• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରକୀୟା ପ୍ରୀତି ପାଇଁ ସ୍ୱାମୀର ହତ୍ୟାକାରୀ ସାଜିଲା ସ୍ତ୍ରୀ । ଆଉ ଏକ ସଂସାର ଗଢ଼ିବାକୁ ନିଜ ମଥାର ସିନ୍ଦୂରକୁ ନିଜ ହାତରେ ହିଁ ପୋଛିଦେଲା । ହେଲେ ସ୍ୱାମୀଙ୍କ ହତ୍ୟା ପରେ ବି ମନରେ ତା’ର କୌଣସି ପ୍ରକାର ଅବଶୋଷ ନଥିଲା । ହତ୍ୟାକୁ ଲୁଚାଇବାକୁ ଫୁଲ୍‌ ପ୍ରୁଫ୍‌ ପ୍ଲାନ୍‌ କରିଥିଲା । ରାଜସ୍ଥାନର ଭରତପୁରରେ ପ୍ରେମିକ ସହିତ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ମହିଳାଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ମେ ୨୯, ୨୦୨୨ରେ ପ୍ରେମୀ ଭଗେନ୍ଦ୍ରଙ୍କ ସହିତ ମିଶି ସ୍ତ୍ରୀ ରିମା ସ୍ୱାମୀ ପୱନଙ୍କୁ ହତ୍ୟା କରିଥିଲା । ଆଉ ହତ୍ୟା ପରେ ସ୍ୱାମୀଙ୍କ ମୃତଦେହକୁ ବେଡ୍‌ ଉପରେ ରଖି ରୋଷେଇ ଘରକୁ ଯାଇ କ୍ଷୀରି, ପୁରି ତିଆରି କରିଥିଲେ । ଏହା ପରେ ପ୍ରେମିକ ସହ ମିଶି ରାତ୍ରୀ ଭୋଜନ କରି ମୃତଦେହକୁ ନିକଟସ୍ଥ କେନାଲରେ ଫିଙ୍ଗି ଦେଇ ଆସିଥିଲେ ।

ଅଧିକ ପଢ଼ନ୍ତୁ: ୟୁପିରେ ଦିଲ୍ଲୀ ଷ୍ଟାଇଲ୍‌ ମର୍ଡର, ପ୍ରେମିକାକୁ ୬ ଖଣ୍ଡ କରି କୂଅରେ ଫିଙ୍ଗିଲା ପ୍ରେମିକ

ସ୍ୱାମୀ ହତ୍ୟାକାରୀ ରିମା ଏହି ଘଟଣାକୁ ୬ ମାସ ପପର୍ଯ୍ୟନ୍ତ ଲୁଚେଇ ରଖିଥିଲା । ଯେପରି ସନ୍ଦେହ ଘେରକୁ ନଆସନ୍ତି, ରିମା ୧୩ ଅକ୍ଟୋବରରେ ପୱନ ପାଇଁ କରବା ଚୌଥ ଉପବାସ ମଧ୍ୟ ରଖିଥିଲେ । ଶେଷରେ ଅନେକ ଦିନ ଧରି ପୁଅର ପତ୍ତା ନମିଳିବା ପରେ ପୱନଙ୍କ ବାପା ପୁଅ ନିଖୋଜ ହୋଇଥିବା ନେଇ ପୋଲିସ୍‌ରେ ଅଭିଯୋଗ କରିଥିଲେ । ଛାନଭିନ୍‌ ଆରମ୍ଭ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ଦୁଇ ପିଲାଙ୍କ ମା’ କିପରି ସାଜିଲା ହତ୍ୟାକାରୀ ?

ପଚରାଉଚରା ବେଳେ ରିମା ହତ୍ୟାକାଣ୍ଡର ପୂରା କାହାଣୀ ପୋଲିସ୍‌ ସାମ୍ନାରେ ବଖାଣିଛି । ଜୁନ୍ ୩, ୨୦୧୫ରେ ରିମା ଓ ପୱନଙ୍କ ବିବାହ ହୋଇଥିଲା । ବିବାହ ପରେ ଉଭୟଙ୍କର ଏକ ପୁଅ ଏବଂ ଝିଅ ମଧ୍ୟ ରହିଛି, ସେମାନଙ୍କ ବୟସ ୬ ବର୍ଷ ଏବଂ ୪ ବର୍ଷ । ପୱନ ଶର୍ମା ନିଜେ ଗାଁରେ ଏକ ଦୋକାନ କରି ପରିବାର ଚଳାଉଥିଲେ ।

ଏହାରି ଭିତରେ ପଡୋଶୀ ୨୭ ବର୍ଷିୟ ଭଗେନ୍ଦ୍ର ପ୍ରେମରେ ପଡ଼ିଥିଲେ ରିମା । ଉଭୟଙ୍କ ମଧ୍ୟରେ ଅବୈଧ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତା’ପରେ ମେ ୨୯ର ଉଭୟ ଏକ ଘରେ ପଶିଥିବା ବେଳେ ଧରି ପକାଇଥିଲେ ରିମାଙ୍କ ସ୍ୱାମୀ । ଆଉ ଏହାର ତୁରନ୍ତ ପରେ ହିଁ ପ୍ରେମିକ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲା ରିମା ।

ହେଲେ ସ୍ୱାମୀକୁ ହତ୍ୟା କରିବା ପରେ ମଧ୍ୟ ସଧବା ନାରୀ ପରି ସଜେଇ ହେଉଥିଲେ ରିମା । ମଥାରେ ସିନ୍ଦୂର ଆଉ ଗଳାରେ ମଙ୍ଗଳସୂତ୍ର ପିନ୍ଧି ହତ୍ୟାକାଣ୍ଡ ଉପରେ ପରଦା ପକାଉଥିଲେ । ପେଶାଦାର ଅପରାଧୀ ପରି ଏପରି ହତ୍ୟାକାଣ୍ଡ ଘଟାଇଥିଲେ କେହି ବି ସନ୍ଦେହ କରୁନଥିଲେ । ହେଲେ ବେଶୀ ଦିନ କ’ଣ ମିଛ ଲୁଚି ରହିପାରିବ । ବର୍ତ୍ତମାନ ରିମା ଓ ପ୍ରେମିକକୁ ପୱନଙ୍କ ହତ୍ୟା ଅଭିଯୋଗରେ ଗିରଫ୍‌ କରିଛି ପୋଲିସ୍‌ ।