• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା ଆସନ୍ତା ୨୬ ତାରିଖରେ ଭଦ୍ରକ ଆସୁଛନ୍ତି । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ସମାବେଶ କରିବେ । ତୃଣମୂଳସ୍ତରର ନେତୃତ୍ୱଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ତାହାସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅମିତ ଶାହା ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେବେ । ଆସନ୍ତା ନିର୍ବାଚନରେ ବିଜେପି କିପରି ଓଡ଼ିଶା ରେ ଭଲ ପ୍ରଦର୍ଶନ କରିବ ସେନେଇ ମାନସମନ୍ଥନ କରିପାରନ୍ତି ଶାହା । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି ଶିବିରରେ ଏବେଠୁ ଉତ୍ସାହ ଦେଖାଦେଲାଣି । ଅମିତ ଶାହାଙ୍କ ଗସ୍ତକୁ ନେଇ ସମ୍ପୂର୍ଣ୍ଣ ସୁଚନା ଆସିନଥିବା ବେଳେ ଆସନ୍ତା ୨ ଦିନ ମଧ୍ୟରେ ଗସ୍ତ ବିବରଣୀର ସମସ୍ତ ସୂଚନା ଦିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଏହି ଅବସରରେ ଭାରତୀୟ ପ୍ରମୁଖ କାର୍ଯ୍ୟକର୍ତ୍ତମାନଙ୍କୁ ଶାହା ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ସେଠିକାର ଐତିହାସିକ ସ୍ଥାନକୁ ଗୃହମନ୍ତ୍ରୀ ଯାତ୍ରା କରିବେ ବୋଲି ପୃଥ୍ୱୀରାଜ କହିବା ସହ ବିଜେଡିକୁ ଟାର୍ଗେଟ୍‌ ମଧ୍ୟ କରିଛନ୍ତି ।

ସେ କହିଛନ୍ତି, ବିଜେଡି ସରକାର ଗୋଟିଏ ଅକର୍ମା ସରକାର । ଓଡ଼ିଶାକୁ କିପରି ବିକାଶର ରାସ୍ତାରେ ନେବାକୁ ହେବ ଏବଂ ସମସ୍ତେ କିଭଳି ମିଳିମିଶି କାମ କରିବେ, ସେନେଇ ନିଷ୍ପତ୍ତି ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।