/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745287966.jpg)
Government Transformation in Odisha
ଯାହା ବିଜେଡି ସରକାରରେ ବିଗତ ୨୪ ବର୍ଷରେ ହୋଇ ନ ଥିଲା ତାହା ଏବେ ହେଉଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଯାହା ଲୋକଙ୍କ ପାଇଁ ସାତ ସପନ ଥିଲା ଆଜି ତାହା ସତ ହେଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ଲୋକେ ନିଜ ଦୁଃଖକୁ ବାହୁନି ବାହୁନି କହିପାରୁଛନ୍ତି। ଆମ ମୁଖ୍ୟମନ୍ତ୍ରୀ ବଡବଡିଆ ଥିଲା ବାଲାଙ୍କର ନୁହେଁ ବରଂ ଗରିବ ଦୀନ ଦୁଃଖି ଅଭାବୀ ମେହନତି ମଣିଷଙ୍କର। ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ପତା ନ ଥିଲା। ହେଲେ ଆଜି ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସାରା ରାଇଜ ବୁଲୁଛି। ଲୋକଙ୍କ ହାତ ଧରି ବାଟ ବତାଉଛି।
ଗତକାଲି ସମ୍ବଲପୁର ଜିଲ୍ଲାରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଦୁଃଖ ଶୁଣିବାକୁ ଯାଇଥିବା ବେଳେ ଲୋକେ ତାଙ୍କୁ ବେଢି ଯାଇ ହାରି ଗୁହାରି କରିଛନ୍ତି। ଆମ ମୁଖ୍ୟମନ୍ତ୍ରୀ ଗୋଟୋ ଗୋଟି ଅନ ଦି ଷ୍ପଟ୍ ସମାଧାନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ବୋଧ୍ ହୁଏ ଏହି ପରିବର୍ତ୍ତନ ଆଶା କରିଥିଲେ ଆମ ଲୋକେ ।
ଅଧିକ ପଢ଼ନ୍ତୁ: କାହିଁକି ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି ? ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା?
ଲୋକଙ୍କ ବିକଳ ପଣର ଦୃଶ୍ୟ ଦେଖିଲା ପରେ ଲାଗିବ ବୋଧେ ନବୀନ ସରକାରରେ ଲୋକଙ୍କ ମୁହଁ ବନ୍ଦ କରି ଦିଆ ଯାଇଥିଲା। ଲୋକେ ମୁକ ପାଲଟି ଯାଇଥିଲେ। ଗରିବ ଗୁରୁବା ଲୋକଙ୍କ କଥା ଶୁଣିବାକୁ କେହି ନାହାନ୍ତି। ହେଲେ ଆଜି ଲୋକେ କେତେ ଖୁସି ତାହା ତାଙ୍କ ଚେହେରା ହିଁ ବଖାଣି ଦେଉଛି।
ଖାଲି ଏତିକି ନୁହେଁ, ସାରା ଓଡିଶା ବୁଲିଲେ ଲକ୍ଷ ଲକ୍ଷ ଲୋକ ବାହାରିବେ ଯିଏ କି ତାଙ୍କ ଅଭିଯୋଗ ଶୁଣାଇବାକୁ ଅନେଇ ବସିଛନ୍ତି...ଯଦି ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଗୋଟି ଗୋଟି କରି ଜିଲ୍ଲା ବୁଲିବେ ତାହେଲେ ଲୋକେ କେତେ ଉପକୃତ ହେବେ ତାହା ଏଥିରୁ ବେଶ୍ ଅନୁମେୟ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)