/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752050351.jpg)
Shiv Sena MLA
ଶିବସେନା ବିଧାୟକ ଜଣେ କ୍ୟାଣ୍ଟିନ କର୍ମଚାରୀଙ୍କୁ ମୁଥ ପରେ ମୁଥ ମାରି ଚାଲିଲେ । ଟିକିଏ ବି ଅନୁତାପ କଲେନି ମାଡ଼ ମାରିଛନ୍ତି ବୋଲି । ଓଲଟା କହିଲେ ମୁଁ ଜଣେ ବିଧାୟକ, ଫାଇଟର୍ ମଧ୍ୟ । ମୁଁ ଯାହା କରିଛି ଠିକେ କରିଛି । ମୁଁ ବାଲାସାହେବ ଠାକରେଙ୍କ ଆଦର୍ଶରେ ଅନୁପ୍ରାଣିତ । ବିଧାୟକ ଜଣକ ମାଡ଼ ମାରୁଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।
ଏହି ବିଧାୟକ ଜଣକ ହେଉଛନ୍ତି ଶିବସେନା ବିଧାୟକ ସଞ୍ଜୟ ଗାଏକ୍ୱାଡ । ମୁମ୍ୱାଇର କୋଲାବା ସ୍ଥିତ ଆକାଶବାଣୀ ଏମଏଲଏ ହଷ୍ଟେଲ୍ କ୍ୟାଣ୍ଟିନରେ ସେ କର୍ମଚାରୀଙ୍କ ମୁହଁକୁ ମୁଥ ମାରିଛନ୍ତି । ଘଟଣା ସଂପର୍କରେ ସେ କହିଛନ୍ତି, କ୍ୟାଣ୍ଟିନରେ ତାଙ୍କୁ ବାସି ଡାଲି ଓ ଭାତ ଦିଆଯାଇଥିଲା । ସେ ରୁମରେ ବସି ଏହି ଖାଦ୍ୟ ମଗାଇଥିଲେ । କିନ୍ତୁ ତାଙ୍କୁ ବାସି ଖାଦ୍ୟ ଦିଆଯାଇଥିଲା । ଖାଦ୍ୟ ଦେଇଥିବା କର୍ମଚାରୀଙ୍କୁ ସେ ପାଖକୁ ଡାକିଲେ ଓ ଶୁଂଘିବାକୁ କହିଲେ । କାହିଁକି ବାସି ଖାଦ୍ୟ ଦେଇଛ ବୋଲି କହି ମାଡ଼ ମାରି ଚାଲିଲେ ।
ଏହି ଖାଦ୍ୟ ବାସି ବୋଲି କର୍ମଚାରୀ ଜଣକ ସ୍ୱୀକାର କରିଥିଲେ ମଧ୍ୟ ମାଡ଼ ମାରି ଚାଲିଥିଲେ ବିଧାୟକ । ଗଣମାଧ୍ୟମକୁ ବିଧାୟକ ସଞ୍ଜୟ ଗାଏକ୍ୱାଡ କହିଛନ୍ତି, ମୁଁ ସବୁବେଳେ ଘରେ ଖାଏ । କିନ୍ତୁ ମଙ୍ଗଳବାର କ୍ୟାଣ୍ଟିନରେ ଖାଇବାକୁ ଅର୍ଡର କରିଥିଲି । ଏହି ଖାଦ୍ୟ ପାଟିରେ ପୂରା ପୂରାଉ କେମିତି ଅବାଗିଆ ଗନ୍ଧ ହେଲା । ପୁଣି ଥରେ ଭଲ ଭାବେ ଦେଖିଲି । ବାସି ଖାଦ୍ୟ ଥିଲା । ତା ପରେ ମୋ ଷ୍ଟାଇଲରେ ମୁଁ କାମ କଲି । ମୁଁ ବିଧାୟକ, ଜଣେ ଫାଇଟର୍ ମଧ୍ୟ । ବାଲାସାହେବ ଠାକରେଙ୍କ ଠାରୁ ବହୁତ କିଛି ଶିଖିଛି ।
ସେ ପୁଣି କହିଛନ୍ତି, ଏହି କ୍ୟାଣ୍ଟିନର କଣ୍ଟ୍ରାକ୍ଟରଙ୍କର ନିମ୍ନମାନର ଖାଦ୍ୟ ଦେବାର ଇତିହାସ ଅଛି । ମୋତେ ଦିଆଯାଇଥିବା ଡାଲି ୪ ଦିନ ତଳର ଓ ଚିକେନ୍ ୧୦ ଦିନ ତଳର ଥିଲା । ଏହି ପ୍ରସଙ୍ଗ ସେ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି ।
ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। Xରେ ଅନେକ ବ୍ୟବହାରକାରୀ ଏହାକୁ "ଶିବସେନା ଶୈଳୀ" ବୋଲି କହି କଟାକ୍ଷ କରିଛନ୍ତି ଏବଂ ବିଧାୟକଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଗଣମାଧ୍ୟମର ଏକ ରିପୋର୍ଟରେ ମଧ୍ୟ ଏହାକୁ "ଅଧିକାରର ଅପବ୍ୟବହାର" ବୋଲି ଅଭିହିତ କରାଯାଇଛି। ତେବେ ଏହି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ଏହି ଘଟଣା ଶିବସେନା (ଶିନ୍ଦେ ଗୋଷ୍ଠୀ) ପାଇଁ ଏକ ବଡ଼ ବିବାଦ ସୃଷ୍ଟି କରିଛି, ଯାହା ରାଜନୈତିକ ମହଲରେ ତାଙ୍କ ପ୍ରତିଷ୍ଠାକୁ ପ୍ରଭାବିତ କରିପାରେ। ବିପକ୍ଷ ଦଳମାନେ ଏହାକୁ ନେଇ ରାଜନୈତିକ ସୁଯୋଗ ନେବାର ଚେଷ୍ଟା କରିପାରନ୍ତି। ଅନ୍ୟପକ୍ଷରେ, ସାଧାରଣ ଜନତାଙ୍କ ମଧ୍ୟରେ ଏହା ରାଜନେତାଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଛି।ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ଏହା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)