Advertisment

ମୁଖ୍ୟମନ୍ତ୍ରୀଙ୍କ ପାଇଁ...କାମ ସରିନି, ଉଦଘାଟନ ହେଲା ସ୍କୁଲ

ଇଏ କେମିତିକା ନିୟମ? କାମ ସରିନି, ଚେୟାର ଟେବୁଲ ପଡିନି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଅଧପନ୍ତରିଆ ସ୍କୁଲର ଉଦଘାଟନ ପାଇଁ ଗ୍ରୀନ ସିଗ୍ନାଲ ଦେଇଦେଲା ପ୍ରଶାସନ

author-image
Sarbeswar
ଅଦ୍ୟତନ ହୋଇଛି
Ganjam Under Construction School Inaugural Ceremony

Admin gives green signal

କାମ ସରିନି ହେଲେ ଉଦଘାଟନ ହେଲା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ତରତର ହୋଇ ଅଧାପନ୍ତରିଆ ସ୍କୁଲର ଉଦଘାଟନ କରାଗଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବଢିଲା ଚର୍ଚ୍ଚା । ଉଦଘାଟନ ଲାଗି ସଜେଇ ହୋଇଛି ୫-ଟି ରୂପାନ୍ତରିତ ବିଦ୍ୟାଳୟ । ଫୁଲ ଲାଗିଛି, ପୁଣି ଲାଇଟ୍‌ ବି ସଜା ହୋଇଛି । ଏମିତିକି ମୁଖ୍ୟମନ୍ତ୍ରୀଙ୍କର ଫଟୋ ବି ଲାଗିଛି । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରି ରହିଛନ୍ତି କେତେବେଳେ ସ୍କୁଲର ଶୁଭଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ? ହେଲେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ବେଳକୁ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ସବୁ ଘଟଣାର ସତ ବଖାଣି ଦେଇଛି ।

Advertisment

ଅଧିକ ପଢ଼ନ୍ତୁ: ସ୍କୁଲ ଘର ଅଧାପନ୍ତରିଆ, ଭୂତ ଖାଇଗଲା ଟଙ୍କା !

ଗଞ୍ଜାମ କବିସୂର୍ଯ୍ୟନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ସ୍କୁଲର କାମ ସରିନି, ହେଲେ ଉଦଘାଟନ ତାରଖ ହୋଇଯିବାରୁ ଯେତିକି କାମ ହୋଇଛି ସେତିକିକୁ ଉଦଘାଟନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଲେ । ଖାଲି ନିଷ୍ପତ୍ତି ନେଲେ ତାହା ନୁହେଁ ବରଂ ଉଦଘାଟନ ବି କଲେ । ତାହା ପୁଣି ଭର୍ଚୁଆଲ ମୋଡ୍‌ରେ । ହେଲେ ସ୍କୁଲ ଉଦଘାଟନ ବେଳକୁ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ମୁଖ୍ୟମନ୍ତ୍ରୀ ଉଦଘାଟନ ବେଳକୁ କେଉଁ ଶ୍ରେଣୀ ଗୃହରେ ରଙ୍ଗ ଦିଆଯାଉଥିଲା ତ ଆଉ କିଛି ହଲରେ ଚେୟାର ଟେବୁଲ ପଡୁଥିଲା । ଏମିତିକି ପଡିଆରେ ପାଣି ଜମିଥିବାରୁ ତାହାକୁ କଢାଯାଉଥିଲା ।

ସ୍କୁଲର କାମ ସରିନି ଉଦଘାଟନ ପାଇଁ କେମିତି ନିଷ୍ପତ୍ତି ନେଲେ କର୍ତ୍ତୃପକ୍ଷ ତାହାକୁ ନେଇ ସମସ୍ତଙ୍କ ମନରେ ଏବେ ପ୍ରଶ୍ନ । ସୂଚନା ଅନୁସାରେ, ମଙ୍ଗଳବାର ଦିନ ତୃତୀୟ ପର୍ଯ୍ୟୟରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ୧୦୬ ଟି ୫-ଟି ରୂପାନ୍ତରିତ ବିଦ୍ୟାଳୟକୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି l ହେଲେ କବିସୂର୍ଯ୍ୟନଗର ସ୍କୁଲର କାମ ସରିନଥିବା ପରେ ବି ଉଦଘାଟନକୁ କେମିତି ଗ୍ରୀନ ସିଗ୍ନାଲ ମିଳିଲା ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ପ୍ରଶ୍ନ । ଏମିତି ତରବରିଆ ଭାବେ ବିଦ୍ୟାଳୟର କାର୍ଯ୍ୟ ନିମ୍ନମାନର କରାଯାଇ ଲୋକଙ୍କୁ ଭୁଆଁ ବୁଲାଇ ସରକାରୀ ଟଙ୍କା ପ୍ରଶାସନିକ ଅଧିକାରୀମାନେ ଚଳୁ କରୁଥିବା ବିଜେପି ଅଭିଯୋଗ କରୁଥିବା ବେଳେ ତରବରିଆ ଉଦଘାଟନ ପରେ ବିଦ୍ୟାଳୟର ଅସମ୍ପୂର୍ଣ୍ଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ କି ନାହିଁ ତାହାକୁ ନେଇ ଦ୍ବନ୍ଦରେ ଅଞ୍ଚଳବାସୀ l

Advertisment

ଦେଖନ୍ତୁ ଭିଡିଓ | ୧୩ ବର୍ଷ ହେଲା ସରୁନି ଅଙ୍ଗନବାଡ଼ି ଘର

ସେପଟେ କାର୍ଯ୍ୟ ନସରଣୁ ଉଦଘାଟନ କଥାକୁ ସ୍ୱୀକାର କରିବା ସହିତ ଆଗାମୀ ଦିନରେ ବକେୟା କାମକୁ ସମ୍ପୂର୍ଣ୍ଣ କରାଯିବ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ କହିଛନ୍ତି l ସେପଟେ ବିଡିଓ କହିଛନ୍ତି, ସ୍କୁଲ କାମ କରିବା ପରେ ହିଁ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଅଧପନ୍ତରିଆ ସ୍କୁଲକୁ ରଙ୍ଗ ମାରି ଉଦଘାଟନ କରିଦେଲେ । ହେଲେ ଏବେ ଦେଖିବାକୁ ବାକି ରହିଲା କେବେ ସ୍କୁଲ କାମ ସରୁଛି?

Odisha News
Advertisment
Advertisment