Advertisment

Aanubhav - Jagruti Engagement: ଜାଗୃତିଙ୍କ ହାତରେ ଅନୁଭବଙ୍କ ମୁଦି; ଏହି ତାରିଖରେ ପଡ଼ିବ ହାତଗଣ୍ଠି!

ଫଟୋରେ  ଅନୁଭବଙ୍କ ସହ ଜାଗୃତିଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଥିସହ ଅନୁଭବଙ୍କ ପରିବାର ସହ ଜାଗୃତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି।  ଓଡ଼ିଶା ବାହାରେ ଉଭୟଙ୍କ ନିର୍ବନ୍ଧ ସରିଥିବା କୁହାଯାଉଛି । ଉଭୟ ଏକାଠି ଫଟୋ ଉଠାଇଥିବା ବେଳେ କୌଣସି ଏକ ମାଙ୍ଗଳିକ କାର୍ଯ୍ୟକ୍ରମରେ ଥିବାର ଫଟୋରୁ ଜଣାପଡୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Aubhav mohanty

Aubhav mohanty

ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ପୁଣି ଥରେ ଘର ବସାଇବେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି। ସାଜିବେ ବର । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଠାରୁ ଅଲଗା ହେବା ପରେ ପୁଣି ଥରେ ଫ୍ୟାମିଲି ମ୍ୟାନ୍‌ ହେବାକୁ ମନ ବଳାଇଛନ୍ତି ଅନୁଭବ ।

Advertisment

ଏଥର ତାଙ୍କ ହାତ ଧରିବେ ଗର୍ଲଫ୍ରେଣ୍ଡ ଜାଗୃତି ଶୁକ୍ଲା । ଅନୁଭବଙ୍କ ପରିବାର ଏହି ସମ୍ପର୍କକୁ ଗ୍ରୀନ୍ ସିଗନାଲ ଦେଇ ସାରିଥିବା ଜଣାଯାଇଛି । ଉଭୟ ଅନୁଭବ ଓ ଜାଗୃତିଙ୍କ ନିର୍ବନ୍ଧ ସରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ୍ ହେଉଥିବାବେଳେ ଏବେ ଜାଗୃତି ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରିଛନ୍ତି । 

Advertisment

ଅଧିକ ପଢ଼ନ୍ତୁ: ଅନୁଭବଙ୍କ ବିବାହ, ଜାଗୃତି ଦେଲେ ଗ୍ରୀନ୍‌ ସିଗନାଲ

ଫଟୋରେ  ଅନୁଭବଙ୍କ ସହ ଜାଗୃତିଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଥିସହ ଅନୁଭବଙ୍କ ପରିବାର ସହ ଜାଗୃତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି।  ଓଡ଼ିଶା ବାହାରେ ଉଭୟଙ୍କ ନିର୍ବନ୍ଧ ସରିଥିବା କୁହାଯାଉଛି । ଉଭୟ ଏକାଠି ଫଟୋ ଉଠାଇଥିବା ବେଳେ କୌଣସି ଏକ ମାଙ୍ଗଳିକ କାର୍ଯ୍ୟକ୍ରମରେ ଥିବାର ଫଟୋରୁ ଜଣାପଡୁଛି।

ଶୁକ୍ରବାର ରାଜ୍ୟ ବାହାରର କେଉଁ ଏକ ସ୍ଥାନରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି, ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଉଭୟ ପରିବାର ଓ କିଛି ଖାସ ଅତିଥିଙ୍କ ସହ ଓଡ଼ିଶା ବାହାରେ ଦୁହେଁ ବିବାହ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ପରେ ଜାଗୃତିଙ୍କୁ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ। ତେବେ ଏନେଇ ଅନୁଭବ କିମ୍ବା ଜାଗୃତିଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ଅଧିକ ପଢ଼ନ୍ତୁ: ‘ପାଦେ ଆକାଶ’ର ପ୍ରଥମ ଟ୍ରେଲର୍ ରିଲିଜ୍

 

Jagrati Shukla AnubhavMohanty Ollwood
Advertisment
Advertisment