/odishatv-khabar/media/post_attachments/uploadimage/library/16_9/16_9_0/Sora_BJD_1678070566.jpg)
Sora BJD
ବାଲେଶ୍ୱର ସୋର ନିର୍ବାଚନ ମଣ୍ଡଳୀରେ କୁହୁଳୁଛି ବିଜେଡି କଳି । ବଢି ଚାଲିଛି ଗୋଷ୍ଠୀ କନ୍ଦଳ । ପୂର୍ବରୁ କେନ୍ଦ୍ର ଦେଉଥିବା ରାସନ ସାମଗ୍ରୀ କମିଯାଉଥିବା କଥାକୁ ନେଇ ବାହାନଗା ବ୍ଲକ ଭିତରେରେ ବିଜେଡିରେ ଦୁଇଟି ଟେଣ୍ଟ ମରାଯାଇଥିଲା । ବିଜୁ ବାବୁଙ୍କର ଜୟନ୍ତୀ ଉପଲକ୍ଷେ ବିଜେଡିର ମଧ୍ୟ ଦୁଇଟି ସ୍ଥାନରେ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା ।
ଗୋଟିଏ ବିଧାୟକ ପର୍ଶୁରାମ ଧଡ଼ାଙ୍କର ଗୋଷ୍ଠୀ ହୋଇଥିବା ବେଳେ ଅନ୍ୟଟି ଥିଲେ ବିଦ୍ରୋହୀ ଗୋଷ୍ଠୀ l ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏବେ ଚାଲିଛି ଖୋଲା ଖୋଲି ଚ୍ୟାଲେଞ୍ଜl ବିଦ୍ରୋହୀ ଗୋଷ୍ଠୀ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ଉତ୍ସବ ବାହାନଗା ବ୍ଲକର ଅଞ୍ଜି ଗାଁରେ କରିଥିବା ବେଳେ ବିଧାୟକ ପର୍ଶୁରାମ ଧଡ଼ା ସୋର ଦହିସଡା ଗାଁରେ ସମାବେଶ କରିଥିଲେ l
ଅଧିକ ପଢ଼ନ୍ତୁ: ଥମୁନି କି କମୁନି ପ୍ରସଙ୍ଗର ‘ଝଡ’; ପୂର୍ଣ୍ଣଛେଦ କେବେ...
ବିଦ୍ରୋହୀ ଗୋଷ୍ଠୀଙ୍କର ୨ ହଜାର ଲୋକଙ୍କୁ ନେଇ ସମାବେଶ କରିଥିବା ବେଳେ ବିଧାୟକ ୪ ହଜାର ଲୋକଙ୍କୁ ନେଇ ସମାବେଶ କରିଛନ୍ତି l ବିଦ୍ରୋହୀ ଗୋଷ୍ଠୀଙ୍କର କହିବା କଥା ବିଧାୟକ କର୍ମୀମାନଙ୍କୁ ସହଯୋଗ କରୁନଥିବାରୁ ସେମାନେ ନିଜେ ନିଜେ ସାଙ୍ଗଠନିକ କାର୍ଯ୍ୟ କରୁଛନ୍ତି l ଅନ୍ୟ ପଟେ ବିଧାୟକଙ୍କୁ ଏହି ବାବଦରେ ପଚାରିବାରୁ ବିଜୁ ଜନତା ଦଳର ଅନ୍ୟ କେଉଁଠି କାର୍ଯ୍ୟକ୍ରମ ହୋଇଛି ସେ ବାବଦରେ କିଛି ଜାଣିନଥିବା କହିଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)