/odishatv-khabar/media/post_attachments/uploadimage/library/16_9/16_9_0/Street_Dog_1680537802.jpg)
Street Dog
ବର୍ବର.. ଘୃଣ୍ୟ.. ଅମାନୁଷିକ । ଖାଦ୍ୟରେ ବିଷ ଦେଇ ୬ଟି କୁକୁରକୁ ମାରିଦେଲେ । ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏଭଳି ଘଟଣା ସଭ୍ୟ ସମାଜକୁ ନିନ୍ଦିତ କରିଛି । ଘଟଣାରେ
ଆନିମଲ କ୍ରୁଏଲଟି ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି । ସେପଟେ ବ୍ରହ୍ମପୁରରେ ବୁଲା କୁକୁର ଗୋଡାଇବାରୁ ଗାଡ଼ି ଦୁର୍ଘଟଣା
ଘଟି ୩ ଜଣ ଆହତ ହୋଇଛନ୍ତି ।
ଗୋଟିଏ ପଟେ ବୁଲା କୁକୁରଙ୍କ ପାଇଁ ବଡ଼ ଦୁର୍ଘଟଣା। ଅନ୍ୟପଟେ ଖାଦ୍ୟରେ ବିଷ ଦେଇ କୁକୁରଙ୍କୁ ହତ୍ୟା। ଭୁବନେଶ୍ୱରରେ ଗୋଟେ କି ଦୁଇଟା ନୁହଁ, ଛଅ ଛଅଟି କୁକୁରଙ୍କ ଜୀବନ ଯାଇଛି । ଆହୁରି ଦୁଇଟି ଗୁରୁତର ହୋଇପଡିଛନ୍ତି। ଖାଦ୍ୟ ପାଇଁ ସାହି ଗଳିରେ ଘୁରି ବୁଲୁଥିବା ବୁଲା କୁକୁରଙ୍କୁ ଖାଦ୍ୟରେ ହିଁ ବିଷ ଦେଇ ହତ୍ୟା କରାଯାଇଛି। ସଭ୍ୟ ସମାଜକୁ ନିନ୍ଦିତ କଲା ଭଳି ଘଟଣା
ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଶ୍ରୀଅନ୍ ବସ୍ତିରେ। ରାତି ତମାମ ଭୁକୁ ଥିବା କୁକୁର ପଲ ରାତି ପାହିଲା ବେଳକୁ ଶୋଇଯାଇଥିଲେ ଚିରନିଦ୍ରାରେ । ଘଟଣା ନେଇ ପିପୁଲ ଫର୍
ଆନିମଲ୍ସ ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ମୈତ୍ରୀ ବିହାର ପୋଲିସ ମାମଲା ରୁଜୁ କରିଛି । ଆଖପାଖର ସିସିଟିଭି ଯାଂଚ୍ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ ।
ସେପଟେ ବ୍ରହ୍ମପୁରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସିସିଟିଭିରେ କଏଦ ହୋଇଛି କୁକୁରଙ୍କ ଦୌରାତ୍ମ୍ୟର ଦୃଶ୍ୟ । ସହରର ଗାନ୍ଧିନଗର ସପ୍ତମ ଲେନ୍ରେ ସକାଳୁ ସକାଳୁ ମହାଦେବଙ୍କ
ଦର୍ଶନ ପାଇଁ ମନ୍ଦିର ଯାଉଥିବା ବେଳେ ବୁଲା କୁକୁରଙ୍କ ପାଇଁ ଘଟିଛି ଦୁର୍ଘଟଣା । ସ୍କୁଟରରେ ଯାଉଥିବା ଦୁଇ ମହିଳା ଓ ଶିଶୁକୁ ଗୋଡାଇଥିଲେ ଅମାନିଆ କୁକୁର ପଲ। ଯେତେ ପାଟି କଲେ ବି ପିଛା ଛାଡ଼ିନଥିଲେ । ଶେଷରେ ଭୟରେ ଭାରସାମ୍ୟ ହରାଇ ଗାଡ଼ିଟି ଏକ କାରକୁ ପିଟି ହୋଇଯାଇଥିଲା ଏବଂ ଛିଟିକି ପଡିଥିଲେ ସମସ୍ତେ । ଦୁର୍ଘଟଣାରେ ତିନି ଜଣ ଯାକ ଆହତ ହୋଇଛନ୍ତି।
ବ୍ରହ୍ମପୁରରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଯୋଗୁଁ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ତିନି ତିନିଟି ଜୀବନ । ହେଲେ ରାଜଧାନୀରେ ବିଷ ଦେଇ ଏକାସଙ୍ଗେ ୬ଟି କୁକୁରଙ୍କୁ ହତ୍ୟା, ମନୁଷ୍ୟର କ୍ରୁରତାକୁ ସାମ୍ନାକୁ ଆଣିଛି। ଯାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)