/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670257854.jpg)
1 Rupee Rice
ବାଃ ବାଃରେ ବ୍ୟବସ୍ଥା । ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କିମିର ରାସ୍ତା । ଏଥିପାଇଁ ଖର୍ଚ୍ଚ ହେଉଛି ୨୦୦ ଟଙ୍କା । ଇଏ କେମିତିକା ବ୍ୟବସ୍ଥା ? ଏହି ଟଙ୍କିକିଆ ଚାଉଳ ପାଇବାକୁ ହେଲେ ଯିବାକୁ ପଡୁଛି ୧୫ କିମି ରାସ୍ତା । ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟା ପୂରା ସତ । ଖାଲି ୧୫ କିମି ରାସ୍ତା ଯିବାକୁ ପଡୁଛି ତାହା ନୁହେଁ ବରଂ ଖର୍ଚ୍ଚ କରିବାକୁ ପଡୁଛି ୧୦୦ ରୁ ୨୦୦ ଟଙ୍କା । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । କାରଣ ଜଣଙ୍କୁ ୫ କିଲୋ ଚାଉଳ ମିଳୁଥିବା ବେଳେ ଯଦି ସେ ୨୦୦ ଟଙ୍କା ଖର୍ଚ୍ଚ କରିବେ । ତେବେ ବଜାର ଦରଠୁ ସରକାରଙ୍କ ଚାଉଳଦର ଅଧିକ ହେଉଛି ।
ଏନେଇ ପ୍ରତିବାଦ କରି ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ବସିଛନ୍ତି ଶତାଧିକ ଲୋକ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ତିହିଡି ବ୍ଲକରେ । ସରପଞ୍ଚଙ୍କ ସହ ଧାରଣାରେ ବସିଛନ୍ତି ସାହାପୁର ପଞ୍ଚାୟତର ଶତାଧିକ ରାସନକାର୍ଡ ହିତାଧିକାରୀ । ସରକାର ସାହାପୁର ପଞ୍ଚାୟତକୁ ଯୋଗାଉଥିବା ରାସନ ସାମଗ୍ରୀ ସାହାପୁର ପଞ୍ଚାୟତ ବଦଳରେ ହରସିଂହପୁର ପଞ୍ଚାୟତରେ ଦେଉଛନ୍ତି ।
ଅଧିକ ପଢ଼ନ୍ତୁ: ତିନି ମାସ ହେଲା ରାସନ ନାହିଁ, ଖାତାରେ ନିଆଯାଇଛି ଦସ୍ତଖତ
ସାହାପୁର ପଂଚାୟତଠୁ ହରସିଂହପୁର ପଂଚାୟତର ଦୂରତା ୧୫ କିମିରୁ ଅଧିକ । ଯେଉଁଥିପାଇଁ ଚାଉଳ ଆଣିବାରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ଖାଲି ଅସୁବିଧାର ସାମ୍ନା କରୁଛନ୍ତି ତାହା ନୁହେଁ ବରଂ ଏଥିଲାଗି ଖର୍ଚ୍ଚ କରିବାକୁ ପଡୁଛି ୧୦୦ ରୁ ୨୦୦ ଟଙ୍କା । ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ ଚାଉଳ ନିଜ ଘର ପାଖରେ କିମ୍ବା ପଂଚାୟତରେ ଦେବାର କଥା । ହେଲେ ଗଣ୍ଡେ ଚାଉଳ ପାଇଁ ୧୦୦ ରୁ ୨୦୦ ଟଙ୍କା ଖର୍ଚ୍ଚ କରିବା ସହିତ ୧୫ କିମି ରାସ୍ତା ଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।
ଏ ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରୁଥିଲେ ବି ସମସ୍ୟାର ସମାଧାନ ହୋଇପାରୁନି । ଯାହକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଆଉ ସିଧାସିଧା ଖାଉଟି କହିଛନ୍ତି, ଆଗେ ସମସ୍ୟାର ସମାଧାନ ହେଉ ପରେ ଆମେ ଧାରଣାରୁ ଉଠିବୁ । ସେପଟେ ଯୋଗାଣ ଅଧିକାରୀ କହିଛନ୍ତି, ସମସ୍ୟାର ଖୁବଶୀଘ୍ର ହେବ ସମାଧାନ ।
(ରିପୋର୍ଟ- ବାସୁଦେବ ଦାସ, ଚାନ୍ଦବାଲି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)