• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଡିଏମ୍‌ ସାର୍‌ ଘର ଖଣ୍ଡିଏ ଦେଲେ, ଏବେ ମୋତେ ସ୍ତ୍ରୀ ଗୋଟିଏ ବି ଦିଅନ୍ତୁ’ । ଅଢ଼େଇ ଫୁଟର ମହମ୍ମଦ ଶରିଫ୍‌ ସରକାରୀ ଘର ମିଳିବା ପରେ ଜିଲ୍ଲା ପ୍ରଶାସନକୁ ସ୍ତ୍ରୀର ବ୍ୟବସ୍ଥା କରିବା ପାଇଁ ଗୁହାରୀ କହିଛନ୍ତି । ସାମୁହିକ ବିବାହ ସମୟରେ ତାଙ୍କର ବି ବବାହ କରାଇବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ତାଙ୍କ କହିବା ଅନୁସାରେ, ଏକା ଏକା ତାଙ୍କୁ ଘରେ ଭଲ ଲାଗୁନି । କିଏ ଜଣେ ଆସିଲେ ସମୟ ଭଲରେ ଅତିବାହିତ ହେବ ।

ରାୟବରେଲିର ମହାରାଜଗଞ୍ଜ ବାସିନ୍ଦା ମହମ୍ମଦ ସରିଫ । ବୟସ ବଢ଼ିଲା ସିନା ଶାରିରୀକ ବିକାଶ ହୋଇପାରି ନାହିଁ । ଧୀରେ ଧିରେ ସମୟ ଅତିବାହିତ ହେବା ସହିତ ଏବେ ତାଙ୍କୁ ୪୦ ବର୍ଷ । ଆଉ ଏ ବୟସରେ ବି ତାଙ୍କର ଉଚ୍ଚତା ମାତ୍ର ଅଢ଼େଇ ଫୁଟ । କୌଣସି କାମ ନକରିବାରୁ ପରିବାର ଲୋକେ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ରହିବାର ଠିକଣା ନମିଳିବା ପରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ।

ଅନେକ ହାରିଗୁହାରୀ ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ଅଧୀନରେ ଏକ ଘର ପ୍ରଦାନ କରିଛନ୍ତି । ହେଲେ ଘର ଦେବା ପରେ ତାଙ୍କ ପାଇଁ ନୂଆ ସଙ୍କଟ ଦେଖାଦେଇଛି । ଘରେ ଏକା ଏକା ଅନୁଭବ କରୁଛନ୍ତି ମହମ୍ମଦ । ତାଙ୍କୁ ଏବେ ଜଣେ ସାଥୀ ଦରକାର । ଯିଏ ତାଙ୍କ ମନ କଥା ବୁଝିବ, ଆଉ ଦୁଃଖସୁଖରେ ସାହା ହେବ । ଆଉ ନିଜର ଏକାକୀପଣ ଦୂର କରିବା ପାଇଁ ସରିଫ ପୁଣି ଥରେ ଜିଲ୍ଲା ପ୍ରଶାସନ ଆସ୍ଥା ପ୍ରକଟ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ମହମ୍ମଦ ସରିଫ ଜିଲ୍ଲା ପ୍ରଶାସନକୁ ନିବେଦନ କରି କହିଛନ୍ତି, ଶାରୀରିକ ରୂପରେ ଅବିକଶିତ ହୋଇଥିବାରୁ ମୁଁ କାମ କରିବାରେ ଅସମର୍ଥ । ନିଜେ ରୋଷେଇ ମଧ୍ୟ କରନ୍ତି ନାହିଁ । ସମ୍ପର୍କୀୟ କିମ୍ବା ପରିଚିତମାନେ କିଛି କିଛି ଖାଇବା ଦେଇ ଦିଅନ୍ତି । ଆଉ ଏଥିପାଇଁ ସେ ବର୍ତ୍ତମାନ ଜଣେ ସ୍ତ୍ରୀ ଯୋଗାଡ଼ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ଏହା ସହିତ ତାଙ୍କୁ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।