• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜୁଳି ବେଗରେ ଦଉଡ଼ୁଛନ୍ତି ଯୁବତୀ । ନାଁ ତାଙ୍କର ନିକିତା ରଣା । ଆଉ ଅତି ସହଜରେ ପାହାଡ଼ ଚଢ଼ି ପାରୁଥିବା ଯୁବକ ହେଉଛନ୍ତି ହେମନ୍ତ ନାୟକ । ସକାଳ ହେଉକି ସଞ୍ଜ, ନିକିତା ନିଇତି କରନ୍ତି ଏକ୍ସରସାଇଜ୍ । ହେମନ୍ତ ବି କିଛି କମ ନୁହଁନ୍ତି । ଗାଁ ଦାଣ୍ଡ ହେଉ କି ପାହାଡ଼ ପର୍ବତ । ଯେତେବେଳେ ଯେଉଁଠି ଯେମିତି ସୁଯୋଗ ମିଳିଲା ସବୁ ସମୟରେ ଦୁଇଜଣ କରିଚାଲିଛନ୍ତି ବ୍ୟାୟାମ ।

ପିଲାଟି ଦିନରୁ ଦୁହିଁଙ୍କର ଥିଲା ଗୋଟିଏ ଲକ୍ଷ୍ୟ । ଚାକିରି କରିବେ ତ କେବଳ ଭାରତୀୟ ସେନାରେ । ଆଉ ଏବେ ସେ ଲକ୍ଷ୍ୟ ପୂରଣ ହୋଇଛି । ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଗ୍ନିପଥ ସ୍କିମ୍‌ରେ ଏ ଦୁହେଁ ହେବାକୁ ଯାଉଛନ୍ତି ଅଗ୍ନିବୀର । ସେଇଥିପାଇଁ ନିକିତାଙ୍କୁ ଦିଆଯାଉଛି ସମ୍ବର୍ଦ୍ଧନା । ବାଜା ବଜାଇ ମାଳା ପିନ୍ଧାଇ ନିକିତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ: ସ୍ୱାବଲମ୍ବୀ ନାରୀ ଶୁଭାରାଣୀଙ୍କ ସଂଘର୍ଷମୟ ଜୀବନ

ନିକିତା ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ବେଲପଡ଼ାର ଗ୍ରାମୀଣ ଡାକ ସେବକ ଜଗବନ୍ଧୁ ରଣାଙ୍କ ଝିଅ । ପିଲାଟି ଦିନରୁ ବାପା ମାଆ ଛେଉଣ୍ଡ ହୋଇ ବୁଢ଼ି ଆଇ ପାଖରେ ବଡ଼ ହୋଇଥିବା ହେମନ୍ତଙ୍କ ଘର ହେଉଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ସିକିଡିଆ ଗାଁରେ । ହେମନ୍ତଙ୍କ ସଙ୍ଘର୍ଷର କାହାଣୀ ବେଶ୍ ଦୁଃଖପୂର୍ଣ୍ଣ । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇଛନ୍ତି ହେମନ୍ତ । ଛେଳି ଚରାଇ ବଡ଼ ହୋଇଛନ୍ତି । କଠିନ ପରିଶ୍ରମ କରି ଏବେ ସେ ସୋର ୟୁଏନ୍ କଲେଜରେ ପ୍ଲସ୍ ଥ୍ରୀ ପାଠ ପଢ଼ୁଛନ୍ତି । ଗାଈ ଚରାଇଲା ବେଳେ ବ୍ୟାୟାମ କରନ୍ତି, ସଞ୍ଜ ହେଲେ ଟ୍ୟୁସନ ପଢ଼ାନ୍ତି ।

ନିକିତାଙ୍କ ଜୀବନ କାହାଣୀ ବି ବେସ୍ ରୋଚକ । ଘରେ ବାପା ମା ଚାହୁଁଥିଲେ ଯଦି ଆମର ପୁଅ ଥାଆନ୍ତା ତାହାଲେ ସେ ସେନାରେ ଯାଇଥାଆନ୍ତା । ଆଉ ଏବେ ଝିଅ ହୋଇ ବି ବାପା ମାଆଙ୍କ ସେହି ସ୍ୱପ୍ନ ପୂରା କରିଛନ୍ତି ନିକିତା । ହେମନ୍ତ ଛେଳି ଚରାଳିରୁ ହେବେ ଯବାନ୍ । ଆଉ ଗାଁରେ ସମସ୍ତଙ୍କ କଥାକୁ ଭୁଲ୍ ପ୍ରମାଣିତ କରି ନିକିତା ବି ପୁରଣ କରିବେ ବାପା ମାଆଙ୍କ ଆଶା ।