/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672158195.jpg)
Bhubaneswar Airport
ଖୁବ୍ ଶୀଘ୍ର ଭୁବନେଶ୍ୱର ରୁ ବ୍ୟାଙ୍କକ୍, ଦୁବାଇ, ସିଙ୍ଗାପୁର ଉଡ଼ିବ ବିମାନ । ଏନେଇ ବିମାନ ଚଳାଚଳ କଂପାନୀ ପକ୍ଷରୁ ଆସିଥିବା ବିଡ୍କୁ ମଂଜୁରୀ ମିଳିଛି । ବିମାନ ଚଳାଚଳ କଂପାନୀଠାରୁ ଏନେଇ ଟେଣ୍ଡର ଆହ୍ୱାନ ହୋଇଥିଲା । ଇଣ୍ଡିଗୋ ଏଥିପାଇଁ ବିଡ୍ ଦେଇଛି । ତାକୁ କ୍ୟାବିନେଟ ମଂଜୁର କରିଛି । ମାସେ, ଦେଢ଼ମାସ ମଧ୍ୟରେ ଉକ୍ତ ୩ଟି ଜାଗାକୁ ବିମାନ ଚଳାଚଳ ଆଶା ରହିଛି । କ୍ୟାବିନେଟରେ ନିଷ୍ପତ୍ତି ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ଅନ୍ୟପଟେ ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟରେ ଶିଳ୍ପାୟନ ପାଇଁ ବି ଆସିବ ଏମ୍ଏସ୍ଏମ୍ଇ ନୀତି । ରାଜ୍ୟ କ୍ୟାବନେଟ୍ ବୈଠକରେ ଏନେଇ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏମ୍ଏସ୍ଏମ୍ଇ ପାଇଁ ନୂଆ ନୀତି ଆସିବ । ସେହିଭଳି ଗ୍ରାଣ୍ଟ ଇନ୍ ଏଡ୍ ପ୍ରାପ୍ତ ଶିକ୍ଷକଙ୍କ ପ୍ରତି ୭ମ ବେତନ କମିଶନ ଲାଗୁ ହେବ । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ୟୁପି ସ୍କୁଲ, ମଦ୍ରାସା ଶିକ୍ଷକ ପାଇବେ ମୋଟା ଦରମା । ଏହାଦ୍ୱାରା ମୋଟ ୨୬ ହଜାର ୧୬୪ ଶିକ୍ଷକ ଏବଂ କର୍ମଚାରୀ ଉପକୃତ ହେବେ । ୧୦୦% ଅନୁଦାନ ପାଉଥିବା ଶିକ୍ଷକ, କର୍ମଚାରୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୨୮୦ କୋଟି ଖର୍ଚ୍ଚ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)