Advertisment

‘ମୋ ଉପରେ ଲୋକଙ୍କ ସିମ୍ପାଥି ଅଧିକ ଅଛି, ଏଥର ଜିତିବି’

ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ନେତା ରାଜେନ୍ଦ୍ର ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ‘କୁଚକ୍ରୀଙ୍କ ପାଇଁ ହାରିଥିଲି, ଏଥର ଜିତିବି। ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି।’

ଅଦ୍ୟତନ ହୋଇଛି
BJD Leader Rajendra Das

BJD Leader Rajendra Das File Nomination As Independent Candidate

Advertisment

ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ତେବେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏସବୁ ଭିତରେ ନିର୍ବାଚନ ଲଢ଼ିବା ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। 

Advertisment

ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ନେତା ରାଜେନ୍ଦ୍ର ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ‘କୁଚକ୍ରୀଙ୍କ ପାଇଁ ହାରିଥିଲି, ଏଥର ଜିତିବି। ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି।୨୦୧୯ ନିର୍ବାଚନ ଅଳ୍ପ ବ୍ୟବଧାନରେ ହାରିଥିଲି। କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ସେତେବେଳେ ନିର୍ବାଚନ ହାରିଥିଲି। ତେଣୁ ମୋ ଉପରେ ଲୋକଙ୍କ ସିମ୍ପାଥି ଅଧିକ ଅଛି। ଧାମନଗରବାସୀ ମୋ ସହ ଅଛନ୍ତି, ନିଶ୍ଚୟ ବିଜୟୀ ହେବି।’

ବିଜେଡିରୁ ଟିକେଟ୍‌ ନମିଳିବାରୁ ରାଜେନ୍ଦ୍ର ଦାସ ଅସନ୍ତୁଷ୍ଟ ଥିଲେ। ଗତକାଲି ଦଳ ପକ୍ଷରୁ ରାଜେନ୍ଦ୍ରଙ୍କ ମାନଭଂଜନ ଉଦ୍ୟମ ହୋଇଥିଲା। ଆଜି ସକାଳୁ ସକାଳୁ ତାଙ୍କର କିଛି ସମର୍ଥକ ତାଙ୍କ ଘରେ ହାଜର ହୋଇଥିଲେ। ରାଜେନ୍ଦ୍ର ଦାସ ପ୍ରାର୍ଥୀ ପତ୍ର ଦାଖଲ କରିବେ କି ନାହିଁ ସେ ନେଇ ସସ୍‌ପେନ୍ସ ଲାଗି ରହିଥିଲା। ହେଲେ ଏହି ସସ୍‌ପେନ୍ସ ଉପରୁ ସେ ପରଦା ହଟାଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ସେ କହିଛନ୍ତି।

Advertisment

ରାଜେନ୍ଦ୍ର ଦାସ ଯଦି ସ୍ୱାଧୀନ ଭାବେ ପ୍ରାର୍ଥୀ ହୁଅନ୍ତି ବିଜେଡିରେ ବଡ଼ ଧରଣର ବିଦ୍ରୋହ ହେବ। ରାଜୁଙ୍କ ଉପସ୍ଥିତିରେ ଯଦିଓ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଓ ରାଜୁ ସେତେବେଳେ ଏହାକୁ ସମର୍ଥନ କରିଥିଲେ। ହେଲେ ଭୁବନେଶ୍ୱର ଫେରି ଭଦ୍ରକରେ ପହଞ୍ଚିବା ପରେ ସ୍ଥିତି ବଦଳି ଯାଇଥିଲା।  ଏହାସହ ସେ ଗତକାଲି ଏକ ଲୁହ ଭିଜା ଚିଠି ଲେଖି ଧାମନଗରବାସୀଙ୍କୁ ସେମାନଙ୍କ ମତ ମାଗିଥିଲେ। ତାଙ୍କ ପ୍ରତି ୨୦୧୯ରେ କିଭଳି ଅନ୍ୟାୟ କରାଯାଇଥିଲା, ତାହା ମଧ୍ୟ ସେ ଏଥିରେ ଉଲ୍ଲେଖ କରିଥିଲେ। ଏବେ ମୈଦାନରେ ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବାବେଳେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି।  

ସୂଚନାଥାଉ କି, ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ।  ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ୬ରେ ଭୋଟ୍‌ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏହି ‌ଆସନ ଖାଲି ରହିଛି।

Advertisment
Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ