Advertisment

Chinese Woman: ‍ପାର୍ଟିରେ ଦେଖାହେଲା, ପ୍ରେମ ହେଲା...ବୟସ ବ୍ୟବଧାନ କିନ୍ତୁ ୨୦ବର୍ଷ

୬ବର୍ଷ ତଳେ ସିଷ୍ଟର ଜିନ୍ ଭେଟିଥିଲେ ନିଜ ଲଭ ପାର୍ଟନରଙ୍କୁ । ସିଷ୍ଟର ଜିନଙ୍କ ପୁଅ କାଇକାଇ ତାଙ୍କର ୩ ଜଣ ସାଙ୍ଗଙ୍କ ପାଇଁ ନିଜ ଘରେ ଲୁନାର ନ୍ୟୁୟର ଡିନର ପାର୍ଟିର ଆୟୋଜନ କରିଥିଲେ। ଏହି ୩ ଜଣଙ୍କ ମଧ୍ୟରେ ଥିଲେ ଋଷର ଛାତ୍ର ଡେଫୁ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Chinese Woman

Chinese Woman

ଯେତେବେଳେ ବିବାହ କରିଥିଲେ ଅନେକ ସମାଲୋଚନା ହୋଇଥିଲା । ବୟସର ବ୍ୟବଧାନକୁ ନେଇ ଅନେକ ଲୋକ ଅନେକ କଥା କହିଥିଲେ । କିନ୍ତୁ କାହାକୁ ବି ଖାତିର ନକରି ନିଜ ପୁଅର ସାଙ୍ଗଙ୍କୁ ଜୀବନ ସାଥୀ ଭାବେ ବାଛିଥିଲେ। ପୁଅର ସାଙ୍ଗ ଓ ମହିଳାଙ୍କ ମଧ୍ୟରେ ବୟସର ବ୍ୟବଧାନ ପ୍ରାୟ ୨୦ ବର୍ଷ ଥିଲା । ଏବେ ମହିଳା ଜଣଙ୍କ ଗର୍ଭବତୀ ହୋଇଛନ୍ତି। ଏକଥା ନିଜେ ସୋସିଆଲ ମିଡିଆରେ ଜଣାଇଛନ୍ତି ।

Advertisment

ଚାଇନାର ଜଣେ ୫୦ ବର୍ଷୀୟ ଉଦ୍ୟୋଗୀ ସିଷ୍ଟର ଜିନ୍ । ଯେତେବେଳେ ପ୍ରେମ କରି ବିବାହ କରିଥିଲେ ଚର୍ଚ୍ଚ।ରେ ରହିଥିଲେ । ଏବେ ପୁଣି  ଚର୍ଚ୍ଚ।କୁ ଆସିଛନ୍ତି । ସିଷ୍ଟର ଜିନ୍ ତାଙ୍କ ପୁଅର କ୍ଲାସମେଟକୁ ବିବାହ କରିଥିଲେ ଯିଏକି ଋଷର ବାସିନ୍ଦା । ସିଷ୍ଟର ଜିନ୍ ନିଜ ଜୀବନର ସବୁ ଅପଡେଟ୍ ସୋସିଆଲ ମିଡିଆରେ ଦେଇଥାଆନ୍ତି । ଏକ ଭିଲ୍ଲାରେ ସେ ନିଜ ବିଦେଶୀ ସ୍ବାମୀଙ୍କ ସହ ଆରାମରେ ଜୀବନ ବିତାଉଛନ୍ତି । ସୋସିଆଲ ମିଡିଆରେ ତାଙ୍କର ୧୩ହଜାର ଫଲୋଅର୍ସ ଅଛନ୍ତି ।

ଅଧିକ ପଢ଼ନ୍ତୁ: ଭଡ଼ା ଛାଡନ୍ତୁ, ସିକ୍ୟୁରିଟି ଡିପୋଜିଟ ଶୁଣିଲେ ମୁଣ୍ଡ ବୁଲେଇଦବ....ଏହି ସହରରେ ଏମିତି ଚାଲିଛି

Advertisment

ମାତ୍ର ୩୦ ବର୍ଷ ବୟସରେ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିବା ସିଷ୍ଟର ଜିନ ଏକାକୀ ନିଜ ପୁଅ ଓ ଝିଅର ଲାଳନ ପାଳନ କରିଥିଲେ। ୬ବର୍ଷ ତଳେ ସିଷ୍ଟର ଜିନ୍ ଭେଟିଥିଲେ ନିଜ ଲଭ ପାର୍ଟନର ସହ । ସିଷ୍ଟର ଜିନଙ୍କ ପୁଅ କାଇକାଇ ତାଙ୍କର ୩ ଜଣ ସାଙ୍ଗଙ୍କ ପାଇଁ ନିଜ ଘରେ ଲୁନାର ନ୍ୟୁୟର ଡିନର ପାର୍ଟିର ଆୟୋଜନ କରିଥିଲେ। ଏହି ୩ ଜଣଙ୍କ ମଧ୍ୟରେ ଥିଲେ ରୁଷର ଛାତ୍ର ଡେଫୁ।

ଋଷର ମୂଳ ନାଗରିକ ଡେଫୁ ବେଶ ଭଲ ଭାବେ ଚାଇନିଜ ଭାଷା କହିପାରୁ ଥିଲେ। ସେ ପାର୍ଟିରେ ସିଷ୍ଟର ଜିନଙ୍କ ରୋଷେଇ ଓ ଆତିଥ୍ୟରେ ବେଶ ପ୍ରଭାବିତ ହୋଇଥିଲେ। ଗୋଟିଏ ରାତି ପାଇଁ ରହିବାକୁ ଆସିଥିବା ଡେଫୁ ଗୋଟିଏ ସପ୍ତାହ ରହିଥିଲେ ସିଷ୍ଟର ଜିନ୍ ଙ୍କ ଘରେ ।

ସିଷ୍ଟର ଜିନ୍ ନିଜ ପ୍ରେମ ସମ୍ପର୍କ ବିଷୟରେ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟକୁ କହିଥିଲେ, “ମୁଁ ସେତେବେଳେ ସାମାନ୍ୟ ଯୁବତୀ ଓ ଆକର୍ଷଣୀୟ ରହିଥିଲି। ଡେଫୁ ଲୁନାର ପାର୍ଟି ପରେ ମୋ ସହ ଯୋଗାଯୋଗରେ ରହିଥିଲେ। ସେ ମୋ ପାଖକୁ ଉପହାର ପଠାଇବା ସହ ଅନେକ ସମୟରେ ସରପ୍ରାଇଜ ମଧ୍ୟ ଦେଉଥିଲେ। ଦୁଇ ଜଣଙ୍କ ମଧ୍ୟରେ ବୟସର ବ୍ୟବଧାନ ୨୦ ରହିଥିବା ବେଳେ ଉଚ୍ଚତାରେ ୩୦ ସେମିର ଗ୍ୟାପ ରହିଥିଲା।

ଏପରି ସ୍ଥିତିରେ ଡେଫୁ ଯେତେବେଳେ ସିଷ୍ଟର ଜିନଙ୍କୁ ପ୍ରେମ ନିବେଦନ କରିଥିଲେ ସେ ପୂରା ଚକିତ ହୋଇଯାଇଥିଲେ। ସାଂସ୍କୃତିକ ଭିନ୍ନତା ଓ ପୂର୍ବ ବୈବାହିତ ଅଭିଜ୍ଞତା ଯୋଗୁ ସିଷ୍ଟର ଜିନ ପ୍ରଥମେ ଡେଫୁଙ୍କ ପ୍ରସ୍ତାବକୁ କେମିତି ଗ୍ରହଣ କରିବେ, ସେହି ଚିନ୍ତାରେ ରହିଥିଲେ।କିନ୍ତୁ ପୁଅ କାଇକାଇର ସମର୍ଥନରେ ସିଷ୍ଟର ଜିନ ପୁଣିଥରେ ଡେଫୁଙ୍କ ପ୍ରସ୍ତାବର ବିଚାର କରିଥିଲେ। ଏଥିସହ ପ୍ରେମକୁ ଆଉ ଗୋଟିଏ ସୁଯୋଗ ଦେଇଥିଲେ।

ଚଳିତ ବର୍ଷ ସିଷ୍ଟର ଜିନ ଓ ଡେଫୁ ବିବାହ ପଞ୍ଜୀକରଣ କରିଥିଲେ। ଏହାପରେ ଚାଇନାର ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥିଲେ । ଏସବୁ ଭିତରେ ଜୁନ ୮ରେ ସିଷ୍ଟର ଜିନ୍ ଗର୍ଭଧାରଣ ସମ୍ପର୍କରେ ସମସ୍ତଙ୍କୁ ଜଣାଇଛନ୍ତି। ବୟସ୍କ ଅବସ୍ଥାରେ ଗର୍ଭଧାରଣ କରିବା ବିପଦଜନକ ହୋଇଥିଲେ ହେଁ ଡେଫୁଙ୍କ ଯୋଗୁ ଏହା ସମ୍ଭବ ହୋଇଛି। ଏଥିପାଇଁ ସେମାନେ ବହୁତ ଖୁସି ଥିବା ସିଷ୍ଟର ଜିନ୍ ଜଣାଇଛନ୍ତି। ଆସନ୍ତା ଫେବୃଆରୀ-ମାର୍ଚ୍ଚ ବେଳକୁ ଦମ୍ପତି ବାପା ମା’ ହେବେ।

ଅଧିକ ପଢ଼ନ୍ତୁ: ୧୦୦ କୋଟି ଟଙ୍କାରେ ହେଲା ରାସ୍ତା କାମ, ହେଲେ ରାସ୍ତା ଉପରେ ରହିଗଲା ଗଛ; ଆଶ୍ଚର୍ଯ୍ୟ କରୁଛି...

China Social Media Marriage Pregnancy
Advertisment
Related Articles
Advertisment