/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747465734.jpg)
କଂଗ୍ରେସ ଆଡକୁ ଢଳୁଛନ୍ତି କି ଭୂପିନ୍ଦର ?
ବିଜେଡି ଉପରେ ବର୍ଷିଲେ ଭୂପିନ୍ଦର ସିଂ । ବିଜେଡି କମିଟି ଓ ପିଏସିରୁ ବାଦ୍ ପଡ଼ିବା ପରେ ଭୂପିନ୍ଦର ସିଂଙ୍କ ବିସ୍ଫୋରଣ । କାହିଁକି ବାଦ୍ ପଡ଼ିଲି ଯେଉଁମାନେ ଦାୟିତ୍ବରେ ଅଛନ୍ତି ସେମାନେ ଜାଣିଥିବେ । ମୁଁ ସବୁବେଳେ ଖୁସି, ଲୋକଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖେ ଅଛି ବୋଲି ଭୂପିନ୍ଦର ସିଂ କହିଛନ୍ତି ।
ଅଧିକ ପଢ଼ନ୍ତୁ: ରାଜନୈତିକ ବ୍ୟାପାର କମିଟିରେ ପ୍ୟାରୀ, ନବୀନ ଓ ପାଣ୍ଡିଆନଙ୍କ ଅନୁଗତ, ବରିଷ୍ଠ ଉଭାନ୍
ସେହିପରି ମୁନା ଖାନ୍ଙ୍କ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଭୂପିନ୍ଦର ସିଂ । ସେ କହିଛନ୍ତି, ମୁନା ଖାନ୍ ନିଜ ପଦକୁ ନେଇ ଖୁସିନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଆହୁରି ବି ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ମୋ ପାଖେ ଖବର ଅଛି । ଲୋକଙ୍କ ଧାରଣା, ବିଜେଡିରେ ବିଶେଷ କିଛି ଢାଞ୍ଚାଗତ ପରିବର୍ତ୍ତନ ହୋଇନି । ଯଦି ଏହା ଉପରେ ବିଚାର ନ କରାଯାଏ ଆଗକୁ ଦଳ ପାଇଁ ଠିକ୍ ହେବନି । ବିଜେଡି ଦୃଢ଼ ବିରୋଧୀ ଦଳ ହୋଇପାରୁନି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି ବୋଲି ଭୂପିନ୍ଦର ସିଂ କହିଛନ୍ତି ।
ସେହିପରି ଭୂପିନ୍ଦର ଆହୁରି କହିଛନ୍ତି, ବିଜେପି ସାଙ୍ଗରେ ବିଜେଡି ସବୁବେଳେ ସଫ୍ଟଲାଇନ୍ରେ ରୁହେ । ଚର୍ଚ୍ଚା ବି ହେଉଛି, ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା ବିଜେଡି । ଚର୍ଚ୍ଚାକୁ ଯଦି ଆମେ ମିଛ ଭାବିବା ତାହେଲେ ଫଳ କିଛି ମିଳିବନି ବୋଲି ସେ କହିଛନ୍ତି ।
ସେହିପରି କଂଗ୍ରେସକୁ ଯିବା ପ୍ରସଙ୍ଗରେ ମଧ୍ୟ ବଡ଼ ବୟାନ ଦେଇଛନ୍ତି ଭୂପିନ୍ଦର ସିଂ । ସେ କହିଛନ୍ତି, ଏବେ IPL ଚାଲିଛି, ଭଲ ପ୍ଲେୟାର୍ଙ୍କୁ ସମସ୍ତେ ନେବାକୁ ଚାହିଁବେ । ମୁଁ ଗୋଟେ ଭଲ ପ୍ଲେୟାର୍, ମୋ ପାଖରେ ସମର୍ଥନ ଅଛି । ଏବେ ମୋତେ କଂଗ୍ରେସରୁ ଅଫର୍ ଆସିଲାଣି । ୨୪ ନିର୍ବାଚନରେ ବିଜେପି ଅଫର୍ ଦେଇଥିଲା, ଏବେବି ଦେଉଛନ୍ତି । କଳାହାଣ୍ଡିରେ କଂଗ୍ରେସକୁ ଆମେ ମଜବୁତ୍ କରିଛୁ । କଂଗ୍ରେସ ଯାଉଛନ୍ତି କି ପ୍ରଶ୍ନରେ ଭବିଷ୍ୟତକୁ କାହିଁକି ଯାଉଛ ବୋଲି କହିଲେ ଭୂପିନ୍ଦର ସିଂ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)