Advertisment

ନୂଆ ମନ୍ତ୍ରୀ-ନୂଆ ଦାୟିତ୍ୱ-ନୂଆ ଚ୍ୟାଲେଞ୍ଜ ! କେମିତି କରିବେ ବାଲାନ୍ସ ?

ନୂଆ ମନ୍ତ୍ରୀଙ୍କୁ ବିଭାଗୀୟ କାମ ସହ ସଂଗଠନ ଦାୟିତ୍ୱ ଚ୍ୟାଲେଞ୍ଜ ।

ଅଦ୍ୟତନ ହୋଇଛି
Odisha Cabinet Reshuffle 2023

Odisha Politics, Ministry Reshuffle

Advertisment

ନିର୍ବାଚନକୁ ବର୍ଷେରୁ କମ୍ ସମୟ। ହେଲେ ବିଜେଡିକୁ ଘାରିଛି ସଂଗଠନ ଚିନ୍ତା। ବିଜେପିର ଦବଦବା ଥିବା ନିର୍ବାଚନ ମଣ୍ଡଳୀକୁ ଦଖଲ ପାଇଁ ସଂଗଠନ ସୁଦୃଢର ଆବଶ୍ୟକତା ରହିଛି। ଏଭଳିସ୍ଥଳେ ଦଳ ଦାଗୀ ମନ୍ତ୍ରୀଙ୍କୁ ଟିମ୍‌ରୁ କାଢି ଅଭିଜ୍ଞଙ୍କୁ ଦାୟିତ୍ୱ ଦେଇଛି। ତେବେ ତିନି ନୂଆ ମନ୍ତ୍ରୀଙ୍କ ପାଇଁ ବିଭାଗୀୟ କାମ ଚାଲେଞ୍ଜ ଯେତିକି, ସଂଗଠନ ଦାୟିତ୍ୱ ବି ସେତିକି। ନୂଆ ମନ୍ତ୍ରୀ, ନୂଆ ଦାୟିତ୍ୱ ଆଉ ନୂଆ ଚାଲେଞ୍ଜ।

Advertisment

ସୋମବାର ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ କ୍ୟାବିନେଟ୍ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଆରୁଖଙ୍କୁ ଅର୍ଥ, ସୁଦାମଙ୍କୁ ଗଣଶିକ୍ଷା ଓ ସାରଦାଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦେଇଛନ୍ତି ନବୀନ। ଆରୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ଦାୟିତ୍ୱ ମିଳିଥିବାବେଳେ ସାଧାରଣ ନିର୍ବାଚନ ପୂର୍ବରୁ କାମଚଳା ବଜେଟ ପ୍ରସ୍ତୁତ ତାଙ୍କ ପାଇଁ ବଡ ଚାଲେଞ୍ଜ।

ସେହିପରି ଗଣଶିକ୍ଷା ମନ୍ତ୍ରୀ ଭାବେ ସୁଦାମ ମାର୍ଣ୍ଡି ଦାୟିତ୍ୱ ନେଉ ନେଉ ଆସନ୍ତା ୨୪ରୁ ପ୍ରାଥମିକ ଶିକ୍ଷକଙ୍କର ମୂଳ ଦରମା ୨୮ଶହ ଗ୍ରେଡ୍ ପେ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭୁବନେଶ୍ୱରରେ ଧାରଣା ଦେବା ପାଇଁ ସଜବାଜ ହେଲେଣି। ସେହିପରି ଗଣଶିକ୍ଷା ବିଭାଗରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ନକଲି ଶିକ୍ଷକ, ଶୃଙ୍ଖଳିତ ବୋର୍ଡ ପରୀକ୍ଷା ପରିଚାଳନା ଭଳି ପ୍ରସଙ୍ଗ ସୁଦାମଙ୍କ ପାଇଁ ମୁଖ୍ୟ ଚାଲେଞ୍ଜ ହେବ। ନିର୍ବାଚନୀ ବର୍ଷରେ ଶ୍ରମ ମନ୍ତ୍ରୀ ସାରଦାଙ୍କ ପାଇଁ ବି ଅନେକ ଚାଲେଞ୍ଜ। ଦାଦନ, ଶ୍ରମିକ ଚାଲାଣ ଓ କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କୁ ସୁରକ୍ଷା ଶ୍ରମ ମନ୍ତ୍ରୀଙ୍କ ପାଇଁ ଆହ୍ୱାନ ହେବ। କେବଳ ମନ୍ତ୍ରୀର ଦାୟିତ୍ୱ ନୁହେଁ, ସଂଗଠନକୁ ସୁଚାରୁ ରୂପେ ଚଲାଇବା ପାଇଁ ମଧ୍ୟ ନବୀନ ଏହି ତିନି ଅଭିଜ୍ଞଙ୍କ ଉପରେ ଭରସା ପ୍ରକଟ କରିଛନ୍ତି।

Advertisment

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଗୁଡୁଥିବା ସଂଗଠନ ଏବଂ ମୟୂରଭଞ୍ଜର ଆଦିବାସୀ ଭୋଟକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଥିବା ନେଇ ଚର୍ଚ୍ଚା ଜୋର ହେଉଛି। ଗଞ୍ଜାମରେ ସୂର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା ଓ ନେତା ନେତାଙ୍କ ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ନେଇଛି। ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡି ପାଇଁ ଟେନ୍ସନ ପାଲଟିଛନ୍ତି। ଅଭିଜ୍ଞ ଆରୁଖ, ମନ୍ତ୍ରୀ ପଦ ସହ ସଂଗଠନ ବି ସଜାଡିବେ।

ମୟୁରଭଞ୍ଜରେ ବିଜେପିର ବଢୁଥିବା ଶକ୍ତିକୁ ଚେକ୍ ଦେବାକୁ ଆଦିବାସୀ ଚେହେରା ଭାବେ ସୁଦାମ ମାର୍ଣ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି। ଝାରସୁଗୁଡାରେ ସାରଦାଙ୍କ ପ୍ରଦର୍ଶନ ପରେ ପଶ୍ଚିମ ଓଡ଼ିଶାରେ ଦଳକୁ ଏକାଠି କରି ବିରୋଧୀ ବିଜେପିକୁ ମାତ୍ ଦେବାକୁ ତାଙ୍କୁ ମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇଛି।

Advertisment

ତେବେ ସରକାର ଓ ସଂଗଠନ, ଦି ନାଆରେ ଗୋଡ଼ ଦେଇ ଏ ତିନି ମନ୍ତ୍ରୀ କେମିତି ବାଲାନ୍ସ ରଖିବେ, କୁଆଡ଼ିକି ଅଧିକ ସମୟ ଦେବେ, ତା ହିଁ ହେବ ମୁଖ୍ୟ ଆହ୍ୱାନ। ସେପଟେ ମନ୍ତ୍ରୀ ପଦ ବଣ୍ଟନ ନେଇ ଦଳ ଭିତରେ ଶପଥ ଗ୍ରହଣ ଦିନଠାରୁ ହିଁ ପ୍ରବଳ ଅସନ୍ତୋଷ ସାମନାକୁ ଆସିଲାଣି। ତେବେ ସଂଗଠନ ପାଇଁ ମନ୍ତ୍ରୀ ପରିଷଦ ପୁର୍ନଗଠନ ଦଳ ପାଇଁ ଆତ୍ମଘାତୀ ସାଜିବନି ତ, ଏବେ ଏହି ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା।

BJD Odisha Politics Reshuffle In Odisha Ministry Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ