• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବର୍ତ୍ତମାନ ଯୁଗରେ ସୋସିଆଲ୍‌ ମିଡିଆ ଲୋକଙ୍କ ପାଇଁ ନିଶା ପାଲଟିଯାଇଛି । ଦୈନନ୍ଦିନ ଜୀବନର ପ୍ରତିଟି ଘଟଣାକୁ ଲୋକେ ସୋସିଆଲ ମିଡିଆ ର ପ୍ରତ୍ୟେକ ପ୍ଲାଟଫର୍ମରେ ସେୟାର କରୁଛନ୍ତି । ଯେଉଁଠି ଘଣ୍ଟାକରେ କିଏ ପପୁଲାର ହୋଇଯାଉଛି ତ ଆଉ କିଏ ବଦନାମ । ସେମିତି ଏକ ପ୍ଲାଟଫର୍ମ ହେଉଛି ଟିକଟକ୍‌ । ଯେଉଁଠି ୟୁଜର୍ସ ଛୋଟ ଛୋଟ ଭିଡିଓ କରି ସେୟାର କରୁଛନ୍ତି ଓ ଲୋକଙ୍କ ପ୍ରଶଂସା ସାଉଁଟୁଛନ୍ତି ।

ଟିକଟକ୍‌ରେ ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ନାଚ ଜରିଆରେ କାହାଣୀ ବଖାଣୁଛନ୍ତି । ସେ ପୁଣି ଏମିତି ସେମିତି କାହାଣୀ ନୁହେଁ ବରଂ ନିଜ ସ୍ୱାମୀକୁ ହତ୍ୟା କରାଯାଇଥିବା କାହାଣୀ । ହତ୍ୟାର ଏପରି ବିଭତ୍ସ କାହଣୀ ସେ ନାଚ ମାଧ୍ୟମରେ କହୁଛନ୍ତି ଯେ ସୋସିଆଲ୍‌ ମିଡିଆରେ ତାହା ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଖାଇଲା ଖିରି, ପୁରୀ ! ପରେ ରଖିଲା ଦୀର୍ଘ ଜୀବନ ପାଇଁ ବ୍ରତ

ଟ୍ୱିଟର୍‌ ରେ ଜାସମିନ୍‌ ବୋଲି ଜଣେ ମହିଳା ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଜଣେ ମହିଳା ନିଜ ସ୍ୱାମୀର ହତ୍ୟାର କାହାଣୀକୁ ନାଚ ମାଧ୍ୟମରେ ସମସ୍ତଙ୍କୁ ଜଣାଉଛନ୍ତି । ଜାସମିନ୍‌ ଭିଡିଓର କ୍ୟାପସନ୍‌ରେ ଲେଖିଛନ୍ତି କି ‘ମୋ ସ୍ୱାମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି’ ।

 

ଭାଇରାଲ ଭିଡିଓ ରେ ନାଚୁଥିବା ମହିଳାଙ୍କ ନାମ ହେଉଛି ଜେସିକା ଏୟର୍ସ । ୨୦୧୪ ରେ ସେ ନିଜ ସ୍ୱାମୀକୁ ହରାଇଥିଲେ । ନିଜର ପ୍ରଥମ ସନ୍ତାନ ଜନ୍ମର ତିନିଦିନ ପରେ ତାଙ୍କ ସ୍ୱାମୀଙ୍କର ହତ୍ୟା କରାଯାଇଥିଲା । ସେ ଭିଡିଓ ଦ୍ୱାରା କହୁଛନ୍ତି ଯେ, ‘ଆଠ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ମୋ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିଥିଲା। ତିନିଦିନ ପରେ ତାଙ୍କ ଶବବ୍ୟବଚ୍ଛେଦ ହେଲା। ଏଗାର ମାସ ପରେ ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲା । ଯେଉଁଦିନ ତାକୁ ଫାଶୀ ଦିଆଯିବ, ସେଦିନ ଗୋଟେ ଭାଷଣ ଦେବି । କହିବି ସେ ହେଉଛି ସେ ଆମ ପ୍ରେମ କାହାଣୀର ହତ୍ୟାକାରୀ । ଯଦି କେବେ ସେ ଏନେଇ ଦୁଃଖ ଅନୁଭବ କରିବାକୁ ଲାଗିଲେ, ତେବେ ମୋ ଚେହେରାକୁ ମନେ ରଖିବାକୁ କହିବି । ଏହା ମୋ ଜୀବନର ସବୁଠାରୁ ଗର୍ବର ମୁହୂର୍ତ୍ତ ଅଟେ’ ।