Advertisment

ହେ ଭଗବାନ ! ୧୯୩୬ରୁ ୧୯୯୯ ମଧ୍ୟରେ ହୋଇଥିବା ତଦନ୍ତ କମିଶନ ରିପୋର୍ଟ ଉଭାନ...

ସରକାରଙ୍କ ଅପରାଗତାକୁ ଦାୟୀ କରି ବର୍ଷିଲେ ବିରୋଧୀ । ବିଜେଡି କହିଲା ସେବେ ନଥିଲା ଆମ ସରକାର ।

ଅଦ୍ୟତନ ହୋଇଛି
Commission Report Missing

Commission Report Missing

Advertisment

ଗୃହ ବିଭାଗରୁ ରିପୋର୍ଟ ଗାଏବ । ଉଭେଇ ଗଲା ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ । ସରକାରଙ୍କ ପାଖରେ ନାହିଁ ଜୁଡିସିଆଲ କମିଶନଗୁଡିକର ତଥ୍ୟ । ୧୯୩୬ରୁ ୧୯୯୯ ମସିହା ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ବିଚାର ବିଭାଗୀୟ ତଦନ୍ତଗୁଡିକର ରିପୋର୍ଟ ପାଉନି ଗୃହ ବିଭାଗ । ସୂଚନା କମିଶନଙ୍କ ପାଖରେ ଗୃହ ବିଭାଗ ଦାଖଲ କରିଥିବା ସତ୍ୟପାଠରୁ ସାମ୍ନାକୁ ଆସିଛି ଏମିତି ସାଂଘାତିକ ତଥ୍ୟ ।

Advertisment

ସୂଚନା ଅଧିକାର ଆଇନ ସଂପର୍କିତ ଏକ ମାମଲାରେ ସତ୍ୟପାଠ ଦାଖଲ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲା ସୂଚନା କମିଶନ। ଗତ ଏପ୍ରିଲ ୧୩ ତାରିଖରେ ଗୃହ ବିଭାଗ ଦାଖଲ କରାଯାଇଛି ସତ୍ୟପାଠ । ଏଥିରେ ସ୍ପଷ୍ଟ ଲେଖିଛନ୍ତି ଗୃହ ବିଭାଗର ଉପସଚିବ, ବିଭାଗ ପାଖରେ ୧୯୩୬ ରୁ ୧୯୯୯ ପର୍ଯ୍ୟନ୍ତ ବସିଥିବା ବିଚାର ବିଭାଗୀୟ ତଦନ୍ତ ସଂପର୍କରେ କୌଣସି ତଥ୍ୟ ନାହିଁ । ଏମିତି ଭୁଲ ପାଇଁ ସରକାର ସଂପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ।

୧୯୯୨ କଟକ ମଦମୃତ୍ୟୁରେ ଯାଇଥିଲା ପ୍ରାୟ ୨୦୦ ଲୋକଙ୍କ ଜୀବନ । ୧୯୯୩ରେ ପୁରୀ ନାଗାର୍ଜୁନ ବେଶ ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ ପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ସେହପରି ୧୯୯୯ର ଚିଲିକାରେ ଏକ ଗଣ ଗୁଳିକାଣ୍ଡରେ ମଧ୍ୟ ହୋଇଥିଲା ଜୁଡିସିଆଲ କମିଶନ ତଦନ୍ତ । ଏବେ ଏସବୁ ରିପୋର୍ଟ ଗାଏବ ପରେ ଘଟଣା ପଛର ସତ ସାମ୍ନାକୁ ଆସିବା ନେଇ ସୃଷ୍ଟି ହୋଇଛି ସନ୍ଦେହ। ଫାଇଲ ଉଭାନ ପଛରେ ରାଜ୍ୟ ସରକାରଙ୍କୁ ଦାୟୀ କରି କାଠଗଡାକୁ ଟାଣିଛନ୍ତି ବିରୋଧୀ । ବିଜେପି କହିଛି ରିପୋର୍ଟ ହଜିନି ଚପାଇ ଦେଇଛନ୍ତି ସରକାର । ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

Advertisment

ସେପଟେ ୨୦୦୦ରେ ବିଜେଡି କ୍ଷମତାକୁ ଆସିଥିବାରୁ ଘଟଣା ପାଇଁ ସେତେବେଳର ସରକାର ଦାୟୀ ବୋଲି କହି କଂଗ୍ରେସ ଉପରକୁ ଆଙ୍ଗୁଳି ଉଠାଇଛି ବିଜେଡି। ଗୋଟେ ପଟେ ୧୯୯୯ ପୂର୍ବର ନ୍ୟାୟିକ ତଦନ୍ତ କମିଶନର ରିପୋର୍ଟ ମିଳୁନି, ଅନ୍ୟ ପଟେ ବିଜେଡି ସରକାରରେ ହୋଇଥିବା ପ୍ରାୟ ୨୫ରୁ ଅଧିକ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରୁନାହାନ୍ତି ସରକାର ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ