Advertisment

Odisha Price Hike Issue: ମହଙ୍ଗା ମାଡ଼ରେ ହନ୍ତସନ୍ତ ରାଜ୍ୟବାସୀ, ଦରବୃଦ୍ଧି ରୋକିବାରେ ସରକାର ବିଫଳ

ବିଧାନସଭାର ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ମହଙ୍ଗା ମାଡରେ ରାଜ୍ୟ ବାସ ହନ୍ତସନ୍ତ ହୋଇଥିବା ବେଳେ ଦରବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ଅରୁଣ।

author-image
Saroj Kumar Jena
ଅଦ୍ୟତନ ହୋଇଛି
arun sahoo

arun sahoo

ବିଧାନସଭାର ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ମହଙ୍ଗା ମାଡରେ ରାଜ୍ୟବାସୀ ହନ୍ତସନ୍ତ ହୋଇଥିବା ବେଳେ ଦରବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ଅରୁଣ। ଡବଲ ଇଞ୍ଜିନ ସରକାରରେ ମୁଁ ଭାବିଥିଲି ଗୋଟେ ମିଛ କହିବେ କିନ୍ତୁ ଡବଲ ମିଛ କହୁଛନ୍ତି । ସାଧାରଣରେ ଧାରଣା ଅଛି ଆଳୁ ପିଆଜ ଦର ବଢିଲେ ମନ୍ତ୍ରୀ ତଦାରଖ କରିବାକୁ ଯିବେ । ମନ୍ତ୍ରୀ ଗଲେ କମ୍‌ରେ ଦେବେ ।

Advertisment

ସେହି ଭଳି ମନ୍ତ୍ରୀ ବି ଉତ୍ତର ଦେଉଛନ୍ତି । ଦରଦାମ ସେତିକିରେ ସୀମିତ ନୁହେଁ । ପାଞ୍ଚଟି ଶ୍ରେଷ୍ଠ ମୌଳିକ ଆବଶ୍ୟକତା ଲୋକଙ୍କର ଅଛି । ସେଥିରେ ଆଗରେ ଅଛି ଓଡ଼ିଶା । ଆବଶ୍ୟକତା ଠାରୁ ଅଧିକ ବଢିଲେ ଦରଦାମ କୁହାଯାଏ । ଏମିତି କୌଣସି ଗୋଟିଏ ପଦାର୍ଥ ନାହିଁ ଯାହାର ଦରଦାମ ଉପର ମୁହାଁ ନାହିଁ । ଖାଇବା ତେଲଠୁ ନେଇ ଜୋତା ପଲିସ ଯାଏଁ । ଏ ସବୁର ତଥ୍ୟ ଗୃହରେ ରଖିଥିଲେ ଅରୁଣ ।

ଅଧିକ ପଢ଼ନ୍ତୁ: ନେପାଳ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

Advertisment

ଅରୁଣ ଆହୁରି କହିଥିଲେ, କେବଳ ବ୍ୟାଙ୍କରେ ଟଙ୍କା ରଖିଲେ ଶୁଦ୍ଧ କମିଛି । ନିବେଶରେ ରିଟର୍ନ କମିଛି, ଲୋକଙ୍କର ପ୍ରାପ୍ୟ କମିଛି । ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ କମିଛି । ଯେଉଁ ଭଳି ରଙ୍ଗ ବଦଳାଉଛନ୍ତି ରଙ୍ଗର ମୂଲ୍ୟ ବଢିବା ସ୍ଵାଭାବିକ । ନିର୍ବାଚନ ସରିବା ପରେ ସରକାର ଯଦି ଅନ୍ଧ ମୁକ ବଧିର ପାଲଟେ, କାହାକୁ କହିବେ। ବ୍ୟବସାୟୀଙ୍କ କଥା କହିଲେ ଆପଣ ମାନଙ୍କୁ ବାଧିବ। କାହିଁକି ନା ଆପଣ ଆଦାନୀ ଓ ଅମ୍ବାନୀଙ୍କ ସହ ଅଛନ୍ତି ।

ମୁନାଫା ଖୋର୍ ମାନଙ୍କ ସହ ସରକାର ଯେତେବେଳେ ଭାଗୀଦାର ହୁଅନ୍ତି ସେତେବେଳେ ଦରଦାମ ବଢିବ । କେନ୍ଦ୍ର ସରକାର ଏଥି ପାଇଁ ପ୍ରଥମତଃ ଦାୟୀ ତା ପରେ ରାଜ୍ୟ ସରକାର । ମନ୍ତ୍ରୀ ଉତ୍ତର ଦେବା ବେଳେ କହୁ କହୁ କିଛି ସତ୍ୟ କହିଦେଇଛନ୍ତି । କର୍ପୋରେଟ ହାଉସ ମୁନାଫା ପାଇଲେ ରାଜ୍ୟବାସୀ ହନ୍ତସନ୍ତ୍ ହେବେ । ମନ୍ତ୍ରୀ ଏକ ନମ୍ୱର୍ ହାଟକୁ ଗଲେ କିନ୍ତୁ ଅମ୍ବାନୀଙ୍କ ରିଲିଆନ୍ସ କୁ ଗଲେନି। କାହିକିଁ ନା ସେଠାରେ ଲକ୍ଷ୍ମଣ ରେଖା ଟଣା ଯାଇଛି । ଖୁଚୁରା ବ୍ୟବସାୟୀଙ୍କ ଦୋଷ ନାହିଁ । ଝିଣ୍ଟିକା ମାରି ବଣି ପୋଷିଲେ କିଛି ଲାଭ ନାହିଁ । ବିରୋଧୀ ଦଳରେ ବସିଥିବା ବେଳେ କହୁଥିଲ VAT କମାଅ ଏବେ ତୁମେ ସେପଟେ କମାଉନ। ତୁମ ନାରା ବର୍ତ୍ତମାନ ସବକା ସାଥ ସବକା ବିକାଶ ସବକା ପ୍ରୟାସ ସବକା ବିଶ୍ବାସ। ଏବେ ଏଥିରେ ଯୋଡି ହୋଇଛି *ସବକା ବିନାଶ ସବକା ହତାଶ।

ଅଧିକ ପଢ଼ନ୍ତୁ: ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବିଦା କଲା KIIT, ଆସିଲା ସାଂଘାତିକ ଅଭିଯୋଗ

Arun Sahoo
Advertisment
Advertisment