Bijay Pattnaik
ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିବେ କି ବିଜୟ ପଟ୍ଟନାୟକ ? କଂଗ୍ରେସ ରୁ ହେବେ କି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ? କଂଗ୍ରେସ ରେ ଯୋଗଦେବା ପରେ ଏବେ ଗୋଟି ଗୋଟି କରି ବରିଷ୍ଠ ନେତାଙ୍କୁ ଭେଟୁଛନ୍ତି ବିଜୟ । ଜଟଣୀ ବିଧାୟକ ସୁର ରାଉତରାୟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କୁ ଦେଖା କରିଛନ୍ତି । ଆଜି ଉଭୟ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଅଧିକ ପଢ଼ନ୍ତୁ: ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ବଡ଼ ବୟାନ !
ସାଧାରଣ ନିର୍ବାଚନ ପୂର୍ବରୁ ଏହି ଭେଟଘାଟ ଦଳକୁ ମଜବୁତ କରିବା ସହ ନିଜ ପ୍ରାର୍ଥୀତ୍ୱକୁ ନେଇ ପାଗ ଭିଡ଼ା ହେଉଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ବିଜୟ ପଟ୍ଟନାୟକ ଭୁବନେଶ୍ୱରରୁ ଲଢ଼ିଲେ ଭଲ ହେବ ଏବଂ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ଦଳ ଆହୁରି ମଜବୁତ ହେବ ବୋଲି ସୁର କହିଛନ୍ତି । ଅପରପକ୍ଷେ ଗତ କିଛି ଦିନ ଧରି ପୃଥ୍ୱୀବଲ୍ଲଭ BRSରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ସେ ଏଥିରେ ପୂର୍ଣ୍ଣଛେଦ ଲଗାଇଛନ୍ତି । ସେ କଂଗ୍ରେସରେ ଅଛନ୍ତି ଆଉ ରହିବେ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676891118.jpg)