Naveen Patnaik: କାହିଁକି ଗ୍ରାଉଣ୍ଡ ଜିରୋକୁ ଗଲେ ନବୀନ; ବାଧ୍ୟବାଧକତା ନା କର୍ମୀଙ୍କ ଚାପ ?

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାଷ କ୍ଷୟକ୍ଷତି ଜିଲ୍ଲା ବୁଲାକୁ ସମାଲୋଚନା କରିଛି ବିଜେପି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତିଁ, ଯଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାଷୀଙ୍କ ପାଖକୁ ନବୀନ ଯାଇଥାନ୍ତେ, ତେବେ ବିରୋଧୀ ଦଳକୁ ଆସିଲା ପରେ ଯିବାକୁ ପଡ଼ି ନଥାନ୍ତା ।

ନବୀନ ଡେଇଁଲେ ନବୀନ ନିବାସ ପାଚେରୀ

୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥାଇ ଯାହା କରି ନଥିଲେ ତାହା ଆଜି କରୁଛନ୍ତି ନବୀନ । ନବୀନ ନିବାସର ପାଚେରୀ ଡେଇଁ ଗ୍ରାଉଣ୍ଡକୁ ଯିବାକୁ କାହିଁକି ବାଧ୍ୟ ହେଲେ ନବୀନ ? ରାଜନୈତିକ ବାଧ୍ୟବାଧକତା ନା କର୍ମୀଙ୍କ ଚାପ ? ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭିତରେ ରାଜ୍ୟବାସୀ ତୁଳନା କରିବା ଆରମ୍ଭ କଲେଣି ।

ଯେଉଁ ବୟସରେ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେହି ବୟସରେ ମୋହନ ମାଝୀ ବି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ନବୀନ ବହୁ ଜିଲ୍ଲା ଗସ୍ତ କରି ଲୋକଙ୍କ ସହ ମିଶୁଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ହେଲା ପରେ, ଜିଲ୍ଲା ଗସ୍ତ କରୁଥିଲେ ସତ କିନ୍ତୁ ଲୋକଙ୍କ ସହ ସିଧା କଥା ହେବା ଆଉ ଦେଖିବାକୁ ମିଳିନଥିଲା । ଏପରିକି ନବୀନଙ୍କୁ ଦେଖା କରିବା ପାଇଁ ନିଜ ଦଳର ନେତାଙ୍କୁ ବି ସମୟ ନେବାକୁ ପଡିଥିଲା ।

ସମୟ ବଦଳିଯାଇଛି । ମୋହନଙ୍କୁ ଲୋକ ମୁଖ୍ୟମନ୍ତ୍ରୀ ପଦରେ ବସାଇଛନ୍ତି । ଜନସାଧାରଣଙ୍କ ଆବଶ୍ୟକତାକୁ ଦେଖି ମୋହନ ତୁରନ୍ତ ନିଷ୍ପତ୍ତି ନେଉଛନ୍ତି । ଆଉ ସିଧା ଯାଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ଯାହା ଏବେ ନବୀନଙ୍କ ପାଇଁ ସୃଷ୍ଟି କରିଛି ଆହ୍ବାନ । ଅକ୍ଟୋବର ୨ ତାରିଖରୁ ନବୀନ ଜିଲ୍ଲା ବୁଲିବା ନିଷ୍ପତ୍ତି କରିଥିଲା ଦଳ । କିନ୍ତୁ କୌଣସି କାରଣରୁ ନବୀନ ଜିଲ୍ଲା ଗସ୍ତରେ ବାହାରିନଥିଲେ । କର୍ମୀ ଓ ନେତାଙ୍କ ଚାପ ବି ବଢିଥିଲା ତାଙ୍କ ଉପରେ ।

ଅଧିକ ପଢନ୍ତୁ: ଘଟଣାବହୁଳ ଶ୍ରୀମନ୍ଦିର, ପାଞ୍ଚ ଦଶନ୍ଧି ପରେ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର

ଅଦିନିଆ ବର୍ଷା ରାଜ୍ୟ ଚାଷୀଙ୍କ ପାଇଁ ମହା ବିପତ୍ତିଠାରୁ କିଛି କମ୍ ନୁହେଁ । ଏ ସମୟରେ ଚାଷୀଙ୍କ ପାଖକୁ ନଗଲେ ସେମାନଙ୍କ ଅସନ୍ତୋଷ ତାଙ୍କ ସହ ଦଳ ବିରୁଦ୍ଧରେ ବି ଚାଲିଯାଇପାରେ । ଏହାର ସୁଯୋଗ ନେଇ ନବୀନ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ପାଖରେ ପହଞ୍ଚିଛନ୍ତି କେବଳ ଗଞ୍ଜାମ ନୁହେଁ ପର୍ଯ୍ୟାୟ କ୍ରମେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟକୁ ଯିବାକୁ ପ୍ଲାନ କରିଛନ୍ତି ନବୀନ ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାଷ କ୍ଷୟକ୍ଷତି ଜିଲ୍ଲା ବୁଲାକୁ ସମାଲୋଚନା କରିଛି ବିଜେପି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତିଁ, ଯଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାଷୀଙ୍କ ପାଖକୁ ନବୀନ ଯାଇଥାନ୍ତେ, ତେବେ ବିରୋଧୀ ଦଳକୁ ଆସିଲା ପରେ ଯିବାକୁ ପଡ଼ିନଥାନ୍ତା । ଶାସନରେ ଥିବା ବେଳେ ଯଦି ବିଭିନ୍ନ ଆଇନ ଓ ଯୋଜନା ମାଧ୍ୟମରେ ଚାଷୀର ବିକାଶ କରିଥାନ୍ତେ ଓ ଆଇନରେ ଆବଶ୍ୟକୀୟ ପରିବର୍ତ୍ତନ କରିଥାନ୍ତେ , ତାହେଲେ ଆଜି ଏ ଦିନ ଦେଖିବାକୁ ପଡି ନଥାନ୍ତା ।

ଅଧିକ ପଢନ୍ତୁ:ଜଗା ଦର୍ଶନ ପାଇଁ ନୂଆ ବ୍ୟବସ୍ଥା, ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ