/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750601115.jpg)
Friendship With Python
ସାପ ସହ ବନ୍ଧୁତା । ଆମେ କାହାଣୀରେ ପଢିଛନ୍ତି ଅନେକ ଫିଲ୍ମରେ ବି ଦେଖିଛନ୍ତି। କିନ୍ତୁ ସତରେ ବି ଏଭଳି ଘଟଣା ଘଟିଛି , ଯେଉଁଠି ଗୋଟିଏ ପିଲାର ବନ୍ଧୁତା ହୋଇଛି ଅଜଗର ସହ । ସେମାନେ ଅନେକ ସମୟ ଏକାଠି ବିତାଇଛନ୍ତି । କୁହାଯାଏ ପଶୁ ବି ମଣିଷର କଥାକୁ ବୁଝିପାରେ । ଏଠି ସେଭଳି ବନ୍ଧୁତା ଗଢିଉଠିଥିଲା କିନ୍ତୁ ହଠାତ ସବୁକିଛି ବଦଳିଗଲା ।
ପଶୁ ଓ ମଣିଷଙ୍କ ବନ୍ଧୁତାର କାହାଣୀ ସବୁବେଳେ ଲୋକଙ୍କ ହୃଦୟକୁ ଛୁଇଁଥାଏ । ଗୋଟିଏ ଛୋଟ ପିଲା ଓ ବିଶାଳ ଅଜଗରର ମଧ୍ୟରେ ଗଢିଉଠିଥିବା ବନ୍ଧୁତାର କିନ୍ତୁ ଜବାବ ନଥିଲା । ଅନେକ ବର୍ଷ ଧରି ସେମାନେ ଏକ ଅବିଶ୍ବସନୀୟ ବନ୍ଧନରେ ବାନ୍ଧି ହୋଇରହିଥିଲେ । ଏମିତିକି ଏକାଠି ଶୋଉଥିଲେ ।
ଅଧିକ ପଢ଼ନ୍ତୁ: ପାଣିରେ ଜନ୍ମ ପାଣିରେ ମୃତ୍ୟୁ, ଏକ ବିଚିତ୍ର ଜନଜାତିର ଜୀବନ କାହାଣୀ
ଗୋଟିଏ ଦଶକରୁ ବି ଅଧିକ ସମୟ ପୂର୍ବରୁ କମ୍ବୋଡିଆରେ ଏକ ଗାଁରେ ୩ବର୍ଷୀୟ ସମ୍ବାଥକୁ ହଠାତ ଏକ ସାଥୀ ମିଳିଗଲା । ସମ୍ବାଥର ଖଟ ତଳେ ଗୋଟିଏ ବିଶାଳକାୟ ଅଜଗର ଲୁଚିଥିବାର ଦେଖିବାକୁ ପାଇଲେ ସମ୍ବାଥଙ୍କ ବାପା । ଅଜଗରର ଲମ୍ବ ଥିଲା ଛଅ ମିଟର ଓ ଓଜନ ଥିଲା ୧୨୦ କିଲୋଗ୍ରାମରୁ ଅଧିକ । ସାପକୁ ଦେଖି ସମ୍ବାଥ ଡରୁନଥିଲା । ଲାଗୁଥିଲା ଯେପରି ସମ୍ବାଥ ଓ ଅଜଗର ଭିତରେ ଗୋଟିଏ ସଂପର୍କ ଗଢିଉଠିଛି ।
ସମ୍ବାଥର ଜନ୍ମ ପୂର୍ବରୁ ତାଙ୍କ ମାଆ ଏକ ସ୍ବପ୍ନ ଦେଖିଥିଲେ । ଯେଉଁଥିରେ ଗୋଟିଏ ସାପ ତାଙ୍କ ପରିବାରର ରକ୍ଷା କରୁଥିଲା । ଯେତେବେଳେ ସମ୍ବାଥଙ୍କ ପିତାଙ୍କୁ ଅଜଗର ବିଷୟରେ ଜଣାପଡିଲା ସେ ଏହାକୁ ସ୍ବପ୍ନ ସହ ଯୋଡିଥିଲେ । ଆଉ ଅଜଗର ସାପକୁ ନିଜ ଘରେ ରଖିଥିଲେ । ତାର ନାଁ ଦେଇଥିଲେ ଚୌମରନ ।
ବର୍ଷ ବର୍ଷ ଧରି ସମ୍ବାଥ ଓ ଅଜଗର ଭିତରେ ଯେଉଁ ବନ୍ଧୁତା ଥିଲା ତାହା ଶାନ୍ତିପୂର୍ଣ୍ଣ ଥିଲା । କିଏ କାହାର କ୍ଷତି କରୁନଥିଲେ । ସମ୍ବାଥ ସାପ ସହ ବଡ ହେବାକୁ ଲାଗିଲା । ଅଜଗର ସହ ଖେଳିବା, ବୁଲିବା ଓ ଶୋଇବା ସବୁକିଛି କରୁଥିଲା ସମ୍ବାଥ । ଯାହାର ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖିପାରିବେ ।
ଅଜଗର ପରିବାର ଲୋକ କି ବାହାର ଲୋକଙ୍କର କୌଣସି କ୍ଷତି କରୁନଥିଲା । କିନ୍ତୁ ହଠାତ ଚୋମରନର ବ୍ୟବହାରରେ ପରିବର୍ତ୍ତନ ଦେଖାଗଲା । ଅଜଗର ସାପଟି କେବେବି କାହା ଉପରେ ଆକ୍ରମଣ କରିନଥିଲା ହଠାତ ସମ୍ବାଥର ଗୋଡକୁ କାମୁଡିଦେଲା । ଏହା ସମସ୍ତଙ୍କୁ ଡରାଇ ଦେଇଥିଲା । କିନ୍ତୁ ଏଥିରେ ସମ୍ବାଥଙ୍କ ବାପା ବୁଝିବିଚାରି କାମ କରିଥିଲେ ।
ଅଜଗରର ଆକ୍ରମଣରେ ସମ୍ବାଥ ସୁରକ୍ଷିତ ଥିଲା । କିନ୍ତୁ ଏହି ଘଟଣା ସ୍ପଷ୍ଟ ସଙ୍କେତ ଦେଇଥିଲା ସମ୍ବାଥ ଓ ଚୋମରନ ଆଉ ଏକାଠି ରହିପାରିବେନି । ପରିବାର ଲୋକ ଅଜଗରଟିକୁ ସ୍ଥାନୀୟ ପ୍ରାଣୀ ଉଦ୍ୟାନରେ ଛାଡିଦେବାର ନିଷ୍ପତ୍ତି ନେଇଥିଲେ । ଆଉ ଶେଷ ହୋଇଥିଲା ସମ୍ବାଥ ଓ ଚୋମରନର ବନ୍ଧୁତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)