Advertisment

ଓଡ଼ିଶାରେ ‘ବନ୍ଦେ ଭାରତ’ର ଟ୍ରାଏଲ ରନ୍, ପୁରୀ-ହାୱଡ଼ା ରୁଟ୍‌ରେ ଗଡ଼ିଲା ଏକ୍ସପ୍ରେସ୍

ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ିବ ।

ଅଦ୍ୟତନ ହୋଇଛି
Vande Bharat Express In Odisha

Vande Bharat Express

Advertisment

ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ । ପୁରୀ-ହାୱଡ଼ା ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍ । ସକାଳ ୬ଟା ୧୦ରେ ହାୱଡ଼ାରୁ ଏହି ଟ୍ରେନ ଛାଡ଼ିଛି । ଖଡ଼ଗପୁର, ଭଦ୍ରକ, ଯାଜପୁର , କଟକ, ଭୁବନେଶ୍ୱରଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିବ ଏହି ଅତ୍ୟାଧୁନିକ ଟ୍ରେନ୍ । ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ଗୋଟାଏ ୫୦ ମିନିଟରେ ପୁରୀ ଛାଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ରାତି ୮ଟା ୩୦ରେ ପହଞ୍ଚିବ ହାଓଡ଼ା ।

Advertisment

ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯହା ଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। 

ତେବେ ଖୁବ୍ ଶୀଘ୍ର ଓଡ଼ିଶାରେ ନିୟମିତ ଭାବେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯଦିଓ ଏହା ଓଡ଼ିଶା ଦେଇ କେବେ ଗଡ଼ିବ ସ୍ଥିର ହୋଇନାହିଁ, କିନ୍ତୁ ଏହି ଏକ୍ସପ୍ରେସ ତୟାର ହୋଇସାରିଛି । ସୂଚନା ଅନୁସାରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ। 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି । ଏହାର ସମୟସାରଣୀ ପ୍ରସ୍ତୁତ ହୋଇନାହିଁ । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍  ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ।

ଏଥିପାଇଁ ଏକ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବାହାରି କୋଲକାତା ଯାଇଛି। ସୂଚନା ଅନୁସାରେ କୋଲକାତାରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରାଇମେରୀ ମେଣ୍ଟେନାନ୍ସ ୟୁନିଟ୍ ରହିବ। ତେବେ ଏହାର ସେକେଣ୍ଡାରୀ ୟୁନିଟ୍ ପୁରୀ କିମ୍ବା ଭୁବନେଶ୍ୱରରେ ରହିପାରେ। ବର୍ତ୍ତମାନ ସୁଦ୍ଧା ଦେଶର ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି।

Advertisment

Vande Bharat Train Vande Bharat Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ