Odisha BJP
ମୁଖ୍ୟମନ୍ତ୍ରୀଙ୍କ ଜାପନ ଗସ୍ତକୁ ନେଇ ତେଜିଲାଣି ରାଜ୍ୟ ରାଜନୀତି । ବିରୋଧୀ କହିଲେଣି ମଉଜ କରିବାକୁ ଯାଇଛନ୍ତି ନେତା ଅଫିସର । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ଜାପାନରୁ କିଛି ନୂଆ ଶିଳ୍ପ ଆସୁଛି ନା ପୁରୁଣା ବହିରେ ନୂଆ ମଲାଟ ମଡ଼ାଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ସପ୍ତାହେ ପାଇଁ ନିଜ ପ୍ରତିନିଧି ଦଳ ସହ ଯାଇଛନ୍ତି । ମାତ୍ର ୫ରୁ ୬ ଘଣ୍ଟାର କାର୍ଯ୍ୟକ୍ରମ ଥିଲା । ମୁଖ୍ୟମନ୍ତ୍ରୀ ଜାପାନ ଛୁଟି କଟାଇବାକୁ ଯାଇଛନ୍ତି ବୋଲି ବିଜେପି କଟାକ୍ଷ କରିଛି ।
ପୁରୀ ସାଂସଦଙ୍କ ଗସ୍ତକୁ ନେଇ ବି ପ୍ରଶ୍ନ ଉଠାଇଛି ଦଳ । ଏବେ ଯେଉଁ ନିପନ୍ ଷ୍ଟିଲ ପାଇଁ ମୁଖ୍ୟମନ୍ତ୍ରୀ ବାହା ବାହା ନେଉଛନ୍ତି, ୨୫ ଅକ୍ଟୋବର ୨୦୧୯ରେ ତତ୍କାଳୀନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପ୍ରତିନିଧି ଦଳ ଜାପାନ ଯାଇ ନିପନ୍ ଷ୍ଟିଲ ସହ ଆଲୋଚନା କରିଥିଲେ। ତା ପରବର୍ତ୍ତୀ ସମୟରେ ୨୦୨୦ ଫେବୃଆରୀ ୨୭ ତାରିଖରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟସ୍ତିରେ ଓଡିଶା ସରକାର ନିପନ୍ ଷ୍ଟିଲ ସହ ଆଲୋଚନା କରିଥିଲେ ବୋଲି ବିଜେପି କହିଛି ।
ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ, ନିପନ୍ ଷ୍ଟିଲ ଯେଉଁ ୩୦ ମିଲିୟନ ଟନର ଷ୍ଟିଲ ପ୍ଲାଣ୍ଟ ସ୍ଥାପନା କରିବ ଏହା ନୂଆ ନା ପୁରୁଣା । ପୂର୍ବରୁ ଅର୍ସେଲର ମିତ୍ତଲ ମଧ୍ୟ କେନ୍ଦୁଝର ରେ ୫୦ ହଜାର କୋଟି ନିବେଶରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ପାଇଁ ଏମଓୟୁ କରିଥିଲା । ତେବେ କାହିଁକି ଓହରିଲା ବୋଲି ବିଜେପି ପ୍ରଶ୍ନ କରିଛି । କେନ୍ଦୁଝରର ଖଣିକୁ କେନ୍ଦ୍ରାପଡାର ଷ୍ଟିଲ ପ୍ଲାଣ୍ଟରେ ନିପନ୍ ଷ୍ଟିଲ ବ୍ୟବହାର କରିବ । କେନ୍ଦୁଝର ପ୍ରତି ଏଭଳି ଅନ୍ୟାୟ କାହିଁକି ? ଏନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେପି ।
ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଜାପାନ ଯାଇ ମଉଜ କରୁଛନ୍ତି ଓଡ଼ିଆ ଅଫିସର । ସେପଟେ ବିଜେଡି କହିଛି ବର୍ତ୍ତମାନ ସୁଦ୍ଧା ୨୬ ହଜାର କୋଟି ଟଙ୍କାର ନିବେଶ ପାଇଁ ଜାପାନରୁ ପ୍ରସ୍ତାବ ପ୍ରାୟ ଆସିଗଲାଣି । ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ଦେଶ୍ୟରେ ଯାଇଛନ୍ତି ସେ ଉଦ୍ଦେଶ୍ୟ ସାଧିତ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Odisha_BJP_1680856202.jpg)