଉ ତାପୂର୍ବରୁ ବସିଛି NDA ସଂସଦୀୟ ଦଳ ବୈଠକ । ସଂସଦ ପରିସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏନଡିଏର ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ ହୋଇଛି । ବିଜେପି ଓ ସହଯୋଗୀ ଦଳର ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି ।

ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦରେ ଏହା ପ୍ରଥମ ଅଭିଭାଷଣ । ତାସହ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ପରେ ମୋଦି ଆଜି କଣ କହିବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଗତକାଲି ରାହୁଲ ଗାନ୍ଧି ଅଗ୍ନିବୀର, ନିଟ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ । ତାସହ ରାହୁଲଙ୍କ ‘ହିନ୍ଦୁ ହିଂସା’ ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now