Advertisment

Law Minister on Srimandir: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ଶ୍ରୀମନ୍ଦିର ବାହାରେ ୱାଚ୍‌ ଟାୱାର୍‌ ଲଗାଇବାକୁ ଚାଲିଛି ଯୋଜନା

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ହେବା ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଏହି ଘଟଣାରେ ପୋଲିସ୍‌ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ବାହାରେ ୱାଚ୍‌ ଟାୱାର !

ଶ୍ରୀମନ୍ଦିର ବାହାରେ ୱାଚ୍‌ ଟାୱାର !

Advertisment

ଶ୍ରୀମନ୍ଦିର ବାହାରେ ସୁରକ୍ଷାକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ବାହାରେ ସୁରକ୍ଷାକୁ ନଜରରେ ରଖି ରାଜ୍ୟ ସରକାର ୱାଚ୍‌ ଟାୱାର ପାଇଁ ଚିନ୍ତା କରୁଥିବା ସେ କହିଛନ୍ତି । କାହିଁକି ନା ବିଗତ କିଛି ଦିନ ହେବ ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍‌ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ପୋଲିସ୍‌ର ତାଗିଦ ସତ୍ତ୍ୱେ ମଧ୍ୟ ଡ୍ରୋନ୍‌ ଶ୍ରୀମନ୍ଦିର ଉପରେ ଉଡ଼ୁଥିବାର ନଜର ଆସୁଥିଲା । ତେବେ ଏହି ଡ୍ରୋନ୍‌ର ଗତିବିଧି ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ବାହାରେ ରାଜ୍ୟ ସରକାର ୱାଚ୍‌ ଟାୱାର କରିବା ପାଇଁ ଚିନ୍ତା କରୁଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି, ୱାଚ୍‌ ଟାୱାର୍‌ ହେଲେ ସୁରକ୍ଷାକର୍ମୀ ଉଚ୍ଚତାରୁ ନଜର ରଖିପାରିବେ । ଡ୍ରୋନ୍‌ କେଉଁଠୁ ଆସୁଛି, ତାହାକୁ ସୁରକ୍ଷାକର୍ମୀ ଉଚ୍ଚତାରୁ ରହି ନିରୀକ୍ଷଣ କରିପାରିବେ ବୋଲି ସେ କହିଛନ୍ତି ।

Advertisment

ସେହିପରି ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ହେବା ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଏହି ଘଟଣାରେ ପୋଲିସ୍‌ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଯିଏ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ କରିଥିବା ତା’ର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିର ବାହାରକୁ ଏକ ସୁରକ୍ଷା ବଳୟରେ ରଖିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଅନ୍ୟପଟେ ଚାରି ଦୁଆରରେ ସିସିଟିଭି ଜରିଆରେ କଡ଼ା ଚେକିଂ ହେଉଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଅଧିକ ପଢ଼ନ୍ତୁ: ବିରୋଧୀ ଦଳଙ୍କୁ ବାଚସ୍ପତିଙ୍କ ଚେତାବନୀ, ବିଶୃଙ୍ଖଳା କଲେ...

ସୂଚନା ଅନୁସାରେ ଜାନୁଆରୀ ୧୯ରେ ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ଭାଇରାଲ ହୋଇଥିଲା । ଗରୁଡ ସ୍ତମ୍ଭ ପାଖରୁ ଗର୍ଭ ଗୃହର ଫଟୋ ଏବଂ କୀର୍ତ୍ତନ ଚକଡାର ଫଟୋ ଉଠାଯାଇ ଭାଇରାଲ କରାଯାଇଥିଲା । ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ଭକ୍ତ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ମୋବାଇଲ ଭିତରକୁ ନେଇ ନାଟମଣ୍ଡପରେ ଥାଇ ଫଟୋ ଉଠାଇଥିବା ଜଣାପଡିଥିଲା । କୀର୍ତ୍ତନ ଚକଡାର ଫଟୋ ସହ ପତିତପାବନ ନିକଟରେ ଠିଆହୋଇ ଏକ ଫଟୋ ଚିତ୍ର ଉଠାଇ ତାକୁ  ପୋଷ୍ଟ କରିଥିଲେ । ମୋବାଇଲ ଉପରେ କଟକଣା ରହିଥିଲେ ମଧ୍ୟ ବାରାମ୍ବାର ଏହି ଭଳି ଶ୍ରୀମନ୍ଦିରର ଫଟୋ ଭାଇରାଲ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisment

କେବଳ ଏତିକି ନୁହେଁ ନିକଟରେ ସବୁ ନିୟମକୁ ଫୁ’ କରି, ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଥିଲା ଡ୍ରୋନ୍। ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ଶୁଟ୍ କରାଯାଇଥିଲା। ନୋ ଫ୍ଲାଇଂ ଜୋନ୍ ସତ୍ତ୍ୱେ ଅଧ ଘଣ୍ଟା ଧରି ଶ୍ରୀମନ୍ଦିର ପରିସର ଓ ଆଖପାଖରେ ଏକ ଡ୍ରୋନ ଘୂରି ବୁଲିବା ପରେ ବି ପୋଲିସ୍ କି ପ୍ରଶାସନ କେହି ନା ଜାଣିପାରିଲେ ନା ଏବେ ଯାଏଁ ଅଭିଯୁକ୍ତଙ୍କୁ ଧରିପାରିଲେ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଥିଲା।

ସେଦିନର ଘଟଣା କ’ଣ ଥିଲା ?

ସମୟ ଭୋର୍ ପ୍ରାୟ ୪ଟା ୧୦ ମିନିଟ୍ । ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଖୋଲିବା ପୂର୍ବରୁ ବାହାରେ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ । ଆଉ ଠିକ୍ ଏହି ସମୟରେ ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପ ସାହିରୁ ଉଡ଼ିଆସିଥିଲା ଏକ ଡ୍ରୋନ୍‌ । ଶ୍ରୀମନ୍ଦିର ମେଘନାଦ ପାଚେରୀ, ଦଧିନଉତି, ନୀଳଚକ୍ର ସବୁଠି ଅଟକି ଅଟକି ଭିଡିଓ ଶୁଟ୍ କରିଲା । ଏମିତିକି ତଳକୁ ଓହ୍ଲାଇ ବି ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଥିଲା । ଏସବୁକୁ ବାହାରେ ଥିବା ଶ୍ରଦ୍ଧାଳୁ ଦେଖିଥିଲେ ଓ ନିଜ ଫୋନରେ ରେକର୍ଡିଂ ବି କରିଥିଲେ । ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ। ହେଲେ ନା ପୋଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି ।

Advertisment

ଅଧିକ ପଢ଼ନ୍ତୁ: ଖୋଲୁଛି ରାସନ କାର୍ଡ ଦୁର୍ନୀତି ଗୁମର; ପ୍ରତି ବ୍ଲକ୍‌ରେ ଶତାଧିକ ଅଯୋଗ୍ୟ ହିତାଧିକାରୀ

Srimandir Security Forces Law Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ