/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750593552.jpg)
B-2 Stealth Bomber
ଇରାନର ୩ଟି ପରମାଣୁ ଘାଟି ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ଆମେରିକା । ଇରାନର ପରମାଣୁ କ୍ଷମତା ପଙ୍ଗୁ କରିବାକୁ ଏହାର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି । କୁହାଯାଉଛି ଆମେରିକା ବିଶ୍ୱର ସବୁଠୁ ଘାତକ ପରମାଣୁ ବୋମାବର୍ଷୀ ବିମାନ B2ରେ ଇରାନ ଉପରେ ଆକ୍ରମଣ କରିଛି । ତେବେ କ'ଣ ଏହି B2 ବିମାନ ? ଆସନ୍ତୁ ଜାଣିବା B2 ବିମାନର ସ୍ୱତନ୍ତ୍ରତା ଓ ଶକ୍ତି ଉପରେ...
Advertisment
- ବିଶ୍ୱର ସବୁଠୁ ଘାତକ ପରମାଣୁ ବୋମାବର୍ଷୀ ବିମାନ B2 । ଯାହା ଅତି ଗଭୀରରେ ଅବସ୍ଥାପିତ ଅଣ୍ଡରଗ୍ରାଉଣ୍ଡକୁ ନଷ୍ଟ କରିବାର କ୍ଷମତା ରଖିଛି ।
- ଏହି ବିମାନ ଏକାଥରକେ ୧୬ଟି ପରମାଣୁ ବୋମା ଧରି ଉଡ଼ିବାକୁ ସକ୍ଷମ । ଶତ୍ରୁଙ୍କ ରାଡାରରୁ ଲୁଚିବା କ୍ଷମତା ରଖିଥାଏ ।
- B2 ଆମେରିକୀୟ ବାୟୁସେନାର ଏକ ପ୍ରମୁଖ ସାମରିକ ଅସ୍ତ୍ର । ଏହା ନିର୍ଦ୍ଦିଷ୍ଟ ଓ ପରମାଣୁ ଆକ୍ରମଣ ପାଇଁ ବ୍ୟବହୃତ ହୋଇଥାଏ ।
- ଏହା ଏକ ପକ୍ଷୀ ଭଳି ଦେଖାଯାଇଥାଏ । ପାରମାଣବିକ ଓ ପାରମ୍ପରିକ ଅସ୍ତ୍ର ବୋହିବାର କ୍ଷମତା ରଖିଛି B2 । ଏକକାଳୀନ ୬ ହଜାର ମାଇଲରୁ ଅଧିକ ଦୂରତା ଉଡ଼ିପାରେ ।
- ଏହି ବିମାନର ଯୁଦ୍ଧାସ୍ତ୍ର କ୍ଷମତା ୧୮ ହଜାର କିଲୋଗ୍ରାମ । ଏହା ୧୨ କିଲୋମିଟର ଉଚ୍ଚତାରୁ ଆକ୍ରମଣ କରିପାରିବ । ଭୂମିରେ ୨୦୦ ଫୁଟ ଗଭୀରକୁ ଓ ୬୦ ଫୁଟ କଂକ୍ରିଟ୍ ଗଭୀରତାକୁ ପଶିପାରିବ ।
- ପୂର୍ବରୁ ଆମେରିକାର ଏକାଧିକ ଅପରେସନରେ ସାମିଲ ହୋଇଛି B2 ।
- ଆମେରିକା ପାଖରେ ୨୦ଟି B2 ବିମାନ ରହିଛି ।
ଅଧିକ ପଢନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି
Advertisment
ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ସାମରିକ ସଂଘର୍ଷ ଦିନକୁ ଦିନ ଅତି ଭୀଷଣ ହେବାରେ ଲାଗିଛି । ଦୁଇ ଦେଶ ପରସ୍ପର ଉପରେ ଶକ୍ତିଶାଳୀ ମିସାଇଲ ଆଟାକ୍ କରୁଥିବାରୁ ସ୍ଥିତି ଅତି ଭୟଙ୍କର ରୂପ ନେଉଛି । ଯୁଦ୍ଧ ନିଆଁରେ ଜଳୁଛି ଉଭୟ ଦେଶ । ଇରାନର ମିସାଇଲ ମାଡ଼ରେ ତେଲ୍ ଅଭିଭ୍ ସମେତ କେନ୍ଦ୍ରୀୟ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଇସ୍ରାଏଲ ମଧ୍ୟ ପ୍ରଚଣ୍ଡ ଜବାବୀ ଆକ୍ରମଣ କରୁଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)