Bhubaneswar MP Aparajita Sarangi targets Odisha govt over mining scam
ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିୟନ-ଆଇପିୟୁ ନିର୍ବାଚନରେ ବାଜି ମାରିଲେ ବିଜେପିସାଂସଦ ଅପରାଜିତା ଷଡ଼ଙ୍ଗୀ । ଭାରତୀୟ ପ୍ରାର୍ଥିନୀ ଭାବେ ସେ ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ଦୁଇ ଦଶନ୍ଧୀ ପରେ ଭାରତ ଏହି ବିଶ୍ୱସ୍ତରୀୟ ପଦବୀରେ ସ୍ଥାନ ପାଇଛି । ୧୮୮୭ ମସିହାରେ ପ୍ରତିଷ୍ଠିତ ଏହି ୟୁନିୟନ ନିର୍ବାଚନରେ ୧୭୮ଟି ଦେଶ ଅଂଶଗ୍ରହଣ କରିଥିଲେ ।
ଏହି ଅନ୍ତର୍ଜାତୀୟ ସମିତି ପରିଚାଳନା ପାଇଁ ୧୫ ଜଣିଆ ପରିଚାଳନା ସମିତି ତଥା Executive Committee କାର୍ଯ୍ୟକାରୀ ଥାଏ । ତାମଧ୍ୟରୁ ଗୋଟିଏ ପଦ ଖାଲି ହେବାରୁ ଏହି ସ୍ଥାନ ପୂରଣ ପାଇଁ ନିର୍ବାଚନ ହୋଇଥିଲା I ଆଜିକୁ ଦୁଇ ଦଶନ୍ଧି ପୂର୍ବରୁ ଅର୍ଥାତ ୨୦୦୨ ମସିହା ପୂର୍ବରୁ ନଜମା ହେପତୁଲ୍ଲା ଏହି ସମିତିର ସଦସ୍ୟ ଥିଲେ I ତାଙ୍କ ପରଠୁ ଗତ ୨୦ ବର୍ଷ ଧରି ସମିତିରେ ଖାଲିପଡ଼ିଥିଲା ଭାରତର ପ୍ରତିନିଧିିତ୍ୱ ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରାର୍ଥିନୀ ଭାବେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଚୟନ କରିଥିଲେ I ଏହି ନିର୍ବାଚନରେ ଦୁଇ ତୃତୀୟାଂଶ ଭୋଟ ପାଇ ଅପରାଜିତା ଐତିହାସିକ ବିଜୟ ହାସଲ କରିଛନ୍ତି । ଏହି ବିଜୟ ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅପରାଜିତାଙ୍କୁ ଶୁଭେଛା ଜଣାଇଛନ୍ତି ।
Congratulations Smt @AprajitaSarangi, MP, for having won the election to post of Member of Executive Committee of #IPU during #IPU145 at Kigali, Rwanda with a spectacular margin of 12 out of 18 votes. Wish you a successful term as a Member of the prestigious body. @DrSJaishankar
— Om Birla (@ombirlakota) October 12, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)